ଫୁରସତ |

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଭାରତୀୟ ସଂସ୍କୃତିରେ ପ୍ରତିଟି ଶୁଭକାର୍ଯ୍ୟରେ ଯଜ୍ଞ ବା ହୋମ କରାଯାଇଥାଏ। ହୋମରେ ପ୍ରତିଟି ମନ୍ତ୍ରରେ ଅଗ୍ନିଙ୍କୁ ସାମଗ୍ରୀ ଅର୍ପଣ ଆହୁତି ଦ୍ୱାରା କରାଯିବା ସହିତ ସ୍ବାହା ଉଚ୍ଚାରଣ କରାଯାଇଥାଏ। ସ୍ବାହା ଉଚ୍ଚାରଣ କରିବା ପଛରେ ରହିଛି ଏକ କାରଣ। ମତ୍ସ୍ୟ ପୁରାଣ ଅନୁସାରେ ସ୍ବାହା ଉଚ୍ଚାରଣ ଦ୍ୱାରା ହବନ ସମାଗ୍ରୀ ଅଗ୍ନି ଦେବ ଗ୍ରହଣ କରିବା ସହିତ ଯେଉଁ ଦେବତାଙ୍କ ଉଦ୍ଦେଶ୍ୟରେ ଏହା ଅର୍ପଣ କରାଯାଇଥାଏ ତାଙ୍କ ପାଖରେ ପହଞ୍ଚିଥାଏ। ଫଳରେ ଯଜ୍ଞର ଉଦ୍ଦେଶ୍ୟ ସଫଳ ହୋଇଥାଏ। ସ୍ବାହା  ହେଉଛନ୍ତି ଅଗ୍ନିଦେବଙ୍କ ସ୍ତ୍ରୀ। ସ୍ବାହାଙ୍କୁ  ଅର୍ପଣ କରାଯାଉଥିବା ସାମଗ୍ରୀ ପ୍ରଥମେ ଅଗ୍ନି ଦେବଙ୍କ ପାଖରେ ପହଞ୍ଚି ଏହାପରେ ସମ୍ପୃକ୍ତ ଦେବୀ ଦେବତାଙ୍କ ପାଖରେ ପହଞ୍ଚିଥାଏ। ଯଜ୍ଞ ଦ୍ୱାରା ମାନସିକ, ଶାରୀରିକ, ଆତ୍ମିକ ଶାନ୍ତି, ଆତ୍ମା ଶୁଦ୍ଧି, ଆତ୍ମବଳ ବୃଦ୍ଧି ତଥା ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ ବୋଲି ରହିଛି ବିଶ୍ୱାସ। ଆହୁତି ଦେବା ସମୟରେ ଅନାମିକା, ମଧ୍ୟମା ଏବଂ ବୁଢ଼ା ଆଙ୍ଗୁଠି ସହାୟତାରେ ହବନ ସାମଗ୍ରୀ ଅଗ୍ନିଙ୍କୁ ଅର୍ପଣ କରିବାର ପରମ୍ପରା ରହିଛି।

All Right Reserved By

ଫୁରସତ |

କୌଣସି ଜଳପରୀଠୁ କମ୍‌ ନୁହନ୍ତି ଏହି ଯୁବତୀ

କୌଣସି ଜଳପରୀଠୁ କମ୍‌ ନୁହନ୍ତି ଏହି ଯୁବତୀ

ଅଷ୍ଟ୍ରେଲିଆର ଏକ ଦ୍ୱୀପରେ ରହୁଥିବା ଜଣେ ଯୁବତୀଙ୍କୁ ଜଳପରୀ କୁହାଯାଉଛି। ମରମେଡ ମେଲିସା ନାମକ ଏହି ଯୁବତୀ ଜଣକ ପ୍ରକୃତିକୁ ଖୁବ୍‌ ଭଲ ପାଆନ୍ତି। ବିଶେଷକରି ମେଲିସା ପାଣି ଏବଂ ଏଥିରେ ବାସ କରୁଥିବା ଜଳଚର ଜୀବନମାନଙ୍କୁ ବହୁ ଭଲ ପାଆନ୍ତି। ଜଳଚର ଜୀବନମାନଙ୍କ ସହିତ ସେ ଏମିତି ପ୍ରଭାବିତ ହୋଇଗଲେ ଯେ, ନିଜ ଜୀବନକୁ ବି ଜଳପରୀ ଭାବେ ଗଢ଼ି ଦେଲେ।

ଗାଇ ରକ୍ତ ପିଇବା ପରମ୍ପରା

ଗାଇ ରକ୍ତ ପିଇବା ପରମ୍ପରା

ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଦେଇଥାଏ। କେତେକ ପଛରେ ବିଶେଷ କାରଣ ରହିଥିବା ବେଳେ ଆଉ କେତେକ ପଛରେ ସେଭଳି କୌଣସି କାରଣ ନ ଥାଏ। ତଥାପି ହଜାର ହଜାର ବର୍ଷ ହେବ ଏହି ପରମ୍ପରାକୁ ଲୋକେ ମାନିଆସିଛନ୍ତି। 

ଗୀତ ବିନା ଫିକା ଲାଗେ ହୋଲି, ଏହି ୫ଟି ଗୀତକୁ ପ୍ଲେ ଲିଷ୍ଟରେ ସାମିଲ କରନ୍ତୁ

ଗୀତ ବିନା ଫିକା ଲାଗେ ହୋଲି, ଏହି ୫ଟି ଗୀତକୁ ପ୍ଲେ ଲିଷ୍ଟରେ ସାମିଲ କରନ୍ତୁ

ଆଉ ଦିନ କେଇଟା ପରେ ହୋଲି। ରଙ୍ଗର ଏହି ପର୍ବକୁ ପାଳନ କରିବା ଲାଗି ଏବେଠୁ ସଜେଇ ହେଲାଣି ବିଭିନ୍ନ ଦୋକାନବଜାର। ବିଭିନ୍ନ ରଙ୍ଗ ସାଙ୍ଗକୁ ପିଚକାରୀ, ସାଜସଜ୍ଜା ଜିନିଷ ଆଦି କିଣିବା ଲାଗି ଲୋକଙ୍କ ଭିଡ ବି ଦେଖିବାକୁ ମିଳୁଛି। ତେବେ ରଙ୍ଗର ଏହି ପର୍ବ ଭାଙ୍ଗ ଓ ଗୀତ ବିନା ଅଧା ଲାଗେ।

ଏହି କାରଣ ପାଇଁ କୁଆଁରୀ ରହିବାକୁ ପସନ୍ଦ କରନ୍ତି ଝିଅ

ଏହି କାରଣ ପାଇଁ କୁଆଁରୀ ରହିବାକୁ ପସନ୍ଦ କରନ୍ତି ଝିଅ

ଅନେକ ସମୟରେ ଶୁଣିବାକୁ ମିଳିଥାଏ, ଜୀବନରେ ସାଥୀଟିଏ ନିହାତି ଆବଶ୍ୟକ। ବିନା ସାଥୀରେ ଜୀବନ ଜିଇଁବା କଷ୍ଟସାଧ୍ୟ। ଏଣୁ ଝିଅ ବଡ଼ ହେବା ମାତ୍ରେ ଘରେ ତାର ବିଭାଘର କଥା ଚିନ୍ତା କରିଥାନ୍ତି। ମାତ୍ର ବର୍ତ୍ତମାନ ସମୟରେ ଅନେକ ଝିଅ ବାହାହେବାକୁ ପସନ୍ଦ ନ କରି ଏକା ରହିବାକୁ ପସନ୍ଦ କରୁଛନ୍ତି। ତେବେ ଜାଣନ୍ତୁ ସେସବୁ କାରଣ ସମ୍ପର୍କରେ...


କାହିଁକି ହୋଲିରେ ପିଆଯାଏ ଭାଙ୍ଗ

କାହିଁକି ହୋଲିରେ ପିଆଯାଏ ଭାଙ୍ଗ

ଆନନ୍ଦର ପର୍ବ ହୋଲି। ଏହି ଉତ୍ସବରେ ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ ବିନା ହୋଲି ଅଧୁରା, ସେହିପରି ଭାଙ୍ଗ ବିନା ହୋଲି ଖାଲି ଖାଲି ଲାଗିଥାଏ। ହୋଲିରେ ଭାଙ୍ଗ ମିଶା ସର୍ବତର ମଜା ନିଆରା। ତେବେ ହୋଲିରେ କାହିଁକି ଭାଙ୍ଗ ପିଆଯାଏ ଆସନ୍ତୁ ଜାଣିବା।

ବେଲୁନ୍‌ ଫେଷ୍ଟିଭାଲରେ କ’ଣ ହୋଇଥିଲା ଜାଣିଲେ ଥରିଉଠିବ ଦେହ

ବେଲୁନ୍‌ ଫେଷ୍ଟିଭାଲରେ କ’ଣ ହୋଇଥିଲା ଜାଣିଲେ ଥରିଉଠିବ ଦେହ

ରଙ୍ଗବେରଙ୍ଗର ବେଲୁନ୍‌ ଦେଖିଲେ ସମସ୍ତଙ୍କ ମନ ଖୁସି ହୋଇଯାଏ। ମାତ୍ର ୧୯୮୬ ମସିହାରେ ଉତ୍ତର ଆମେରିକାର କ୍ଲିବଲାଣ୍ଡର ଓହିରେ ହୋଇଥିବା ବେଲୁନ୍‌ ଫେଷ୍ଟିଭାଲ କଥା ମନେ ପଡ଼ିଲେ ଭୟରେ ଦେହ ଥରି ଉଠୁଛି। ଏହି ମହୋତ୍ସବ ଖୁସି ବଦଳରେ ଆଣି ଦେଇଥିଲା ଅନେକ ଦୁଃଖ। ଏଥିରେ ଅନେକ ମରିହଜି ମଧ୍ୟ ଯାଇଥିଲେ। ଚାରିଟେବୁଲ ଅର୍ଗାନାଇଜେସନ ପକ୍ଷରୁ ଏହି ବେଲୁନ୍‌ ମହୋତ୍ସବର ଆୟୋଜନ କରାଯାଇଥିଲା। ବିଶ୍ୱ ରେକର୍ଡ କରିବାକୁ ଏକା ସାଙ୍ଗରେ ହଜାର ହଜାର ବେଲୁନ୍‌ ଆକାଶକୁ ଛାଡ଼ି ଦେଇଥିଲେ। ଏକାଥରକେ ୨ ମିଲିୟନ ଅର୍ଥାତ ୨୦ ଲକ୍ଷ ବେଲୁନ ହିଲିଅମ ଗ୍ୟାସରେ ଭର୍ତ୍ତି କରାଯାଇ ଆକାଶରେ ଛାଡ଼ିବା ପାଇଁ ଲକ୍ଷ୍ୟ ରଖିଥିଲେ। ଏହିକ୍ରମରେ ପ୍ରାୟ ୨୫୦୦ ଲୋକ ରାତିସାରା ବେଲୁନ ଫୁଙ୍କିବା କାର୍ଯ୍ୟରେ ଲାଗିଥିଲେ। ମେଳା ଆରମ୍ଭ ପୂର୍ବରୁ ସବୁକିଛି ଠିକ୍‌ଠାକ୍‌ ଥିଲା।

ଯେଉଁ ମନ୍ଦିରରେ ରହିଛି କୋଟିଏ ଶିବଲିଙ୍ଗ...

ଯେଉଁ ମନ୍ଦିରରେ ରହିଛି କୋଟିଏ ଶିବଲିଙ୍ଗ...

ଭାରତର ବିଭିନ୍ନ ମନ୍ଦିରରେ ବିଭିନ୍ନ ରହସ୍ୟ ରହିଛି। କର୍ନାଟକ କୋଲାର ଜିଲ୍ଲାର କାମାସାନ୍ଦ୍ରା ଗାଁରେ ଥିବା ଶିବ ମନ୍ଦିରରେ ରହିଛି କୋଟିଏ ଶିବଲିଙ୍ଗ। ଏହି ମନ୍ଦିରକୁ ଲୋକ କୋଟିଲିଙ୍ଗେଶ୍ୱର କହିଥାନ୍ତି।

ଯେଉଁଠି ଫୋନ୍‌ କଲେ ମିଳେ ସେକ୍ସ ଡଲ୍‌

ଯେଉଁଠି ଫୋନ୍‌ କଲେ ମିଳେ ସେକ୍ସ ଡଲ୍‌

ଆଧୁନିକ ସମାଜରେ ଏବେ ସବୁ ମିଳୁଛି ହାତ ପାହାନ୍ତାରେ। ସେମିତି ଚାଇନାରେ କେହି ଯଦି ଜଣେ ସେକ୍ସ ଡଲ୍‌ ନିଜ ପାଖକୁ ଆଣିବାକୁ ଚାହୁଁଛନ୍ତି ତାହା ମଧ୍ୟ ଅତି ସହଜରେ ମିଳି ପାରୁଛନ୍ତି। ମାତ୍ର ଗୋଟିଏ ଫୋନ୍‌ କଲରେ ଏମାନଙ୍କୁ ବୁକ୍‌ କରାଯାଇ ପାରୁଛି। 

ଯେଉଁଠି ଝିଅମାନଙ୍କୁ ଇଚ୍ଛା ବିରୋଧରେ କରାଯାଏ ଗର୍ଭବତୀ

ଯେଉଁଠି ଝିଅମାନଙ୍କୁ ଇଚ୍ଛା ବିରୋଧରେ କରାଯାଏ ଗର୍ଭବତୀ

ନାଇଜେରିଆରେ ଥିବା ଏମିତି ଏକ ଲୁଚାଛପା ପ୍ରଥା ସମ୍ପର୍କରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଠାରେ ଥିବା ବେବି ଫାର୍ମିଂର ଅସଲ କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଆଫ୍ରିକା ମହାଦେଶରେ ଥିବା ନାଇଜେରିଆର କେତେକ ଅଞ୍ଚଳରେ ଏମିତି କିଛି ଘୃଣ୍ୟ କାମ କରାଯାଇଥାଏ। 

ପ୍ରେମରେ ପ୍ରତାରଣା ପାଇଥିବା ମହିଳା କରନ୍ତି ଅଧିକ ଶପିଂ...

ପ୍ରେମରେ ପ୍ରତାରଣା ପାଇଥିବା ମହିଳା କରନ୍ତି ଅଧିକ ଶପିଂ...

ପ୍ରେମରେ ପ୍ରତାରଣା ପାଇଥିବା ମହିଳା ଅଧିକ ଶପିଂ କରିଥାନ୍ତି। ତେବେ ଭଙ୍ଗା ହୃଦୟ ନେଇ ଶପିଂ କଲେ ଅଧିକ ଖର୍ଚ୍ଚ ହୋଇଥାଏ ବୋଲି ନିକଟରେ ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

ଏସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କରନ୍ତି ପ୍ରେମ ବିବାହ...

ଏସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କରନ୍ତି ପ୍ରେମ ବିବାହ...

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ କେଉଁମାନେ ପ୍ରେମ ବିବାହ କରିବେ ତାହା ତାଙ୍କର ଜନ୍ମ ତାରିଖରୁ ହିଁ ଜଣାପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। 

ଚେୟାରରେ ବସିଲେ ହୋଇଯାଏ ମୃତ୍ୟୁ

ଚେୟାରରେ ବସିଲେ ହୋଇଯାଏ ମୃତ୍ୟୁ

ସାଧାରଣତଃ ଆମେ ଜାଣିଛେ, ବହୁ ପୁରୁଣା କୋଠା, ଶଶ୍ମାନ, ସମାଧିସ୍ଥଳରେ ମୃତବ୍ୟକ୍ତିଙ୍କ ଆତ୍ମା ଘୂରିବୁଲେ। କିନ୍ତୁ ଏମିତି ଏକ ଚେୟାର ରହିଛି ଯେଉଁଠି ଆତ୍ମା ଆସ୍ଥାନ ଜମାଇଛି। ଫଳରେ ଏହି ଚେୟାରରେ ଯିଏ ବସିଛି ତା’ର ମୃତ୍ୟୁ ଘଟିଛି। ଆଜି ଏହି ଚେୟାର ବିଷୟରେ ଏମିତି ଏକ କଥା କହିବୁ ଯାହା ଶୁଣି ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହା ଏକ ଅଭିଶପ୍ତ ଚେୟାର। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା