ସମ୍ପାଦକୀୟ |

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ ଆଜ୍ଞା ପାଳନ କରେ। ଶିଷ୍ୟତ୍ୱର ଏହି ପରିଭାଷା ଅତି ସୁନ୍ଦର ଭାବରେ ଭଗବତ୍‌ ଗୀତାରେ ପ୍ରତିପାଦିତ ହୋଇଛି। ମହାଭାରତ ଯୁଦ୍ଧ ଆରମ୍ଭରେ ଅର୍ଜୁନଙ୍କୁ ଗ୍ରାସ କରିଛି କାତରତା ଓ ଧର୍ମବିମୂଢ଼ତା। ଏକ ପକ୍ଷରେ ଯୁଦ୍ଧରେ କୁଟୁମ୍ବ ଓ ଗୁରୁଜନମାନଙ୍କୁ ହତ୍ୟା କରିବା ମହାପାପ ଓ ଅନ୍ୟପକ୍ଷରେ ଧର୍ମ ପ୍ରତିଷ୍ଠା ପାଇଁ ଯୁଦ୍ଧ କରିବା କ୍ଷତ୍ରିୟର ଧର୍ମ। ଏହି ଦୁଇଟି ଦିଗ ଅର୍ଜୁନଙ୍କୁ ଧର୍ମସଙ୍କଟରେ ପକାଇଛି। ଏହି ଧର୍ମସଙ୍କଟରୁ ମୁକ୍ତ ହେବା ପାଇଁ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି ଓ ସମୁଚିତ ପରାମର୍ଶ ପ୍ରାର୍ଥନା କରିଛନ୍ତି। ”ଯଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ ବ୍ରୂହି ତନ୍ମେ ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍‌“ ଅର୍ଥାତ୍‌ ହେ ମାଧବ! ଯାହା ମୋ ପାଇଁ ନିଶ୍ଚିତ ରୂପେ କଲ୍ୟାଣକାରକ, ତାହା ମୋତେ କୁହନ୍ତୁ। ମୁଁ ଆପଣଙ୍କ ଶିଷ୍ୟ। ଆପଣଙ୍କଠାରେ ଶରଣ ପଶିଥିବାରୁ ମୋତେ ଶିକ୍ଷା ଦିଅନ୍ତୁ। ଗୀତାର ଦ୍ୱିତୀୟ ଅଧ୍ୟାୟର ଏହି ସପ୍ତମ ଶ୍ଳୋକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ଶିଷ୍ୟ ନିଜ ପାଇଁ କ’ଣ ଶ୍ରେୟ ତାହା କେବଳ ଗୁରୁଙ୍କୁ ପଚାରିପାରେ, ସାରଥିଙ୍କୁ ନୁହେଁ। ପୂର୍ବରୁ ଅର୍ଜୁନଙ୍କ ମନରେ ଥିଲା ରଥୀପଣ। ଏଣୁ ଯୁଦ୍ଧ ଆରମ୍ଭରେ ସେ ସାରଥି ଶ୍ରୀକୃଷ୍ଣଙ୍କୁ ଆଜ୍ଞା ଦେଇ କହିଥିଲେ, ”ହେ ଅଚ୍ୟୁତ, ଆପଣ ମୋ ରଥକୁ ଦୁଇ ସେନାର ମଧ୍ୟଭାଗରେ ରଖନ୍ତୁ।“ ବର୍ତ୍ତମାନ ତାଙ୍କ ପାଖରେ ଏହି ରଥୀର ଭାବନା ନାହିଁ। ସେ ନିଜର କଲ୍ୟାଣ କଥା ପଚାରିବା ପାଇଁ ଶ୍ରୀକୃଷ୍ଣଙ୍କ ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି ଓ ଉପଦେଶ ଚାହିଁଛନ୍ତି। ଶ୍ରୀକୃଷ୍ଣ ହେଉଛନ୍ତି ତାଙ୍କର ଗୁରୁ, ସାରଥି ନୁହନ୍ତି।

ପୁନଶ୍ଚ ଏହି ଶ୍ଳୋକ ଅନୁଯାୟୀ ଅର୍ଜୁନ ନିଜ କଲ୍ୟାଣର ଭାର ନିଜ ଉପରେ ନ ରଖି ଶ୍ରୀକୃଷ୍ଣ (ଗୁରୁ)ଙ୍କ ଉପରେ ଛାଡ଼ିଦେବାକୁ ଚାହାନ୍ତି। ଏଣୁ ସେ ଶ୍ରୀକୃଷ୍ଣଙ୍କ ଶରଣାଶ୍ରିତ ହୋଇଛନ୍ତି (ତ୍ୱାଂ ପ୍ରପନ୍ନମ୍‌) କାରଣ ଶରଣାଗତ ହୋଇଗଲେ ତାଙ୍କର କଲ୍ୟାଣର ଦାୟିତ୍ୱ ଗୁରୁଙ୍କ ଉପରକୁ ଆସିଯିବ। ‘ତ୍ୱାଂ ପ୍ରପନ୍ନମ୍‌’ କହିଛନ୍ତି ସିନା, ମାତ୍ର ପ୍ରକୃତରେ ସେ ସମ୍ପୂର୍ଣ୍ଣ ଶରଣାଗତ ହୋଇନାହାନ୍ତି। ଯଦି ସେ ଶ୍ରୀକୃଷ୍ଣଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥାନ୍ତେ ପୁଣି ନବମ ଶ୍ଳୋକରେ ‘ମୁଁ ଯୁଦ୍ଧ କରିବି ନାହିଁ’ (ନ ଯୋତ୍ସ୍ୟ) ବୋଲି କହି ନ ଥାନ୍ତେ। ଅର୍ଜୁନଙ୍କ ଏହି କଥା ଶରଣାଗତିର ବିରୁଦ୍ଧାଚରଣ କରୁଛି, କାରଣ ଶରଣାପନ୍ନ ହେବାପରେ ମୁଁ କ’ଣ କରିବି ଆଉ କ’ଣ ନ କରିବି ଆଦି କୌଣସି ବିଚାର କରିବାର ଅଧିକାର ଶରଣାଗତର ନ ଥାଏ। ଶରଣ୍ୟ ଯାହା କହନ୍ତି, ଶରଣାଗତ ତାକୁ ପାଳନ କରନ୍ତି। ଅର୍ଜୁନ ମୁଁ ଶରଣାଗତ ବୋଲି କହିସାରି ନିଜେ ଯୁଦ୍ଧ କରିବେ ନାହିଁ ବୋଲି ନିଷ୍ପତ୍ତି ନେବାରୁ ସେ ଶରଣାଗତିରୁ ବିଚ୍ୟୁତ ହୋଇଛନ୍ତି। ଏଣୁ ଶ୍ରୀକୃଷ୍ଣ ହସିଛନ୍ତି ଓ ପରବର୍ତ୍ତୀ ଉପଦେଶ ଦେଇଛନ୍ତି (ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ)।

ଏହାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମାର ଅମରତ୍ୱ, ଶରୀରର ନଶ୍ୱରତ୍ୱ ଓ କ୍ଷତ୍ରିୟ ଧର୍ମ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି ଓ କହିଛନ୍ତି ‘ହେ ଧନଞ୍ଜୟ ତୁମେ ଆସକ୍ତି ତ୍ୟାଗକରି ସିଦ୍ଧି ଅସିଦ୍ଧିରେ ସମହୋଇ, ଯୋଗସ୍ଥ ହୋଇ କର୍ମ କର କାରଣ ସମତାକୁ ହିଁ ଯୋଗ କୁହାଯାଏ (୨/୪୮)। ମାତ୍ର ଶିଷ୍ୟ ଅର୍ଜୁନ ସହଜରେ ସନ୍ତୁଷ୍ଟ ହୋଇପାରିନାହାନ୍ତି। ଶ୍ରୀକୃଷ୍ଣ ତାଙ୍କୁ କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ଆଦି ବିଭିନ୍ନ ଯୋଗର ତତ୍ତ୍ୱ ଶୁଣାଇଛନ୍ତି। ଅର୍ଜୁନ ଏସବୁ ଶୁଣିବାବେଳେ ଯେଉଁଠି ସନ୍ଦେହର ସମ୍ମୁଖୀନ ହୋଇଛନ୍ତି ସେଠି ଶ୍ରୀକୃଷ୍ଣଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ପ୍ରଶ୍ନ ପଚାରି ସନ୍ଦେହ ମୋଚନ କରିବା ଗୁରୁ-ଶିଷ୍ୟ ସମ୍ପର୍କର ଏକ ବିଶିଷ୍ଟ ବିଭାବ। ସ୍ବୟଂ ଶ୍ରୀକୃଷ୍ଣଙ୍କ ମତରେ ତଦ୍‌ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା/ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ୱଦର୍ଶିନଃ (୪/୩୪)। ଅର୍ଥାତ୍‌ ତତ୍ତ୍ୱଦର୍ଶୀଙ୍କୁ ପ୍ରଣିପାତ କରି ସେବା କଲେ ଓ ସରଳତା ପୂର୍ବକ ପ୍ରଶ୍ନ କଲେ ସେ ଜିଜ୍ଞାସୁକୁ ତତ୍ତ୍ୱଜ୍ଞାନ ପ୍ରଦାନ କରନ୍ତି। ଏହି ନ୍ୟାୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବିନମ୍ରତା ସହ ବାରମ୍ବାର ପ୍ରଶ୍ନ କରିଛନ୍ତି ଓ ଶ୍ରୀକୃଷ୍ଣ ସେସବୁର ଉତ୍ତର ଦେଇଛନ୍ତି। ପୂର୍ବରୁ କୁହାଯାଇଛି, ଅର୍ଜୁନ ନିଜକୁ ଶରଣାଗତ କହି ମଧ୍ୟ ଶରଣାଗତିରୁ ବିଚ୍ୟୁତ ହୋଇଥିବାରୁ ଶ୍ରୀକୃଷ୍ଣ ହସିଥିଲେ ଓ ପରବର୍ତ୍ତୀ ଉପଦେଶ ଦେଇଥିଲେ। ବର୍ତ୍ତମାନ ସେ ଅର୍ଜୁନଙ୍କୁ କହୁଛନ୍ତି, ତୁମେ ସବୁ ଧର୍ମକୁ ଛାଡ଼ି କେବଳ ମୋର ଶରଣକୁ ଆସିଯାଅ। ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି, ଚିନ୍ତା କରନାହିଁ (ସର୍ବଧର୍ମାନ୍‌ ପରିତ୍ୟଜ୍ୟ ମାମେକଂ ଶରଣଂବ୍ରଜ/ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ)। ଏଠାରେ ଟୀକାକାରମାନେ ଧର୍ମକୁ ବିଭିନ୍ନ ଅର୍ଥରେ ଗ୍ରହଣ କରିଥିଲେ ହେଁ ଗୀତାରେ ଧର୍ମ ଶବ୍ଦଟି ପ୍ରଚଳିତ ବା ଅଭ୍ୟସ୍ତ ସଂସ୍କାର ଓ ମନଗଢ଼ା ଧର୍ମକୁ ବୁଝାଉଛି।  ପୁନଶ୍ଚ ୪୭ଶ ଶ୍ଳୋକର ପୂର୍ବାର୍ଦ୍ଧରେ ସ୍ବଧର୍ମ ଶବ୍ଦ ବ୍ୟବହୃତ ହୋଇଛି (ଶ୍ରେୟାନ୍‌ ସ୍ବଧର୍ମୋ ବିଗୁଣଃ ପରମଧର୍ମାତ୍‌ ସ୍ବନୁଷ୍ଠିତାତ୍‌/ସ୍ବଭାବନିୟତଂ କର୍ମ କୁର୍ବନ୍ନାପ୍ନୋତି କିଳ୍‌ବିିଷମ୍‌)। ପୁନଶ୍ଚ ୪୮ଶ ଶ୍ଳୋକର ଆରମ୍ଭରେ ଅଛି ‘ସହଜଂ କର୍ମ କୌନ୍ତେୟ ସଦୋଷମପି ନ ତ୍ୟଜେତ୍‌’। ଏଠାରେ ସ୍ବଧର୍ମ ଅର୍ଥ ଅର୍ଜୁନଙ୍କ ପାଇଁ କ୍ଷତ୍ରିୟର ଧର୍ମ ବା ବର୍ଣ୍ଣାନୁଗ କର୍ମ। ‘ସହଜ କର୍ମ’ ଅର୍ଥ ସହଜାତ କର୍ମ ବା ବର୍ଣ୍ଣାନୁଗ କୌଳିକ ବୃତ୍ତି। ତେଣୁ ଧର୍ମ ଶବ୍ଦଟି ଏଠି ବର୍ଣ୍ଣାନୁଗ କର୍ତ୍ତବ୍ୟ-କର୍ମର ବାଚକ।

ମାତ୍ର ଶ୍ରୀକୃଷ୍ଣ ‘ସର୍ବଧର୍ମାନ୍‌ ପରିତ୍ୟଜ୍ୟ’ କହି ସମସ୍ତ କର୍ମ ପରିତ୍ୟାଗ କରିବା କଥା କହିନାହାନ୍ତି। ସେ ପୂର୍ବରୁ ତୃତୀୟ ଅଧ୍ୟାୟରେ କର୍ମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଯଥା କୌଣସି ମଣିଷ କୌଣସି ଅବସ୍ଥାରେ କ୍ଷଣେମାତ୍ର ବି କର୍ମ ନ କରି ରହିପାରିବ ନାହିଁ। (୩ା୫)। ମନ ଓ ଇନ୍ଦ୍ରିୟଗଣକୁ ବଶୀଭୂତ କରି କର୍ତ୍ତବ୍ୟ କର୍ମ କରୁଥିବା ବ୍ୟକ୍ତି ଶ୍ରେଷ୍ଠ (୩ା୭)। କର୍ମ ନ କଲେ ଶରୀର ନିର୍ବାହ ମଧ୍ୟ ହେବ ନାହିଁ। ଏଣୁ କର୍ମ କରିବା ଉଚିତ (୩ା୮) । ଶେଷରେ ୩୦ଶ ଶ୍ଳୋକରେ ସେ କହିଛନ୍ତି-

”ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟାଧ୍ୟତ୍ମଚେତସା,

ନିରାଶୀର୍ନିର୍ମମୋ ଭୂତ୍ୱା ଯୁଧ୍ୟସ୍ୟ ବିଗତଜ୍ୱରଃ।“

ଅର୍ଥାତ୍‌ ଅଧ୍ୟାତ୍ମଚିତ୍ତରେ ତୁମେ ସମସ୍ତ କର୍ତ୍ତବ୍ୟ କର୍ମ ମୋତେ ଅର୍ପଣ କରି କାମନା, ମମତା ଓ ସନ୍ତାପ ପରିହାର ପୂର୍ବକ ଯୁଦ୍ଧରୂପକ କର୍ମ କର। ଏଣୁ ଶ୍ରୀକୃଷ୍ଣ ସବୁ ଧର୍ମ ପରିତ୍ୟାଗ କରିବାକୁ କହିବା ଅର୍ଥ ସମସ୍ତ ମନଗଢ଼ା ଧର୍ମ ବା ଯାହାକୁ ଆମେ ଧର୍ମ ବୋଲି ଭାବୁଛୁ ତାକୁ ତ୍ୟାଗ କରି ତାଙ୍କର ଆଶ୍ରୟ ଗ୍ରହଣ କରିବା, ସେ ଯାହା କହୁଛନ୍ତି ତାହା କରିବା ଏବଂ ସମସ୍ତ କର୍ମକୁ ଭଗବାନଙ୍କ ନିକଟରେ ଅର୍ପଣ କରିବା। ଅର୍ଜୁନଙ୍କ ମନରେ ସନ୍ଦେହ ଥିଲା ତାଙ୍କ ପାଇଁ ଯୁଦ୍ଧ କର୍ମ କରିବା ଶ୍ରେଷ୍ଠ ନା ନ କରିବା ଶ୍ରେଷ୍ଠ। କ’ଣ ଧର୍ମ ବା କ’ଣ ଅଧର୍ମ ଏ କଥା ସେ ନିଜେ ଚିନ୍ତା ନ କରି ତାହା ବିଚାର କରିବାର ଦାୟିତ୍ୱ ସେ ତାଙ୍କ ଉପରେ ଛାଡିଦେଇଛନ୍ତି। ଏହା ହେଉଛି ‘ସର୍ବଧର୍ମାନ୍‌ ପରିତ୍ୟଜ୍ୟ’ର ତାତ୍ପର୍ଯ୍ୟ ଓ ଶରଣାଗତିର ଅର୍ଥ। ଶ୍ରୀକୃଷ୍ଣ ମୋର ଶରଣ ଯାଅ କହିବା ପୂର୍ବରୁ ଅର୍ଜୁନଙ୍କୁ କହିଛନ୍ତି, ମୁଁ ତୁମକୁ ଗୁହ୍ୟରୁ ଗୁହ୍ୟତର ଜ୍ଞାନ କହିଲି। ଏବେ ତୁମେ ଏହାକୁ ଭଲ ଭାବରେ ବିଚାର କରି ଯେମିତି ଇଚ୍ଛା ସେମିତି କର (ବିମୃଶ୍ୟୈତଦଶେଷେଣ ଯଥେଚ୍ଛସି ତଥା କୁରୁ (୧୮ା୬୩)। ମାତ୍ର ଅର୍ଜୁନ ଶ୍ରୀକୃଷ୍ଣଙ୍କ ପରାମର୍ଶକୁ ବିଚାର କଲା ପରେ ସେ ତାକୁ ଗ୍ରହଣ କରି ନେଇଛନ୍ତି ଓ ଶ୍ରୀକୃଷ୍ଣଙ୍କ ଶରଣାଗତ ହୋଇଛନ୍ତି। ତାଙ୍କର ସମସ୍ତ ସନ୍ଦେହ ଦୂର ହୋଇଛି। ମୋହ ନଷ୍ଟ ହୋଇଛି। ସେ ନିଜର କର୍ତ୍ତବ୍ୟ କର୍ମ କ’ଣ ବୁଝି ପାରିଛନ୍ତି ଓ ଶେଷରେ କହିଛନ୍ତି ‘କରିଷ୍ୟେ ବଚନଂ ତବ’, ଅର୍ଥାତ୍‌ ମୁଁ ଆପଣଙ୍କ ଆଜ୍ଞା ପାଳନ କରିବି। ମୋଟ ଉପରେ ଅଜ୍ଞାନତା ନିରାକରଣ ପାଇଁ ଶିଷ୍ୟତ୍ୱ ଗ୍ରହଣ କରିବା, ସନ୍ଦେହ ମୋଚନ ପାଇଁ ନମ୍ରତା ସହ ଗୁରୁଙ୍କୁ ପ୍ରଶ୍ନ ପଚାରିବା, ନିଜର ସନ୍ଦେହମୋଚନ କରି ଗୁରୁଙ୍କ ପାଖରେ ସମର୍ପିତ ହୋଇ ଗୁରୁଆଜ୍ଞା ପାଳନ କରିବା ହେଉଛି ଭାରତୀୟ ପରମ୍ପରାରେ ଶିଷ୍ୟତ୍ୱର ପରିଭାଷା ଏବଂ ଏହା ଅତି ସୁନ୍ଦର ଭାବରେ ପ୍ରତିପାଦିତ ହୋଇଛି ଗୀତାରେ।

ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ,ମୋ-୯୪୩୭୩୨୯୨୬୩

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା