ବାଣିଜ୍ୟ |

ଆଞ୍ଜେଲ ଟିକସ ନିୟମ କୋହଳ: ୭ହଜାରରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌କୁ ଫାଇଦା

ଆଞ୍ଜେଲ ଟିକସ ନିୟମ କୋହଳ: ୭ହଜାରରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌କୁ ଫାଇଦା

ନୂଆଦିଲ୍ଲୀ,୨୨-୨:  କେନ୍ଦ୍ର ସରକାର ଦୁଇ ଦିନ ପୂର୍ବେ ଆଞ୍ଜେଲ ଟିକସ ନିୟମ କୋହଳ କରିଛନ୍ତି। ଏହାଦ୍ୱାରା ପୁଞ୍ଜି ଆବଶ୍ୟକ କରୁଥିବା ୭ ହଜାରରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌କୁ ଫାଇଦା ମିଳିବ ବୋଲି ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ପକ୍ଷରୁ କୁହାଯାଇଛି। ଉଦ୍ୟୋଗ ଜଗତ ବିଶେଷଜ୍ଞଙ୍କ କହିବାନୁଯାୟୀ, ସରକାରଙ୍କ ପକ୍ଷରୁ ନିୟମ କୋହଳ ହେବା ପରେ ୨୦୦୦ ଆଞ୍ଜେଲ ନିବେଶକ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରାୟ ୧୨୦୦ କୋଟି ଡଲାର ନିବେଶ କରିବାକୁ ଆଗେଇ ଆସିବେ। ତନ୍ମଧ୍ୟରୁ ପ୍ରାୟ ୭୦୦ କୋଟି ଡଲାର କେବଳ କର୍ପୋରେଟ ପୁଞ୍ଜିନିବେଶରୁ ମିଳିବ। ଉଲ୍ଲେଖ କରାଯାଇପାରେ ଯେ, ଷ୍ଟାର୍ଟଅପ୍‌ ଓ ଭେଞ୍ଚର କ୍ୟାପିଟାଲ ଫଣ୍ଡ ପକ୍ଷରୁ ଗତ ୩ ବର୍ଷ ହେଲା କ୍ରମାଗତ ଚାପ ପ୍ରୟୋଗ କରାଯିବା ପରେ କେନ୍ଦ୍ର ସରକାର ଶେଷରେ ମଙ୍ଗଳବାର ଆଞ୍ଜେଲ ଟିକସ ନିୟମ କୋହଳ କରିଛନ୍ତି। ଏଣିକି ଷ୍ଟାର୍ଟଅପ୍‌ଗୁଡ଼ିକରେ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଟିକସ ଛାଡ଼ ସୁବିଧା ମିଳିବ।

All Right Reserved By

ବାଣିଜ୍ୟ |

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୋଇଲା  ଆବଣ୍ଟନ ମାମଲା;ସିବିଆଇ ତଦନ୍ତ ଶୀଘ୍ର ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୋଇଲା ଆବଣ୍ଟନ ମାମଲା;ସିବିଆଇ ତଦନ୍ତ ଶୀଘ୍ର ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୨୬-୩: କୋଇଲା ବ୍ଲକ୍‌ ଆବଣ୍ଟନ ମାମଲାରେ  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶୀଘ୍ର ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ଲାଗି ସୋମବାର ସୁପ୍ରିମକୋର୍ଟରେ ଏକ ମାମଲା ଦାଏର ହୋଇଛି। ଆଜକୁ ୫ ବର୍ଷ ପୂର୍ବେ ୨୦୧୪ ମାର୍ଚ୍ଚ ୨୬ରେ ମାମଲା ଦାଏର ହୋଇଥିବା ବେଳେ  କେଉଁ କାରଣରୁ ତଦନ୍ତ ବିଳମ୍ବିତ ହୋଇଛି ସେ ସଂକ୍ରାନ୍ତରେ ଜାଣିବା ଲାଗି ଏ ସମ୍ପର୍କିତ ସମସ୍ତ ଫାଇଲ ନୋଟିଂ ଅଦାଲତରେ ଉପସ୍ଥାପନ କରିବାକୁ ଆବେଦନରେ ନିବେଦନ କରାଯାଇଛି। 

ଅଜୀମ ପ୍ରେମଜୀଙ୍କ ବଦାନ୍ୟତାରେ ଗେଟ୍‌ସ ମୁଗ୍ଧ

ଅଜୀମ ପ୍ରେମଜୀଙ୍କ ବଦାନ୍ୟତାରେ ଗେଟ୍‌ସ ମୁଗ୍ଧ

ନୂଆଦିଲ୍ଲୀ,୨୬-୩: ନିକଟରେ ଓ୍ବିପ୍ରୋ ପ୍ରତିଷ୍ଠାତା ଅଜୀମ ପ୍ରେମଜୀ କମ୍ପାନୀରେ ଥିବା ନିଜର ୩୪ ପ୍ରତିଶତ ଅର୍ଥାତ୍‌ ୫୨,୭୫୦ କୋଟି ଟଙ୍କାର ଶେୟାରକୁ ଅଜୀମ ପ୍ରେମଜୀ ଫାଉଣ୍ଡେଶନକୁ ଦାନ କରିଦେଇଛନ୍ତି। 

ପେମେଣ୍ଟ ବ୍ୟାଙ୍କ ପ୍ରମୁଖଙ୍କୁ ଭେଟିବେ ଶକ୍ତିକାନ୍ତ

ପେମେଣ୍ଟ ବ୍ୟାଙ୍କ ପ୍ରମୁଖଙ୍କୁ ଭେଟିବେ ଶକ୍ତିକାନ୍ତ

ମୁମ୍ବାଇ,୨୬-୩: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଚଳିତ ସପ୍ତାହରେ ଦେଶର ଭିନ୍ନ ଭିନ୍ନ ପେମେଣ୍ଟ ବ୍ୟାଙ୍କ ପ୍ରମୁଖଙ୍କୁ ସାକ୍ଷାତ କରିବେ। ପେମେଣ୍ଟ ବ୍ୟାଙ୍କଗୁଡ଼ିକର ଅସୁବିଧା ଓ ସେମାନଙ୍କ ସମସ୍ୟାକୁ ବୁଝି ସମାଧାନ ପନ୍ଥା ବାହାର କରିବା ଲାଗି ଆର୍‌ବିଆଇ ଉଦ୍ୟମ କରୁଛି।

କମ୍ପାନୀ ଆଇନରେ ହେବ ସଂଶୋଧନ;ବିନା ଦାବିର ଶେୟାର ସରକାର ନେବେ

କମ୍ପାନୀ ଆଇନରେ ହେବ ସଂଶୋଧନ;ବିନା ଦାବିର ଶେୟାର ସରକାର ନେବେ

ନୂଆଦିଲ୍ଲୀ,୨୬-୩: ବିନା ଦାବିର ଶେୟାରକୁ କେନ୍ଦ୍ର ସରକାର ନିଜ ହାତକୁ ନେବା ଲାଗି ଏବେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। କମ୍ପାନୀ ଆଇନରେ ସଂଶୋଧନ ଜରିଆରେ ଏଭଳି ବ୍ୟବସ୍ଥା ଆପଣାଇବାକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଉଦ୍ୟମ ଚଳାଇଛି।

ମୋଦି,ରୁପାନୀଙ୍କ ଫଟୋ ଥିବା ବୋର୍ଡିଂ ପାସ୍‌ ପ୍ରତ୍ୟାହାର କଲା ଏୟାର ଇଣ୍ଡିଆ

ମୋଦି,ରୁପାନୀଙ୍କ ଫଟୋ ଥିବା ବୋର୍ଡିଂ ପାସ୍‌ ପ୍ରତ୍ୟାହାର କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୬-୩: ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଫଟୋ ଥିବା ବୋର୍ଡିଂ ପାସ୍‌କୁ ପ୍ରତ୍ୟାହାର କରିନେଇଛି। ଏସଂକ୍ରାନ୍ତରେ କମ୍ପାନୀ ମୁଖପାତ୍ର ଧନଞ୍ଜୟ କୁମାର ସୂଚନା ଦେଇଛନ୍ତି। ଆଚରଣ ବିଧି ଉଲ୍ଲଂଘନ ହେଉଥିବାରୁ ଅଭିଯୋଗ ମିଳିଲେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିଥିବା ବୋର୍ଡିଂ ପାସ୍‌କୁ ପ୍ରତ୍ୟାହାର କରାଯିବ ବୋଲି ପୂର୍ବରୁ ଏୟାର ଇଣ୍ଡିଆ ଘୋଷଣା କରିଥିଲା। ତୃତୀକ୍ଷ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନ ବାବଦରେ ଏହି ବୋଡିର୍ର୍ଂ ପାସ୍‌ ଛପାଯାଇଥିଲା। 

ମୁଦ୍ରାନୀତି ଘୋଷଣା ପୂର୍ବରୁ ଜେଟ୍‌ଲୀଙ୍କୁ ଭେଟିଲେ ଗଭର୍ନର

ମୁଦ୍ରାନୀତି ଘୋଷଣା ପୂର୍ବରୁ ଜେଟ୍‌ଲୀଙ୍କୁ ଭେଟିଲେ ଗଭର୍ନର

ନୂଆଦିଲ୍ଲୀ,୨୬-୩: ଆସନ୍ତା ଆର୍ଥିକ ବର୍ଷ ଲାଗି ଏପ୍ରିଲ ୨ରୁ ୪ ଯାଏ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପ୍ରଥମ ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ବସିବାକୁ ଯାଉଛି। ଏହାପୂର୍ବରୁ ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଭେଟିଛନ୍ତି। ଦୁହିଁଙ୍କ ମଧ୍ୟରେ ବର୍ତ୍ତମାନର ଆର୍ଥିକ ପରିସ୍ଥିତି ନେଇ ଆଲୋଚନା ହୋଇଥିବା ମନେ କରାଯାଉଛି। ବୈଠକ ଶେଷରେ ଦାସ କହିଛନ୍ତି ଯେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। 

ଆଇବିସି ପରେ ୧୨ହଜାର ମାମଲା ଦାଏର

ଆଇବିସି ପରେ ୧୨ହଜାର ମାମଲା ଦାଏର

ନୂଆଦିଲ୍ଲୀ,୨୬-୩: ଦେଶରେ ଦେବାଳିଆ ଆଇନ(ଆଇବିସି) ଲାଗୁ ହେବା ପରେ ଏବଂ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି) ଗଠନ ହେବା ପରେ ୧୨ ହଜାର ମାମଲା ଦାଏର କରାଯାଇଛି ବୋଲି ସୋମବାର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। କର୍ପୋରେଟ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି ଯେ, ଏନ୍‌ସିଏଲ୍‌ଟି ଦେବାଳିଆ ସମ୍ପର୍କିତ ମାମଲାର ସମାଧାନ ତ୍ୱରାନ୍ବିତ କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ନୂଆଦିଲ୍ଲୀ,୨୬-୩: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜକୁ ସଙ୍କଟରୁ ରକ୍ଷା କରିବା ଲାଗି ପ୍ରମୋଟର ନରେଶ ଗୋୟଲ ଦୀର୍ଘ ୨୬ ବର୍ଷ ପରେ ସୋମବାର ବୋର୍ଡ ତଥା ଅଧ୍ୟକ୍ଷ ପଦରୁ ହଟିଯାଇଛନ୍ତି। ତାଙ୍କ ସ୍ତ୍ରୀ ଅନୀତା ମଧ୍ୟ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇଜଣଙ୍କ ସହ ବୋର୍ଡରେ ଥିବା କମ୍ପାନୀର ଅନ୍ୟତମ ଅଂଶୀଦାର ଏଟିହାଦର ଜଣେ ସଦସ୍ୟ ମଧ୍ୟ ଓହରି ଯାଇଛନ୍ତି। ଏଥିପୂର୍ବରୁ ଗୋୟଲ ନିଜ ଆଡୁ ଇସ୍ତଫା ଦେବାର ପ୍ରସ୍ତାବ ଦେଇଥିଲେ। ୫୧% ଅଂଶଧନ ରଖିଥିବା ନରେଶ କମ୍ପାନୀର ସଙ୍କଟ ସମୟରେ କର୍ମଚାରୀମାନଙ୍କୁ ଏକ ଭାବବିହ୍ବଳ ପତ୍ର ଲେଖି ସେମାନଙ୍କ ସହାୟତା ମାଗିବା ସହ କମ୍ପାନୀକୁ ବଞ୍ଚାଇବା ଲାଗି ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ଥିବା କହିଥିଲେ।

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ର୍ନିବାଚନର ଠିକ ପୂର୍ବରୁ ରୋଜଗାରକୁ ନେଇ ଏକ ସରକାରୀ ତଥ୍ୟ ସାମ୍ନାକୁ ଆସିଛି। କେବଳ ଜାନୁୟାରୀରେ ୮ ଲକ୍ଷ ୯୬ ହଜାର ବେରୋଜଗାରଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଗତ ୧୭ମାସ ଭିତରେ ସମଗ୍ର ଦେଶରେ ୭୬ ଲକ୍ଷ ୪୮ ହଜାର ଲୋକଙ୍କୁ ରୋଜଗାର ମିଳିଛି ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ରିପୋର୍ଟରେ ପ୍ରକାଶ ପାଇଛି। 

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ନୂଆଦିଲ୍ଲୀ,୨୫-୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନ କାଟିବାକୁ ଟେଲିକମ ବିଭାଗ(ଡିଓଟି) ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି।

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ନୂଆଦିଲ୍ଲୀ,୨୫-୩: ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ଭାରତ ଅଶୋଧିତ ତୈଳ ଆମଦାନୀ କରିପାରୁନି। ବ୍ରାଜିଲ ଓ ମେକ୍ସିକୋରୁ ଅଧିକ ତୈଳ ଆମଦାନୀ କରି ଭାରତ ଏହାର ଭରଣା କରିବାକୁ ଚାହୁଁଛି। 

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୫-୩: ରାଜ୍ୟ ସରକାରଗୁଡ଼ିକ ବିଜୁଳି ବିଲ୍‌ ବାବଦରେ ବକେୟା ପ୍ରଦାନ କରୁ ନଥିବାରୁ ପ୍ରାୟ ଏକ ଡଜନ ବିଦ୍ୟୁତ ପ୍ରକଳ୍ପରେ ୩ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଏବେ ସଙ୍କଟଗ୍ରସ୍ତ ହୋଇଛି। ଏହି ପରିମାଣ ଅର୍ଥ ଏବେ ଏନ୍‌ପିଏ ବା ଅନାଦାୟ ଋଣ ହେବାକୁ ବସିଛି, ଯାହା ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଶୁଭଙ୍କର ନୁହେଁ।


Model This Week

ରଶ୍ମି
Why Dharitri