ମନୋରଞ୍ଜନ |

ବଲିଉଡ୍‌ରେ ନାଁ କମାଇଥିବା ପାକିସ୍ତାନୀ

ବଲିଉଡ୍‌ରେ ନାଁ କମାଇଥିବା ପାକିସ୍ତାନୀ

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଅଲ୍‌ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ପାକିସ୍ତାନ କଳାକାରଙ୍କୁ ଭାରତରେ ବ୍ୟାନ୍‌ କରାଯାଇଛି। କୌଣସି ସଂସ୍ଥା ପାକିସ୍ତାନ କଳାକାରଙ୍କ ସହିତ କାମ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ତେବେ ବଲିଉଡ୍‌ରେ କାମ କରି ନଁା କମାଇଥିବା କେତେକ ପାକିସ୍ତାନୀଙ୍କ ସମ୍ପର୍କରେ...


ମାହିରା ଖାନ୍‌: ଫିଲ୍ମ ‘ରଈସ୍‌’ରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌। ଏହି ଫିଲ୍ମଟି ତାଙ୍କୁ ଢେର ପବ୍ଲିସିଟି ଦେଇଥିଲା। ୨୦୧୧ରେ ଟିଭି ଶୋ ‘ନିୟତ୍‌’ରୁ ମାହିରା ଛୋଟ ପରଦାରେ କ୍ୟାରିୟର ଆରମ୍ଭ କରନ୍ତି। ପରେ ହମ୍‌ସଫର, ସଦ୍‌କେ, ତୁମ୍‌ହାରେ, ବିନ୍‌ ରୋଏ ଆଦି ଅନେକ ଟିଭି ଶୋ’ରେ କାମ କରିଛନ୍ତି। 


ସବା କମର: ଇର୍‌ଫାନ୍‌ ଖାନ୍‌ଙ୍କ ସହ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ରେ କାମ କରିଥିଲେ ପାକିସ୍ତାନୀ ଅଭିନେତ୍ରୀ ସବା। ଏବେ ତାଙ୍କୁ ଆଉ କୌଣସି ବଲିଉଡ୍‌ ସିନେମାରେ ଦେଖିବାକୁ ମିଳିବ ନାହିଁ। ୨୦୦୫ରେ ସବା ‘ମୈ ଔର ତୁ’ରୁ ଛୋଟ ପରଦାରେ କ୍ୟାରିୟର ଆରମ୍ଭ କରିଥିଲେ। ଦୋସ୍ତାନା, ପାନୀ ଜୈସା ପ୍ୟାର୍‌, ୟହାଁ ପ୍ୟାର ନହିଁ ହୈ ଆଦି ବିଭିନ୍ନ ଶୋ’ରେ ସେ କାମ କରିଛନ୍ତି। 


ଫଓ୍ବାଦ ଖାନ୍‌: ପାକିସ୍ତାନୀ ଟିଭି ଶୋ’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ଫଓ୍ବାଦ ଖାନ୍‌ ଜଣେ ସଫଳ କଳାକାର। ସୋନମ୍‌ କପୁରଙ୍କ ସହ ଫିଲ୍ମ ‘ଖୁବ୍‌ ସୁରତ’୍‌ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ଭାବେ ଫିଲ୍ମ ଫେୟାର ଆଓ୍ବାର୍ଡ ମଧ୍ୟ ମିଳିଥିଲା। କପୁର ଆଣ୍ଡ୍‌ ସନ୍ସରେ ମଧ୍ୟ ସେ ଅଭିନୟ କରିଛନ୍ତି।


ଆତିଫ୍‌ ଅସଲମ୍‌: ପାକିସ୍ତାନୀ କଳାକାର ଆତିଫ୍‌ଙ୍କୁ ବଲିଉଡ୍‌ରେ ଢେର ସଫଳତା ମିଳିଛି। ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ ର ଦିଲ୍‌ ଦିୟା ଗଲ୍ଲା... ପରି ଅନେକ ସୁପରହିଟ୍‌ ଗୀତ ସେ ଗାଇ ଲୋକପ୍ରିୟ ହୋଇଛନ୍ତି। ୨୦୦୪ରେ ‘ଜଲ୍‌ପରୀ’ ଆଲବମ୍‌ରୁ ସେ ସଂଗୀତ କ୍ୟାରିୟର ଆରମ୍ଭ କରିଥିବା ଆତିଫ ୨୦୧୧ରେ ଫିଲ୍ମ ‘ବୋଲ୍‌’ରୁ ଅଭିନୟ କ୍ୟାରିୟର ଆରମ୍ଭ କରନ୍ତି। ଏହି ଫିଲ୍ମରେ ସେ ଗୀତ ମଧ୍ୟ ଗାଇଥିଲେ। 


ସଜଲ ଅଲ୍ଲୀ: ଫିଲ୍ମ ‘ମମ୍‌’ରେ ଶ୍ରୀଦେବୀଙ୍କ ଝିଅ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ସଜଲ। ୨୦୦୯ରୁ ସଜଲ ଟିଭି ଶୋ’ ‘ନାଦାନିଆ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରନ୍ତି। ପରେ ଅନେକ ଟିଭି ଶୋ’ ଏବଂ ଫିଲ୍ମରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଛନ୍ତି। 

 

ରାହତ୍‌ ଫତେ ଅଲ୍ଲୀ ଖାନ୍‌: ସୁଫି ଗାୟକ ରାହତ୍‌ ଫତେ ଅଲ୍ଲୀ ଖାନ୍‌ଙ୍କ ଗୀତକୁ ଟି-ସିରିଜ୍‌ ନିଜ ଆକାଉଣ୍ଟରୁ ବାହାର କରିଦେଇଛି। ଏବେ ରାହତ୍‌ ବଲିଉଡ୍‌ ପାଇଁ ଆଉ ଗୀତ ଗାଇ ପାରିବେ ନାହିଁ। ନମସ୍ତେ ଲଣ୍ଡନ, ପାପା, ଇଶ୍କିୟା, ଦବଙ୍ଗ ଆଦି ସିନେମାରେ ସୁପରହିଟ୍‌ ଗୀତ ସେ ଗାଇ ସାରିଛନ୍ତି। 


ଅଲ୍ଲୀ ଜାଫର: ପାକିସ୍ତାନୀ ଗାୟକ ତଥା ଅଭିନେତା ଅଲ୍ଲୀ ଜାଫର ଅନେକ ବଲିଉଡ୍‌ ସିନେମାରେ କାମ କରିଛନ୍ତି। ତେରେ ବିନ୍‌ ଲାଡେନ୍‌, ମେରେ ବ୍ରଦର କି ଦୁଲ୍‌ହନ୍‌, ଟୋଟଲ ସଫାୟା, ଡିୟର ଜିନ୍ଦେଗି, ଚସ୍‌ମେ ବଦ୍ଦୁର ଆଦି ସିନେମାରେ ସେ କାମ କରିଛନ୍ତି।  ପାକିସ୍ତାନୀ ଟିଭି ଶୋ’ରେ ମଧ୍ୟ ସେ କାମ କରିଛନ୍ତି। 

All Right Reserved By

ମନୋରଞ୍ଜନ |

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ମୁମ୍ବାଇ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ଚର୍ଚ୍ଚାରେ ରହିଛି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ହୋଲିରେ ରିଲିଜ୍‌ ହୋଇସାରିଛି। ଟ୍ରେଲର ରିଲିଜ୍‌ ପରେ ସବୁ ମହଲରୁ ବହୁ ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳିଛି। 

ନିଜଠାରୁ ୨୦ ବର୍ଷ ବଡ଼ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିିଥିଲେ ଏହି ଅଭିନେତ୍ରୀ

ନିଜଠାରୁ ୨୦ ବର୍ଷ ବଡ଼ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିିଥିଲେ ଏହି ଅଭିନେତ୍ରୀ

ବଲିଉଡ ‘କୁଇନ୍‌’ କଙ୍ଗନା ରାଣାଓ୍ବତ ଆଜି ଶୁଭ ଜନ୍ମଦିନ। ୧୯୮୭ ଆଜିର ଦିନରେ ସେ ହିମାଚଳ ପ୍ରଦେଶର ଭାମ୍ବଲା ଜନ୍ମଗ୍ରହଣ କରିଥିଲେ।

ପରିବାରର ବିନା ଅନୁମତିରେ ବିବାହ କରିବେନି ଶ୍ରଦ୍ଧା: ଶକ୍ତି କପୁର

ପରିବାରର ବିନା ଅନୁମତିରେ ବିବାହ କରିବେନି ଶ୍ରଦ୍ଧା: ଶକ୍ତି କପୁର

ମୁମ୍ବାଇ,୨୩।୩: ଆଜିକାଲି ନିଜ ବିବାହ ଖବରକୁ ନେଇ ବି-ଟାଉନରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। 

ଜୟାଲଳିଥାଙ୍କ ବାୟୋପିକ୍‌ରେ କଙ୍ଗନା

ଜୟାଲଳିଥାଙ୍କ ବାୟୋପିକ୍‌ରେ କଙ୍ଗନା

ମୁମ୍ବାଇ,୨୩।୩: ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। ନିକଟରେ ଏଥିରେ ସାମିଲ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ତେବେ ଖୁବ୍‌ଶୀଘ୍ର ଏହିକ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଳିଥାଙ୍କ ବାୟୋପିକ୍‌। ଟ୍ରେଡ୍‌ ଆନାଲିସିଷ୍ଟ ତରୁଣ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

 ପାଖରେ ଟଙ୍କା ନ ଥିବାରୁ ଷ୍ଟେଶନରେ ଦିନ କାଟୁଥିଲେ ଏହି ସୁପରଷ୍ଟାର୍‌ ଅଭିନେତା

ପାଖରେ ଟଙ୍କା ନ ଥିବାରୁ ଷ୍ଟେଶନରେ ଦିନ କାଟୁଥିଲେ ଏହି ସୁପରଷ୍ଟାର୍‌ ଅଭିନେତା

ଗ୍ଲାମର ଜଗତରେ ଷ୍ଟାର୍‌ ରାତାରାତି ଷ୍ଟାର୍‌ ବନିବା ଆଦୌ ସହଜ କଥା ନୁହେଁ। ଏଥିପାଇଁ ଅଭିନେତା/ଅଭିନେତ୍ରୀଙ୍କ ବହୁ ସଂଘର୍ଷର ସାମ୍ନା କରିବାକୁ ପଡେ।

‘ଭାଭି’ ଡାକିବାରୁ ରାଗିଗଲେ ଦୀପିକା

‘ଭାଭି’ ଡାକିବାରୁ ରାଗିଗଲେ ଦୀପିକା

ମୁମ୍ବାଇ: ପଦ୍ମାବତ୍‌ ଫେମ୍‌ ଦୀପିକା ପାଦୁକୋନ୍‌ ନିକଟରେ ଏକ ଆଓ୍ବାର୍ଡ ସେରମନିରେ ପହଞ୍ଚିଥିଲେ। ଆଉ ସାଙ୍ଗରେ ଥିଲେ ପତିଦେବ ରଣବୀର ସିଂ। ଦୁହେଁ ଏଥିରେ ସମ୍ମାନୀତ ମଧ୍ୟ ହୋଇଥିଲେ। 

କାର୍ତ୍ତିକଙ୍କ ଯୋଗୁ ସୈଫ୍‌ ଲଳନା ସାରା-ସୁଶାନ୍ତଙ୍କ ସମ୍ପର୍କରେ ଫାଟ

କାର୍ତ୍ତିକଙ୍କ ଯୋଗୁ ସୈଫ୍‌ ଲଳନା ସାରା-ସୁଶାନ୍ତଙ୍କ ସମ୍ପର୍କରେ ଫାଟ

ବମ୍ବେ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଫିଲ୍ମ ‘କେଦାରନାଥ’ ଜରିଆରେ ଡେବ୍ୟୁ କରିଥିଲେ ସୈଫ୍‌ଙ୍କ ଲଳନା ସାରା ଅଲ୍ଲୀ ଖାନ୍‌। ସେବେଠୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। କେହି କେହି ସୁଶାନ୍ତ ସାରାଙ୍କୁ ପସନ୍ଦ କରୁଥିବା କହିଥିଲେ। ମାତ୍ର ଏବେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।

ଅନୁଷ୍କାଙ୍କ ଏମିତି କେୟାର ନିଅନ୍ତି ବିରାଟ

ଅନୁଷ୍କାଙ୍କ ଏମିତି କେୟାର ନିଅନ୍ତି ବିରାଟ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମଠୁ ଏବେ ବିରତି ନେଇ କ୍ରିକେଟର ତଥା ସ୍ବାମୀ ବିରାଟ କୋହଲିଙ୍କ ସହିତ ଅଧିକ ସମୟ ବିତାଉଛନ୍ତି। ‘ଜିରୋ’ ଫିଲ୍ମର ପ୍ରମୋଶନ ପରେ ଅନୁଷ୍କା ଛୁଟିରେ ରହି ବିରାଟଙ୍କ ସହିତ କ୍ରିକେଟ ମ୍ୟାଚ ଦେଖିବାକୁ ଯାଉଛନ୍ତି।

ଏବେ ବି ଚମକୁଛନ୍ତି ଡିମ୍ପଲ

ଏବେ ବି ଚମକୁଛନ୍ତି ଡିମ୍ପଲ

ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ ଏବେ ଚର୍ଚ୍ଚାରେ। ଫିଲ୍ମ ପାଇଁ ଅକ୍ଷୟ କୁମାର ଯେତିକି ଚର୍ଚ୍ଚାକୁ ଆସୁନାହାନ୍ତି ବେଶୀ ଚର୍ଚ୍ଚାକୁ ଆସୁଛନ୍ତି ଟ୍ବିଙ୍କିଲ୍‌ ଖାନାଙ୍କ ମାଆ ଡିମ୍ପଲ କ।ପାଡିଆ ତଥା ଅକ୍ଷୟଙ୍କ ଶାଶୂମା। 

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ରାଣୀ ମୁଖାର୍ଜୀ ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ରେ ଜନ୍ମିତ ଏହି ଅଭିନେତ୍ରୀ ବଲିଉଡ୍‌ର ଜଣେ ବୋଲ୍ଡ୍‌ ନାୟିକା ଭାବେ ବି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। 

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଗୀତ ଶୁଣିବା ମାତ୍ରେ ମନର ଦୁଃଖ କଷ୍ଟ ସବୁ ଭୁଲି ହୋଇଯାଏ। ଅଧିକାଂଶ ଲୋକ ସଂଗୀତରେ କ୍ୟାରିୟର କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବଲିଉଡ୍‌ର ସିଙ୍ଗରମାନେ ଗୀତ ଗାଇ ବେଶ୍‌ ପରିଚିତ ହୋଇଛନ୍ତି। ଗୋଟିଏ ଗୀତ ଗାଇ ସେମାନେ କୋଟି କୋଟି ଟଙ୍କା ମଧ୍ୟ ନେଉଛନ୍ତି। 

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ୯୦ ଦଶକର ବହୁ ଷ୍ଟାର ଧୀରେ ଧୀରେ ସିଲଭର ସ୍କ୍ରିନ୍‌ଠାରୁ ଦୂରେଇବା ଆମ୍ଭ କରିଛନ୍ତି। ଅପରପକ୍ଷରେ ବହୁ ଷ୍ଟାରକିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ରେଡ୍ଡି ହୋଇଗଲେଣି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା