ଖେଳ |

ରଏ-ରୁଟ୍‌ଙ୍କ ଶତକ: ଇଂଲଣ୍ଡର ରେକର୍ଡ ରନ୍‌ ଚେଜ୍‌

ରଏ-ରୁଟ୍‌ଙ୍କ ଶତକ: ଇଂଲଣ୍ଡର ରେକର୍ଡ ରନ୍‌ ଚେଜ୍‌
 ବ୍ରିଜ୍‌ଟାଉନ (ବାର୍ବାଡସ), ୨୧।୨(ଏଏଫ୍‌ପି)- ଓପନର୍‌ ଜାସନ ରଏ ଓ ଜୋ ରୁଟ୍‌ଙ୍କ ଦମ୍‌ଦାର ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌କୁ ଭ୍ରମଣକାରୀ ଇଂଲଣ୍ଡ ୬ ଉଇକେଟ୍‌ରେ ଜିତିନେଇଛି। ଓପନ୍‌ର କ୍ରିସ ଗେଲ୍‌ଙ୍କ ଛକାବର୍ଷା ଶତକୀୟ ଇନିଂସ ବଳରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ରେ ୩୬୦ ରନ କରିଥିଲା। ଜବାବରେ ଇଂଲଣ୍ଡ ୮ଟି ବଲ ପୂର୍ବରୁ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। କ୍ରିକେଟ ଇତିହାସରେ ଇଂଲଣ୍ଡର ଏହା ରେକର୍ଡ ଦିନିକିଆ ରନ୍‌ ଚେଜ୍‌। ବିଜୟ ସହ ଇଂଲଣ୍ଡ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌ ଶୁକ୍ରବାର ବାର୍ବାଡସରେ ଖେଳାଯିବ। ହାଇସ୍କୋରିଂ ମ୍ୟାଚରେ ଘରୋଇ ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ୍‌ ବିନିମୟରେ ୩୬୦ ରନର ଏକ ବିଶାଳ ସ୍କୋର କରିଥିଲା। ଦୀର୍ଘ ଦିନପରେ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗେଲ୍‌ଙ୍କ ବ୍ୟାଟ୍‌ରୁ ଏକ ଛକାବର୍ଷା ଶତକୀୟ ଇନିଂସ ଦେଖିବାକୁ ମିଳିଥିଲା। ତାଙ୍କର ୧୨୯ ବଲରୁ ୧୩୫ ରନର ଶତକୀୟ ଇନିଂସ ମଧ୍ୟରେ ୧୨ଟି ଛକା ଓ ମାତ୍ର ୪ଟି ଚୌକା ସାମିଲ ଥିଲା। ଆସନ୍ତା ବିଶ୍ୱକପ୍‌ ପରେ ଅବସର ନେବାକୁ ଘୋଷଣା କରିସାରିଥିବା ୩୯ ବର୍ଷୀୟ ଗେଲ୍‌ଙ୍କ ଦିନିକିଆରେ ଏହା ୨୪ତମ ଶତକ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଜନ୍‌ କ୍ୟାମ୍ପ୍‌ବେଲ ୩୦, ଉଇକେଟ୍‌କିପର ସାଇ ହୋପ୍‌ ୬୪, ଡାରାନେ ବ୍ରାଭୋ ୪୦ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍ସ ଓ ଆଦିଲ ରଶିଦ୍‌ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ୩୬୧ ରନର ଟାର୍ଗେଟ୍‌ ଇଂଲଣ୍ଡ ପାଇଁ କଷ୍ଟସାଧ୍ୟ ଥିଲେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ମିଳିତ ସଫଳତା ବଳରେ ଦଳ ୪୮.୪ ଓଭରରେ ମାତ୍ର ୪ ଉଇକେଟ୍‌ ହରାଇ ହାସଲ କରିନେଇଥିଲା। ୬୫ ବଲରୁ ଶତକ ହାସଲ କରିଥିବା ଜାସନ ରଏ ୮୫ ବଲରୁ ୧୨୩ ରନ (୧୫ ଚୌକା, ୩ ଛକା) ମାରାଥନ ଇନିଂସ ଖେଳିଥିଲେ। କାରବୀୟ ମାଟିରେ ଦିନିକିଆ କ୍ରିକେଟରେ ଏହା ଦ୍ରୁତତମ ଶତକ ଥିଲା। ସେହିଭଳି ଅଭିଜ୍ଞ ଜୋ ରୁଟ୍‌ ମଧ୍ୟ ୯୭ ବଲରୁ ୧୦୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଜନୀ ବେୟାରଷ୍ଟୋର (୩୪) ଓ ଅଧିନାୟକ ଇଅନ ମୋର୍ଗାନ (୬୫)ମଧ୍ୟ ବିଜୟରେ ସହାୟତା କରିଥିଲେ। ଓପନିଂ ଯୋଡ଼ିରେ ରଏ-ବେୟାରଷ୍ଟୋର ୯୧ ରନ, ୨ୟ ଉଇକେଟ୍‌ରେ ରଏ-ରୁଟ୍‌ ୧୧୪ ରନ ଏବଂ ୩ୟ ଉଇକେଟ୍‌ରେ ରୁଟ୍‌-ମୋର୍ଗାନ ୧୧୬ ରନର ପାର୍ଟନରଶିପ୍‌ କରିଥିଲେ। ଘରୋଇ ଦଳର ଅଧିନାୟକ ଜାସନ ହୋଲ୍ଡର ୨ଟି ଉଇକେଟ୍‌ ନେଇଥିଲେ। ସଂକ୍ଷିପ୍ତ ସ୍କୋର ଓ୍ବେଷ୍ଟଇଣ୍ଡିଜ- ୩୬୦/୮, ୫୦ ଓଭର (ଗେଲ୍‌ ୧୩୫, ହୋପ୍‌ ୬୪, ଆସଲେ ନର୍ସ ୨୫, ଷ୍ଟୋକ୍ସ ୩/୩୭)। ଇଂଲଣ୍ଡ- ୩୬୪/୪, ୪୮.୪ ଓଭର (ରଏ ୧୨୩, ରୁଟ୍‌ ୧୦୨, ଷ୍ଟୋକ୍ସ ୨୦*, ବଟଲର୍‌ ୪*, ହୋଲ୍ଡର ୨/୬୩)। ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌- ଜାସନ ରଏ।
All Right Reserved By

ଖେଳ |

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ନୂଆଦିଲ୍ଲୀ,୨୧।୩(ପିଟି)- ୟୁଏଇର ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଭାରତ ୮୫ ସ୍ବର୍ଣ୍ଣ ସହ ମୋଟ ୩୬୮ ପଦକ ସହ ଅଭିଯାନ ଶେଷ କରିଛି।

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ। 

ମିଃ. ଆଇପିଏଲ ରାଇନା

ମିଃ. ଆଇପିଏଲ ରାଇନା

ଭାରତୀୟ ବାମହାତୀ ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେତେକ ସ୍ବତନ୍ତ୍ର କାରଣ ଯୋଗୁ ମିଃ. ଆଇପିଏଲ ଭାବେ ପରିଚିତ।

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ଜାତୀୟ ଖେଳ ‘ହକି’ ହେଲେ ମଧ୍ୟ ଭାରତରେ କ୍ରିକେଟକୁ ନେଇ ରହିଛି ଭିନ୍ନ କ୍ରେଜ୍‌। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଖେଳକୁ ପସନ୍ଦ କରିଥାନ୍ତି। ଏହାକୁ ନେଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏଥିରେ ଦର୍ଶକମାନେ ଖେଳାଳିଙ୍କ ଧୁଆଁଧାର ବ୍ୟାଟିଂ, ବୋଲିଂ ସହ ଚିୟରଲିଡର୍ସମାନଙ୍କ ନୃତ୍ୟକୁ ଉପଭୋଗ କରିଥାନ୍ତି।

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମି,୨୧।୩(ପିଟି)- ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ମାର୍ଷ୍ଟ ଓପନର ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଜେୟ କ୍ଲାର୍କଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରଜନେଶ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଓ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ତାମିଲନାଡୁ ପକ୍ଷରୁ ରଣଜୀ ଖେଳିବା ପରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। 

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

ଆଇପିଏଲ ମହାସମର ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଥିବାବେଳେ ତା’ପୂର୍ବରୁ ପ୍ରଶଂସକଙ୍କ ଉତ୍କଣ୍ଠା ଧିରେ ଧିରେ ବଢିବାରେ ଲାଗିଛି। 

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

 ଚେନ୍ନାଇ, ୨୧।୩(ପିଟି)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପ୍ରଥମ ଆଇପିଏଲ ମ୍ୟାଚ୍‌ର ଟିକେଟ୍‌ ବିକ୍ରିରୁ ଆୟ ହେବାକୁଥିବା ଅର୍ଥ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ପରିବାରକୁ ଦିଆଯିବ। 

ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ଭୁବନେଶ୍ୱର, ୨୧।୩(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏପ୍ରିଲ ୨୧ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଘୋଷିତ ୪୦ ଜଣିଆ ଆଥଲେଟ୍‌ ଦଳ ତାଲିକାରେ ଓଡ଼ିଶାର ଦୂତୀ ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ ସ୍ଥାନ ପାଇଛନ୍ତି। 

ଶାସ୍ତ୍ରୀଙ୍କ ଚୁକ୍ତିର ନବୀକରଣ ନାହିଁ: ବିସିସିଆଇ

ଶାସ୍ତ୍ରୀଙ୍କ ଚୁକ୍ତିର ନବୀକରଣ ନାହିଁ: ବିସିସିଆଇ

ନୂଆଦିଲ୍ଲୀ, ୨୧।୩(ପି.ଟି.)- ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀ କୋଚ୍‌ ହିସାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ପସନ୍ଦ ବୋଲି ସମସ୍ତେ ଏକଥା ଜାଣନ୍ତି। ଇଂଲଣ୍ଡରେ ମେ ୩୦ ତାରିଖରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପରେ ମଧ୍ୟ ଶାସ୍ତ୍ରୀ ଟିମ ଇଣ୍ଡିଆର କୋଚ୍‌ ଦାୟିତ୍ୱରେ ରୁହନ୍ତୁ, ଏକଥା ମଧ୍ୟ ବୋର୍ଡ ଚାହେଁ। 

ଇଣ୍ଡିଆ ଓପନ୍‌ରୁ ଓହରିଲେ ସାଇନା

ଇଣ୍ଡିଆ ଓପନ୍‌ରୁ ଓହରିଲେ ସାଇନା

ନୂଆଦିଲ୍ଲୀ,୨୧।୩ (ପି.ଟି.)- ଭାରତୀୟ ମହିଳା ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ ବୁଧବାର ଇଣ୍ଡିଆ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା