ବାଣିଜ୍ୟ |

ସହଯୋଗୀ କମ୍ପାନୀ ସଂଖ୍ୟା ହ୍ରାସ କରିବ ଟାଟା

ସହଯୋଗୀ କମ୍ପାନୀ ସଂଖ୍ୟା ହ୍ରାସ କରିବ ଟାଟା

ନୂଆଦିଲ୍ଲୀ,୨୨-୨:  ଟାଟା ଗ୍ରୁପ୍‌ର ୧୦୦୦ରୁ ଅଧିକ ସହଯୋଗୀ କମ୍ପାନୀ ରହିଛି। ଏହି ସଂଖ୍ୟା ହ୍ରାସ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେଖରନ ଏଦିଗରେ ଲାଗିପଡିଛନ୍ତି। ସହଯୋଗୀ କମ୍ପାନୀଙ୍କ ସଂଖ୍ୟାକୁ ଏପରି ଏକ ସୀମା ପର୍ଯ୍ୟନ୍ତ ଅଣାଯିବ ,ଯାହାଦ୍ୱାରା ସେମାନଙ୍କୁ ପରିଚାଳନା କରାଯିବା ସହଜ ହେବ ବୋଲି ସେ କହିଛନ୍ତି। 

ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ଯେ, ଜାଗୁଆର ଲାଣ୍ଡ ରୋଭର ୟୁନିଟ୍‌କୁ ସ୍ଥିର କରିବା ଲାଗି ଗ୍ରୁପ୍‌ ଜୋର ଦେଉଛି। ବେସାମରିକ ବିମାନ ଏବଂ ଭିତ୍ତିଭୂମି ଭଳି ଅପେକ୍ଷାକୃତ ଦୁର୍ବଳ କାରବାରକୁ ସହଜ ପଥରେ ଆଗେଇ ନେବା ବ୍ୟତୀତ କଞ୍ଜ୍ୟୁମର ଓ ରିଟେଲ ଭଳି ଅଧିକ ଅଭିବୃଦ୍ଧିଶୀଳ ସେକ୍ଟରକୁ ପ୍ରୋତ୍ସାହିତ କରିବାକୁ ଟାଟା ଗ୍ରୁପ୍‌ ଏବେ ଧ୍ୟାନ ଦେଉଛି। ଏବେ ଏହି ଗ୍ରୁପ୍‌ ଇ-କମର୍ସ ବିଜନେସ୍‌ରେ ପ୍ରବେଶ କରିବାକୁ ଯାଉଛି। ଏଥିଲାଗି ଏହା ଏକ ନୂଆ କମ୍ପାନୀକୁ ପଞ୍ଜୀକରଣ କରିବା ଲାଗି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟରେ ଆବେଦନ କରିଛି। ଏହା ଫ୍ଲିପ୍‌କାର୍ଟ ଓ ଆମାଜନ ମଡେଲରେ ଚାଲିବ ନାହିଁ। ଚଳିତ ବର୍ଷ ଏହି ବ୍ୟବସାୟ ଆରମ୍ଭ କରିବାର ଯୋଜନା ରହିଛି। ଅଧିକାରୀଙ୍କ କହିବାନୁଯାୟୀ, ଗ୍ରୁପ୍‌କୁ ୧୦୦୦ରୁ ଊର୍ଦ୍ଧ୍ୱ ସହଯୋଗୀ କମ୍ପାନୀର ଆବଶ୍ୟକତା ନାହିଁ। ଟାଟା ଗ୍ରୁପ୍‌ର ପ୍ରତ୍ୟେକ ବଡ଼ କମ୍ପାନୀରେ ଏବେ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି କମ୍ପାନୀରେ ସହଯୋଗୀ କମ୍ପାନୀଙ୍କ ସଂଖ୍ୟା ୧୨ରୁ ଊଦ୍ଧ୍ୱ ରହିଛି ବୋଲି ସେ କହିଛନ୍ତି। ସହଯୋଗୀ କମ୍ପାନୀଙ୍କ ମିଶ୍ରଣ ପ୍ରକ୍ରିୟା ସାରିବାକୁ ୧୨ରୁ ୧୮ ମାସ ସମୟ ଲାଗିବ। ଟାଟା ସନ୍ସର ପୂର୍ବତନ ନିର୍ଦ୍ଦେଶକ ଆର.ଗୋପାଳକ୍ରିଷ୍ଣନ କହିଛନ୍ତି ଯେ, ଚନ୍ଦ୍ରଶେଖରନଙ୍କ ସମ୍ମୁଖରେ ଜଟିଳ ଆହ୍ବାନ ରହିଛି। ତେବେ ସେ ଉଚିତ୍‌ ପଦକ୍ଷେପ ନେଉଥିବା ତାଙ୍କ କାର୍ଯ୍ୟଶୈଳୀରୁ ଜଣାପଡୁଛି।

All Right Reserved By

ବାଣିଜ୍ୟ |

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ନୂଆଦିଲ୍ଲୀ,୨୬-୩: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜକୁ ସଙ୍କଟରୁ ରକ୍ଷା କରିବା ଲାଗି ପ୍ରମୋଟର ନରେଶ ଗୋୟଲ ଦୀର୍ଘ ୨୬ ବର୍ଷ ପରେ ସୋମବାର ବୋର୍ଡ ତଥା ଅଧ୍ୟକ୍ଷ ପଦରୁ ହଟିଯାଇଛନ୍ତି। ତାଙ୍କ ସ୍ତ୍ରୀ ଅନୀତା ମଧ୍ୟ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇଜଣଙ୍କ ସହ ବୋର୍ଡରେ ଥିବା କମ୍ପାନୀର ଅନ୍ୟତମ ଅଂଶୀଦାର ଏଟିହାଦର ଜଣେ ସଦସ୍ୟ ମଧ୍ୟ ଓହରି ଯାଇଛନ୍ତି। ଏଥିପୂର୍ବରୁ ଗୋୟଲ ନିଜ ଆଡୁ ଇସ୍ତଫା ଦେବାର ପ୍ରସ୍ତାବ ଦେଇଥିଲେ। ୫୧% ଅଂଶଧନ ରଖିଥିବା ନରେଶ କମ୍ପାନୀର ସଙ୍କଟ ସମୟରେ କର୍ମଚାରୀମାନଙ୍କୁ ଏକ ଭାବବିହ୍ବଳ ପତ୍ର ଲେଖି ସେମାନଙ୍କ ସହାୟତା ମାଗିବା ସହ କମ୍ପାନୀକୁ ବଞ୍ଚାଇବା ଲାଗି ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ଥିବା କହିଥିଲେ।

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ର୍ନିବାଚନର ଠିକ ପୂର୍ବରୁ ରୋଜଗାରକୁ ନେଇ ଏକ ସରକାରୀ ତଥ୍ୟ ସାମ୍ନାକୁ ଆସିଛି। କେବଳ ଜାନୁୟାରୀରେ ୮ ଲକ୍ଷ ୯୬ ହଜାର ବେରୋଜଗାରଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଗତ ୧୭ମାସ ଭିତରେ ସମଗ୍ର ଦେଶରେ ୭୬ ଲକ୍ଷ ୪୮ ହଜାର ଲୋକଙ୍କୁ ରୋଜଗାର ମିଳିଛି ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ରିପୋର୍ଟରେ ପ୍ରକାଶ ପାଇଛି। 

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ନୂଆଦିଲ୍ଲୀ,୨୫-୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନ କାଟିବାକୁ ଟେଲିକମ ବିଭାଗ(ଡିଓଟି) ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି।

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ନୂଆଦିଲ୍ଲୀ,୨୫-୩: ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ଭାରତ ଅଶୋଧିତ ତୈଳ ଆମଦାନୀ କରିପାରୁନି। ବ୍ରାଜିଲ ଓ ମେକ୍ସିକୋରୁ ଅଧିକ ତୈଳ ଆମଦାନୀ କରି ଭାରତ ଏହାର ଭରଣା କରିବାକୁ ଚାହୁଁଛି। 

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୫-୩: ରାଜ୍ୟ ସରକାରଗୁଡ଼ିକ ବିଜୁଳି ବିଲ୍‌ ବାବଦରେ ବକେୟା ପ୍ରଦାନ କରୁ ନଥିବାରୁ ପ୍ରାୟ ଏକ ଡଜନ ବିଦ୍ୟୁତ ପ୍ରକଳ୍ପରେ ୩ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଏବେ ସଙ୍କଟଗ୍ରସ୍ତ ହୋଇଛି। ଏହି ପରିମାଣ ଅର୍ଥ ଏବେ ଏନ୍‌ପିଏ ବା ଅନାଦାୟ ଋଣ ହେବାକୁ ବସିଛି, ଯାହା ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଶୁଭଙ୍କର ନୁହେଁ।

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ମୁମ୍ବାଇ,୨୫-୩: ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ଭାରତୀୟ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି) ଆର୍ଥିକ ଠକେଇ ରୋକିବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଅଧିକ କ୍ଷମତା ଚାହୁଁଛି। 

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ନୂଆଦିଲ୍ଲୀ,୨୫-୩: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଏପ୍ରିଲ ସୁଦ୍ଧା ୧ କୋଟି ଶ୍ରମିକ ପଞ୍ଜୀକରଣ କରିସାରିଥିବେ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ,୨୫-୩: ଛୁଟି ପାଳନ ଓ ମହଙ୍ଗା ଟୁର୍‌ ଯିବା କଥା ଉଠିଲେ ଭାରତ ବିଶ୍ୱରେ ସର୍ବାଗ୍ରେ ରହିଛି। ଭାରତ ମହଙ୍ଗା ଟୁର୍‌ ଯିବାରେ ମେକ୍ସିକୋ, ଥାଇଲାଣ୍ଡ, ସ୍ପେନ, ତୁର୍କି, ଆମେରିକା ଓ ଚାଇନା ସମେତ ବିଶ୍ୱର ଅନ୍ୟ ଦେଶକୁ ପଛରେ ପକାଇ ଦେଇଛି। 

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ନୂଆଦିଲ୍ଲୀ,୨୫-୩: ଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେଉଛି। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର,ମଦ ଏବଂ ସୁନା ବ୍ୟବହାର ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି।

ସୁନା ଆମଦାନୀ ୫.୫% ହ୍ରାସ

ସୁନା ଆମଦାନୀ ୫.୫% ହ୍ରାସ

ନୂଆଦିଲ୍ଲୀ,୨୫-୩: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ଦେଶରେ ସୁନା ଆମଦାନୀ ୫.୫% ହ୍ରାସ ପାଇ ୨୯.୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ମୁମ୍ବାଇ,୨୫-୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ନୂଆ ନବଜୀବନ ପ୍ଳାନର ଶୁଭାରମ୍ଭ ହୋଇଛି। 

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ମୁମ୍ବାଇ,୨୫-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର କ୍ୱିଜ ପ୍ରତିଯୋଗିତା ‘ନ୍ୟୁମେରୋ ୟୁନୋ ୨୦୧୯’ର ବିଜେତା ପୁରସ୍କୃତ କରାଯାଇଛି। 


Model This Week

ରଶ୍ମି
Why Dharitri