ଉପକୂଳ ଓଡିଶା

ଚାଷୀ ଆନ୍ଦୋଳନ ଓ ଓଡ଼ିଶା ବନ୍ଦ

ଚାଷୀ ଆନ୍ଦୋଳନ ଓ ଓଡ଼ିଶା ବନ୍ଦ

ବୋଲଗଡ଼,୨୨ା୨(ଡି.ଏନ.ଏ.)-ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଡାକରାରେ ଗୁରୁବାର ବୋଲଗଡ଼ ଓ ଗେଡ଼ିଆପଲ୍ଲୀଠାରେ ଓଡ଼ିଶା ବନ୍ଦ ପାଳିତ ହୋଇଯାଇଛି। ସ୍ଥାନୀୟ ୫୭ନଂ. ଜାତୀୟ ରାଜପଥର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ବାହାରି ଗୋପବନ୍ଧୁ ଛକଠାରେ ପହଞ୍ଚତ୍ ଥିଲେ । ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାଜପଥ ଉପରେ ବସିି ଦାବି ପୂରଣ ନିମନ୍ତେ ସ୍ଲୋଗାନ ଦେଇଥିଲେ। ବ୍ଲକ ସଂଯୋଜକ ଜୟନ୍ତ ତ୍ରିପାଠୀ, ସୋମନାଥ ମହାପାତ୍ର, ବାସୁଦେବ ଦାସ, ବିଶ୍ୱଜିତ ମହାପାତ୍ର, ସୁଦର୍ଶନ ମହାପାତ୍ର, ଦେବେନ୍ଦ୍ର ନାଥ ଷଡଙ୍ଗୀ ପ୍ରମୁଖ ବନ୍ଦରେ ସାମିଲ ହୋଇଥିଲେ। ବାଘମାରୀ-କଣ୍ଟିଲୋ ରାଜପଥ ମଧ୍ୟ ଅବରୋଧ କରାଯାଇଥିଲା। ବ୍ରାହ୍ମଣୀଦେବୀ କୃଷକ ସଂଗଠନ ପକ୍ଷରୁ କାହ୍ନୁଚରଣ ବେହେରାଙ୍କ ନେତୃତ୍ୱରେ ଚାଷୀମାନେ ବନ୍ଦ ଆନ୍ଦୋଳନରେ ଯୋଗଦେଇଥିଲେ । 

All Right Reserved By

ଉପକୂଳ ଓଡିଶା

ବାଇକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ   କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବାଇକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ନୟାଗଡ଼ ଅଫିସ,୨୬।୩-ସୋମବାର ଅପରାହ୍ନରେ ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଛକ ନିକଟରେ ଏକ ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଘଡୁଆଳ ଗ୍ରାମର  ଅର୍ଜ୍ଜୁନ କୁମାର ସେଠୀ (୫୫)।

୨୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ

୨୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ

ଓଡ଼ଗାଁ, ୨୬।୩(ସ୍ବ.ପ୍ର.)-ସ୍ଥାନୀୟ ଲକ୍ଷ୍ମୀ ବଜାର ଛକରେ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟ୍‌ ହୋଇଛି। ସେ ଲସି ପିଇବାକୁ ପାଖ ଦୋକାନକୁ ଯିବା ବେଳେ ମୋପେଡରେ ଟାଙ୍ଗିଥିବା ଟଙ୍କାଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି।  

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ରଘୁନାଥପୁର,୨୬।୩(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ପଞ୍ଚାୟତରେ ହରିଣପଲ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରୁଛନ୍ତି। ଏହି ଗ୍ରାମ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି। ତେଣୁ ଖରିଫ, ରବି ଫସଲ ସମୟରେ ହରିଣ ପଲ ଆସି ଫସଲ ନଷ୍ଟ କରିଦେଉଛନ୍ତି।

  ଅଳିଆରେ  ପୁରି ଗଲାଣି ରଣପୁର ଏନ୍‌ଏସି ରାସ୍ତା

ଅଳିଆରେ ପୁରି ଗଲାଣି ରଣପୁର ଏନ୍‌ଏସି ରାସ୍ତା

ରଣପୁର,୨୫ା୩(ସ୍ବ.ପ୍ର.): ସହର କିମ୍ବା ୱାର୍ଡ ପରିବେଶ ଆବର୍ଜନା ମୁକ୍ତ ରଖିବା ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ଦାୟିତ୍ୱ। ଏଥିପାଇଁ ସରକାରଙ୍କ ତରଫରୁ ଲୋକ ନିଯୁକ୍ତି ସହ ଆବଶ୍ୟକ ଉପକରଣ ପ୍ରଦାନ କରାଯାଉଛି।

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ପାରାଦୀପ,୨୫ା୩(ସ୍ବ.ପ୍ର.): ପାରାଦୀପ ଦୋଛକିଠାରେ ମନିହର ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା କଳିଙ୍ଗ କାଲସିନର କାର୍ବନ କାରଖାନାରେ ଶନିବାର ରାତିରେ ବିସ୍ଫୋରଣ ଘଟିଥିଲା। ଉକ୍ତ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ କାରଖାନାରେ ବ୍ୟାପକ କ୍ଷତ ହୋଇଥିବା ଜଣାଯାଇଛି। 

ଭାଇଚାରାକୁ ସୁଦୃଢ଼ କରୁଛି  ଧର୍ମଶାଳା ମୁନସୀ ମେଲଣ

ଭାଇଚାରାକୁ ସୁଦୃଢ଼ କରୁଛି ଧର୍ମଶାଳା ମୁନସୀ ମେଲଣ

ଧର୍ମଶାଳା,୨୫ା୩(ଡି.ଏନ୍‌.ଏ.)-  ଐତିହାସିକ ଧର୍ମଶାଳା ମୁନସୀ ମେଲଣ ସୋମବାର ଉଦ୍‌ଯାପିତ ହୋଇଯାଇଛି ।

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

ରଣପୁର,୨୫ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର କଲେଜ ଅଧ୍ୟକ୍ଷଙ୍କୁ ସୋମବାର ଅପରାହ୍ନରେ ମୁହଁରେ କଳାକପଡ଼ା ବାନ୍ଧିଥିବା ଦୁଇ ଯୁବକ କଲେଜ ଭିତରୁ ଉଠାଇ ନେଇ ଇଟାମାଟି ଥାନା ଲାଠିପଡ଼ା ଗ୍ରାମରେ ଏକ କୋଠରିରେ ବନ୍ଦ କରି ରଖିଥିଲେ।

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

ବାଲିକୁଦା,୨୫ା୩(ସ୍ବ.ପ୍ର.): ବାଲିକୁଦା ଥାନା କଣିଆ-ଥାଇଳୋ ରାସ୍ତାରେ ୫ଦିନ ତଳେ ହୋଇଥିବା ଗୁଳିମାଡ଼ ଘଟଣାରେ ପୋଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। 

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

କୁଜଙ୍ଗ,୨୫ା୩(ସ୍ବ.ପ୍ର.): କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଏକ ସରକାରୀ ଜାଗାକୁ ପିଡିଏ(ପାରାଦୀପ ଡେଭଲପ୍‌ମେଣ୍ଟ ଅଥରିଟି) ପକ୍ଷରୁ ବେଆଇନ ଭାବରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। 

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ରଣପୁର,୨୪ା୩(ସ୍ବ.ପ୍ର.)-ଠକମାନେ ବିଭିନ୍ନ ଉପାୟରେ ବ୍ୟାଙ୍କ ଜମାଖାତାରୁ ଅନ୍ୟଜଣଙ୍କ ଟଙ୍କା ଉଠାଇ ଦେଇଥିବାବେଳେ ଏବେ ଏକ ଭିନ୍ନ ଉପାୟରେ ଠକାମୀର ଶିକାର ହୋଇଛନ୍ତି ଜଣେ ଜମାକାରୀ। ରେଲ୍‌ୱେ ଟିକେଟ୍‌ ଟଙ୍କା ତୁମ ଆକାଉଣ୍ଟରେ ଫେରସ୍ତ କରିବାକୁ କହି ନୟାଗଡ ଜିଲା ରଣପୁର ଥାନା ଲେଖନପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଜମାଖାତାରୁ ଶନିବାର ୧ଲକ୍ଷ ୭ହଜାର ୮୧୭ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। 

‘ଆତ୍ମଜୀବନୀ ସଂଘର୍ଷ, ସଂଗ୍ରାମ ପାଇଁ ଉତ୍ସାହ’

‘ଆତ୍ମଜୀବନୀ ସଂଘର୍ଷ, ସଂଗ୍ରାମ ପାଇଁ ଉତ୍ସାହ’

ଧର୍ମଶାଳା,୨୪।୩ (ଡି.ଏନ୍‌.ଏ.)-  ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ କଳ୍ପତରୁ ଦାସ ଇଣ୍ଡୋର ଷ୍ଟାଡିୟମ ପରିସରରେ ରବିବାର କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଏକ ଜାତୀୟ ଆଲୋଚନାଚକ୍ର ଓ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ଓଡ଼ିଆ ଜୀବନୀ ଓ ଆତ୍ମଜୀବନ ସାହିତ୍ୟ ଶୀର୍ଷକ’ ଆଲୋଚନା ସଭାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉଦ୍‌ଘାଟନ କରିଥିଲେ। 

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବରୀ,୨୪ା୩(ସ୍ବ.ପ୍ର.)- ବରୀ ଥାନା ଅଧୀନ ମେଦୁଆକୂଳ ଗ୍ରାମର ଏକ ନାଳରୁ ରବିବାର ଜଣେ ନିଖୋଜ ବୃଦ୍ଧ ଉଦ୍ଧାର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଅଲେଖ ଚନ୍ଦ୍ର ଦାସ (୬୦)। ରବିବାର ସକାଳେ ଗ୍ରାମ ନିକଟ ଏକ ନାଳରେ ବୃଦ୍ଧା ଜଣକ ଭାସୁଥିବାର ଗ୍ରାମଲୋକେ ଦେଖିଥିଲେ। 


Model This Week

ରଶ୍ମି
Why Dharitri