ବାଣିଜ୍ୟ |

ସୁଧ ହାର ହ୍ରାସ ନେଇ ବ୍ୟାଙ୍କଗୁଡ଼ିକ ଉପରେ ଶକ୍ତିକାନ୍ତ କ୍ଷୁବ୍ଧ

ସୁଧ ହାର ହ୍ରାସ ନେଇ ବ୍ୟାଙ୍କଗୁଡ଼ିକ ଉପରେ ଶକ୍ତିକାନ୍ତ କ୍ଷୁବ୍ଧ

ମୁମ୍ବାଇ,୨୨-୨:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ମୁଦ୍ରାନୀତିରେ ରେପୋ ରେଟ ହ୍ରାସ କରିଥିଲେ ହେଁ ବ୍ୟାଙ୍କଗୁଡ଼ିକ ସୁଧ ହାର କମାଉ ନଥିବାରୁ ଗଭର୍ନର ଶକ୍ତିକାନ୍ତ ଦାସ କ୍ଷୋଭ ବ୍ୟକ୍ତ କରିଛନ୍ତି। ସୁଧ ହାର ହ୍ରାସ ପାଉନି କାହିଁକି ବୋଲି ସେ ବ୍ୟାଙ୍କ ମୁଖ୍ୟମାନଙ୍କୁ ପ୍ରଶ୍ନ କରିଛନ୍ତି। 

ଗୁରୁବାର ଏଠାରେ ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକର ମୁଖ୍ୟମାନଙ୍କୁ ଗଭର୍ନର ଭେଟିଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବ୍ୟାଙ୍କ ମୁଖ୍ୟ କହିଛନ୍ତି ଯେ, ସୁଧ ହାର ହ୍ରାସ କରାଯାଉ ନ ଥିବା ନେଇ ଗଭର୍ନର ସେମାନଙ୍କୁ ପ୍ରଶ୍ନ କରିଛନ୍ତି। ସୁଧ ହାର ହ୍ରାସ ଦ୍ୱାରା ସାଧାରଣ ଜନତାଙ୍କୁ ଫାଇଦା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟଜଣେ ବ୍ୟାଙ୍କ ମୁଖ୍ୟ କହିଛନ୍ତି ଯେ, ମୁଦ୍ରାନୀତିକୁ ବ୍ୟାଙ୍କ ସ୍ତରରେ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ନେଇ ଆଲେଚନା ହୋଇଥିଲା। ବିଶାଳ ଅନାଦାୟ ଋଣ(ଏନ୍‌ପିଏ) କାରଣରୁ ଋଣ ଖର୍ଚ୍ଚ ବଢ଼ିଯାଇଥିବାରୁ ସୁଧ ହାର ହ୍ରାସ ସମ୍ଭବ ହେଉନି ବୋଲି ବ୍ୟାଙ୍କଗୁଡ଼ିକ ଗଭର୍ନରଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଆର୍‌ବିଆଇ ମୁଦ୍ରା ନୀତି ଘୋଷଣା ପରେ କେବଳ ମାତ୍ର ଦୁଇଟି ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର କେତେକ ଋଣ ଉପରେ ମାତ୍ର ୫ ବେସିସ୍‌ ପଏଣ୍ଟ ହ୍ରାସ ଘୋଷଣା କରିଛନ୍ତି। ସୂଚନାଥାଉ କି, ସୁଧ ହାର ହ୍ରାସ ନେଇ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଲଢ଼େଇ ଦୀର୍ଘ ଦିନରୁ ରହିଆସିଛି। ଡି.ସୁବାରାଓ ଗଭର୍ନର ଥିବା ବେଳରୁ ଏହା ଚାଲିଆସୁଛି। ସେ ୨୦୧୩ରୁ ବିପିଏଲ୍‌ଆର୍‌ (ବେଞ୍ଚ ମାର୍କ ପ୍ରାଇମ ଲେଣ୍ଡିଂ ରେଟ୍‌) ଭିତ୍ତିକ ସୁଧ ହାର ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେଇଥିଲେ ଏବଂ ବେସ୍‌ ରେଟ୍‌ ଲାଗୁ କରିଥିଲେ। ତଥାପି ବ୍ୟାଙ୍କଗୁଡ଼ିକ ସୁଧ ହାର ହ୍ରାସ କରିବାକୁ ପ୍ରତ୍ୟାଖାନ କରିଦେଇଥିଲେ। ତେବେ ଗଭର୍ନର ଭାବେ ଦାୟିତ୍ୱ ନେବା ପରେ ରଘୁରାମ ରାଜନ ବେସ୍‌ ରେଟ୍‌ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ସେ ସ୍ଥାନରେ ଏମ୍‌ସିଏଲ୍‌ଆର୍‌(ମାର୍ଜିନାଲ କଷ୍ଟ  ଅଫ୍‌ ଫଣ୍ଡସ ବେଷ୍ଟଡ ଲେଣ୍ଡିଂ ରେଟ)କୁ ୨୦୧୫ରୁ ଲାଗୁ କଲେ। ତଥାପି ସୁଧ ହାର ସ୍ଥିତି ନ ସୁଧୁରିବାରୁ ପୂର୍ବତନ ଗଭର୍ନର ଉର୍ଜିତ ପଟେଲ ଏହି ବ୍ୟବସ୍ଥାକୁ ଫେରାଇ ନେଇ ଏହା ସ୍ଥାନରେ ଏକ୍ସଟରନାଲ ବେଞ୍ଚମାର୍କ ବେଷ୍ଟଡ ଲୋନ ପ୍ରାଇସିଂ ବ୍ୟବସ୍ଥା ଆରମ୍ଭ କଲେ। ତେବେ ଏହାକୁ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଦାସ ତାଙ୍କ ଗତ ମୁଦ୍ରାନୀତିରେ ଘୋଷଣା କରିସାରିଛନ୍ତି। ଉଲ୍ଲେଖଥାଉ କି, ଗତ ମୁଦ୍ରାନୀତିରେ ଆର୍‌ବିଆଇ ରେପୋ ରେଟ ୨୫ ବେସିସ ପଏଣ୍ଟ ହ୍ରାସ ଘୋଷଣା କରିଛନ୍ତି। ଫଳରେ ଏହା ଏବେ ୬.୨୫% ରହିଛି। ତେବେ ମାସିକ ସମ୍ପତ୍ତି ଦେୟ କମିଟି ବୈଠକରେ ଏମ୍‌ସିଏଲ୍‌ଆର ରେଟ୍‌ ନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ବ୍ୟାଙ୍କମୁଖ୍ୟମାନେ ଗଭର୍ନରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ଆଲୋଚନା ପାଇଁ ଆର୍‌ବିଆଇ ଆଉ ଏକ ବୈଠକ ଡକାଇପାରେ ବୋଲି ଜଣେ ବ୍ୟାଙ୍କ ମୁଖ୍ୟ ପ୍ରକାଶ କରିଛନ୍ତି।

All Right Reserved By

ବାଣିଜ୍ୟ |

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଓଡ଼ିଶାରେ ଏହାର ସେଲ୍ସ ଟିମ୍‌ର ସମ୍ପ୍ରସାରଣ

ଭୁବନେଶ୍ୱର,୨୩-୩: ଗ୍ରୀନ୍‌ ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନୀ, ଜେଏସଡ୍ଲ୍ୟୁ ସିମେଣ୍ଟ, ଗ୍ରାହକ ଅନୁଭୂତିକୁ ବୃଦ୍ଧି କରିବା ପାଇଁ ପୂର୍ବ ଭାରତରେ ଏହାର ସେଲ୍ସ ଟିମ୍‌କୁ ସମ୍ପ୍ରସାରିତ କରୁଛି। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳରେ ୧୫୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ନିଯୁକ୍ତି ସହିତ ଏହାର ସେଲ୍ସ ଫୋର୍ସକୁ ବୃଦ୍ଧି କରୁଛି।

ଆମ୍‌ୱେ ପକ୍ଷରୁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ଅଭିଯାନ

ଆମ୍‌ୱେ ପକ୍ଷରୁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ଅଭିଯାନ

ଭୁବନେଶ୍ୱର,୨୩-୩: ଆମ୍‌ୱେ ଇଣ୍ଡିଆ ପକ୍ଷରୁ ଏକ ସୁସ୍ଥକର ଜୀବନଶୈଳୀ ପାଇଁ ସନ୍ତୁଳିତ ପୋଷଣ ଗ୍ରହଣ କରିବାର ଲାଭକୁ ସମର୍ଥନ କରିବା ଏବଂ ପ୍ରଚାର କରିବା ପାଇଁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ନାମକ ଅଭିଯାନର ଶୁଭାରମ୍ଭ କରାଯାଇଛି।

ଲାଇଫବୟ ପକ୍ଷରୁ ’ସ୍ବାସ୍ଥ୍ୟ ସେହଭାଗୀ’ କାର୍ଯ୍ୟକ୍ରମ

ଲାଇଫବୟ ପକ୍ଷରୁ ’ସ୍ବାସ୍ଥ୍ୟ ସେହଭାଗୀ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୩-୩: ଲାଇଫବୟ ପକ୍ଷରୁ କୁମ୍ଭ ମେଳା ଅବସରରେ ଗ୍ରାହକଙ୍କ ସହ ଯୋଡ଼ିହେବା ପାଇଁ ହାତ ଧୋଇବା ସଚେତନତା କାର୍ଯ୍ୟକ୍ରମ ‘ସ୍ବାସ୍ଥ୍ୟ ସେହଭାଗୀ ’ନିକଟରେ ସମାପ୍ତ ହୋଇଛି

ନୂତନ  ଅଗ୍‌ମେଣ୍ଟେଡ଼ ରିଅଲିଟି ଟି-ସାର୍ଟ ବଜାରରେ

ନୂତନ ଅଗ୍‌ମେଣ୍ଟେଡ଼ ରିଅଲିଟି ଟି-ସାର୍ଟ ବଜାରରେ

ଭୁବନେଶ୍ୱର,୨୩-୩: ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡ, ରୋଡ଼ଷ୍ଟର ପକ୍ଷରୁ ଅଗ୍‌ମେଣ୍ଟେଡ଼ ରିଅଲିଟି ଟିଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଏହି ଶୁଭାରମ୍ଭ ସହିତ ରୋଡ଼ଷ୍ଟେର୍‌ ମ୍ୟାରେଜ୍‌ ଫ୍ୟାସନ୍‌, ଡିଜାଇନ୍‌ ଓ ଜ୍ଞାନକୌଶଳ ସହ ଗ୍ରାହକମାନଙ୍କୁ ଏକ ସେଟ୍‌ର ଟି-ସାର୍ଟଗୁଡ଼ିକ ପ୍ରଦାନ କରୁଛି। 

୧୬୬ କୋଟି ସଂଗ୍ରହ କଲା ଆଦିତ୍ୟ ବିର୍ଲା ସନଲାଇଫ ରିଟାୟାରଡ ଫଣ୍ଡ

୧୬୬ କୋଟି ସଂଗ୍ରହ କଲା ଆଦିତ୍ୟ ବିର୍ଲା ସନଲାଇଫ ରିଟାୟାରଡ ଫଣ୍ଡ

ଭୁବନେଶ୍ୱର,୨୩-୩: ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ଆଦିତ୍ୟ ବିର୍ଲା ସନଲାଇଫ୍‌ ରିଟାୟାରମେଣ୍ଟ ଫଣ୍ଡ୍‌ ପକ୍ଷରୁ ଏହାର ଏନ୍‌ଏଫ୍‌ଓ ଅବଧିରେ ୧୬୬ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ଫୋନ୍‌ ପେ ଆପ୍‌ର ବ୍ୟବହାର କରୁଛନ୍ତି ଦେଶର ଦେଢ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ବ୍ୟବସାୟୀ

ଫୋନ୍‌ ପେ ଆପ୍‌ର ବ୍ୟବହାର କରୁଛନ୍ତି ଦେଶର ଦେଢ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ବ୍ୟବସାୟୀ

ଭୁବନେଶ୍ୱର,୨୩-୩: ଦେଶର ୭୦ ଅଧିକ ସହରର ୧.୫୦ ଲକ୍ଷ କ୍ଷୁଦ୍ର ଦୋକାନରେ ଫୋନ୍‌ ପେର ବ୍ୟବହାର ହେଉଛି। ବଡ ବଡ ଷ୍ଟୋର ଷ୍ଟୋର ସହ ପ୍ରମୁଖ ଇକମର୍ସ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଫୋନ ପେ ଦ୍ୱାରା ପେମେଣ୍ଟ ଗ୍ରହଣ କରୁଥିବା ଜଣା ପଡିଛି। 

ସାମ୍‌ସଙ୍ଗ୍‌ର ଗ୍ୟାଲେକ୍ସି ଏ-୧୦ ସ୍ମାର୍ଟଫୋନ୍‌ ଏବେ ବଜାରରେ

ସାମ୍‌ସଙ୍ଗ୍‌ର ଗ୍ୟାଲେକ୍ସି ଏ-୧୦ ସ୍ମାର୍ଟଫୋନ୍‌ ଏବେ ବଜାରରେ

ଭୁବନେଶ୍ୱର,୨୩-୩: ସାମ୍‌ସଙ୍ଗ୍‌ ପକ୍ଷରୁ  ପରବର୍ତ୍ତୀ ପିଢିର ନୂତନ ଗ୍ୟାଲେକ୍ସି ଏ-୧୦ ମୋବାଇଲ୍‌ ବଜାରକୁ ଆସିଛି। ଏହାର ବଜାର ଦର ୮୪୯୦ ଟଙ୍କା ରହିଛି। 

ଆନନ୍ଦ ମାର୍ଗ ସ୍କୁଲକୁ ଏସ୍‌ବିଆଇ ଲାଇଫର ସହାୟତା

ଆନନ୍ଦ ମାର୍ଗ ସ୍କୁଲକୁ ଏସ୍‌ବିଆଇ ଲାଇଫର ସହାୟତା

ଭୁବନେଶ୍ୱର,୨୩-୩: ଏସବିଆଇ ଲାଇଫ୍‌ ରାଜ୍ୟରେ ଅପପୁଷ୍ଟି ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟର ବାଲେଶ୍ୱର ଜିଲ୍ଲା ଆକିନିଆରେ ଥିବା ଆନନ୍ଦ ମାର୍ଗ ସ୍କୁଲର ପିଲାମାନଙ୍କ ପାଇଁ ମୌଳିକ ଆବଶ୍ୟକତା ସୁବିଧା ପ୍ରଦାନ  ଦିଗରେ କମ୍ପାନୀ କାର୍ଯ୍ୟ କରିଛି। 

ଆଦିତ୍ୟ ହ୍ୟୁଣ୍ଡାଇରେ ସର୍ଭିସ କ୍ୟାମ୍ପ

ଭୁବନେଶ୍ୱର,୨୩-୩ : ଆଦିତ୍ୟ ହ୍ୟୁଣ୍ଡାଇର ଉତ୍ତରାସ୍ଥିତ ଶୋ’ରୁମ ପକ୍ଷରୁ ସର୍ଭିସ କ୍ୟାମ୍ପ‘ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ’ ଆୟୋଜିତ ହୋଇଯାଇଛି। କମ୍ପାନୀର ଏଭିପି ହରମୋହନ ମହାନ୍ତି ଏହାକୁ ଉଦଘାଟନ କରିଥିଲେ। 

ପସନ୍ଦ ପାଲଟୁଛି  ବ୍ଲାଷ୍ଟ ପ୍ରୁଫ୍‌ ଏଲ୍‌ପିଜି ସିଲିଣ୍ଡର

ପସନ୍ଦ ପାଲଟୁଛି ବ୍ଲାଷ୍ଟ ପ୍ରୁଫ୍‌ ଏଲ୍‌ପିଜି ସିଲିଣ୍ଡର

ନାଗପୁର,୨୩-୩: କନଫିଡେନ୍ସ ପେଟ୍ରୋଲିୟମ ଇଣ୍ଡିଆ ଲିମିଟେଡ ପକ୍ଷରୁ ବଜାରକୁ ଆସିଥିବା ଗୋ ଗ୍ୟାସ ଏଲିଟ୍‌ ଏଲ୍‌ପିଜି ସିଲିଣ୍ଡର ଏବେ ଗ୍ରାହକଙ୍କ ପସନ୍ଦ ପାଲଟୁଛି। ଏଲ୍‌ପିଜି ସିଲିଣ୍ଡର ଫାଟିବା ଯୋଗୁ ଅନେକ କ୍ଷୟକ୍ଷତି ସାମ୍ନାକୁ ଆସୁଛି। 

ପୁଲଓ୍ବାମା ଶହୀଦଙ୍କ ମାତାପିତା ଙ୍କୁ  ନାଲ୍‌କୋର ସମ୍ବର୍ଦ୍ଧନା

ପୁଲଓ୍ବାମା ଶହୀଦଙ୍କ ମାତାପିତା ଙ୍କୁ ନାଲ୍‌କୋର ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୨-୩: ପୁଲଓ୍ବାମାରେ ଶହୀଦ ହୋଇଥିବା ବୀର ଜବାନଙ୍କୁ ନାଲ୍‌କୋ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। 

ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ବିଏମ୍‌ ପ୍ରତିଷ୍ଠାତା

ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ବିଏମ୍‌ ପ୍ରତିଷ୍ଠାତା

ଭୁବନେଶ୍ୱର,୨୨-୩: ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌)ର ପ୍ରତିଷ୍ଠାତା ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ରାଜ୍ୟପାଳ ଗଣେଷି ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା