ଖେଳ |

ଗିନିଜ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ଅଷ୍ଟ୍ରେଲୀୟ ଉଇକେଟ୍‌କିପର ହେଲୀ

ଗିନିଜ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ଅଷ୍ଟ୍ରେଲୀୟ ଉଇକେଟ୍‌କିପର ହେଲୀ

ମେଲବୋର୍ନ, ୨୧।୨- ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ଉଇକେଟ୍‌କିପର ଆସଲୀ ହେଲୀ ସର୍ବାଧିକ ଉଚ୍ଚତାରୁ କ୍ୟାଚ୍‌ ନେଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ନିଜ ନାମକୁ ସ୍ଥାନିତ କରିଛନ୍ତି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ହେଲୀ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ। ଏକ ଡ୍ରୋନରେ ବଲ ରଖାଯାଇ ଏହାକୁ ଉପରକୁ ଛଡ଼ା ଯାଇଥିଲା। ୮୦ ମିଟର ଉପରୁ ବଲ୍‌କୁ ଛଡ଼ା ଯାଇଥିବାବେଳେ ଗ୍ରାଉଣ୍ଡରେ ଗ୍ଲୋଭ୍ସ ପିନ୍ଧି ଠିଆହୋଇଥିବା ହେଲୀ ଏହାକୁ କ୍ୟାଚ୍‌ ନେଇ ରେକର୍ଡର ଅଧିକାରୀ ହୋଇଥିଲେ। ଅବଶ୍ୟ ହେଲୀ ତାଙ୍କର ପ୍ରଥମ ଦୁଇ ପ୍ରୟାସରେ ବିଫଳ ହୋଇଥିବାବେଳେ ୩ୟ ଥରରେ ସେ ଏହି ସଫଳତା ପାଇଥିଲେ। ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ କ୍ରିଷ୍ଟେନ ବୌମଗାର୍ଟରଙ୍କ ନାମରେ ଥିଲା। କ୍ରିଷ୍ଟେନ ୨୦୧୬ରେ ୬୨ ମିଟର ଉଚ୍ଚତାରୁ କ୍ୟାଚ୍‌ ନେଇଥିଲେ। ତାଙ୍କ ପୂର୍ବରୁ ପ୍ରାକ୍ତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ (୪୯ ମିଟର) ମଧ୍ୟ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଏକ ବର୍ଷ ସମୟ ରହିଥିବାବେଳେ ହେଲୀଙ୍କ ଏହି ରେକର୍ଡ ମହିଳା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

All Right Reserved By

ଖେଳ |

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ନୂଆଦିଲ୍ଲୀ,୨୧।୩(ପିଟି)- ୟୁଏଇର ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଭାରତ ୮୫ ସ୍ବର୍ଣ୍ଣ ସହ ମୋଟ ୩୬୮ ପଦକ ସହ ଅଭିଯାନ ଶେଷ କରିଛି।

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ। 

ମିଃ. ଆଇପିଏଲ ରାଇନା

ମିଃ. ଆଇପିଏଲ ରାଇନା

ଭାରତୀୟ ବାମହାତୀ ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେତେକ ସ୍ବତନ୍ତ୍ର କାରଣ ଯୋଗୁ ମିଃ. ଆଇପିଏଲ ଭାବେ ପରିଚିତ।

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ଜାତୀୟ ଖେଳ ‘ହକି’ ହେଲେ ମଧ୍ୟ ଭାରତରେ କ୍ରିକେଟକୁ ନେଇ ରହିଛି ଭିନ୍ନ କ୍ରେଜ୍‌। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଖେଳକୁ ପସନ୍ଦ କରିଥାନ୍ତି। ଏହାକୁ ନେଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏଥିରେ ଦର୍ଶକମାନେ ଖେଳାଳିଙ୍କ ଧୁଆଁଧାର ବ୍ୟାଟିଂ, ବୋଲିଂ ସହ ଚିୟରଲିଡର୍ସମାନଙ୍କ ନୃତ୍ୟକୁ ଉପଭୋଗ କରିଥାନ୍ତି।

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମି,୨୧।୩(ପିଟି)- ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ମାର୍ଷ୍ଟ ଓପନର ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଜେୟ କ୍ଲାର୍କଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରଜନେଶ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଓ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ତାମିଲନାଡୁ ପକ୍ଷରୁ ରଣଜୀ ଖେଳିବା ପରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। 

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

ଆଇପିଏଲ ମହାସମର ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଥିବାବେଳେ ତା’ପୂର୍ବରୁ ପ୍ରଶଂସକଙ୍କ ଉତ୍କଣ୍ଠା ଧିରେ ଧିରେ ବଢିବାରେ ଲାଗିଛି। 

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

 ଚେନ୍ନାଇ, ୨୧।୩(ପିଟି)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପ୍ରଥମ ଆଇପିଏଲ ମ୍ୟାଚ୍‌ର ଟିକେଟ୍‌ ବିକ୍ରିରୁ ଆୟ ହେବାକୁଥିବା ଅର୍ଥ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ପରିବାରକୁ ଦିଆଯିବ। 

ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ଭୁବନେଶ୍ୱର, ୨୧।୩(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏପ୍ରିଲ ୨୧ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଘୋଷିତ ୪୦ ଜଣିଆ ଆଥଲେଟ୍‌ ଦଳ ତାଲିକାରେ ଓଡ଼ିଶାର ଦୂତୀ ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ ସ୍ଥାନ ପାଇଛନ୍ତି। 

ଶାସ୍ତ୍ରୀଙ୍କ ଚୁକ୍ତିର ନବୀକରଣ ନାହିଁ: ବିସିସିଆଇ

ଶାସ୍ତ୍ରୀଙ୍କ ଚୁକ୍ତିର ନବୀକରଣ ନାହିଁ: ବିସିସିଆଇ

ନୂଆଦିଲ୍ଲୀ, ୨୧।୩(ପି.ଟି.)- ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀ କୋଚ୍‌ ହିସାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ପସନ୍ଦ ବୋଲି ସମସ୍ତେ ଏକଥା ଜାଣନ୍ତି। ଇଂଲଣ୍ଡରେ ମେ ୩୦ ତାରିଖରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପରେ ମଧ୍ୟ ଶାସ୍ତ୍ରୀ ଟିମ ଇଣ୍ଡିଆର କୋଚ୍‌ ଦାୟିତ୍ୱରେ ରୁହନ୍ତୁ, ଏକଥା ମଧ୍ୟ ବୋର୍ଡ ଚାହେଁ। 

ଇଣ୍ଡିଆ ଓପନ୍‌ରୁ ଓହରିଲେ ସାଇନା

ଇଣ୍ଡିଆ ଓପନ୍‌ରୁ ଓହରିଲେ ସାଇନା

ନୂଆଦିଲ୍ଲୀ,୨୧।୩ (ପି.ଟି.)- ଭାରତୀୟ ମହିଳା ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ ବୁଧବାର ଇଣ୍ଡିଆ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା