ରାଜ୍ୟ | ଉପକୂଳ ଓଡିଶା

ଡଙ୍କାରୀ ପାହାଡ଼ରେ ବେଆଇନ ଖନନ ମାମଲା:ଅଧିକାରୀଙ୍କ ପାଇଁ ଅଡୁଆରେ ସରକାର

 ଡଙ୍କାରୀ ପାହାଡ଼ରେ ବେଆଇନ ଖନନ ମାମଲା:ଅଧିକାରୀଙ୍କ ପାଇଁ ଅଡୁଆରେ ସରକାର

ଯାଜପୁର ଅଫିସ,୨୧।୨:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଲଘୁ ଖଣିଜ ସମ୍ପଦ ଉପରେ ଆଖି ପକାଇ ସରକାର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ କୌଣସି ପରିବେଶଗତ ଅନୁମତି ନ ଥାଇ କୋଟି କୋଟି ଟଙ୍କାର କଳାପଥର ଉତ୍ତୋଳନ କରାଯାଇଛି। ଏଥିରେ ସମ୍ପୃକ୍ତ ଅଧିକାରୀମାନେ ଶାସକ ଦଳର କେତେଜଣ କର୍ମୀ ଓ ନେତାଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଇ ବେଆଇନ ଲିଜ୍‌ ପ୍ରଦାନ କରିଛନ୍ତି। ତେଣୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରାଜ୍ୟ ସରକାରଙ୍କୁ ଦାୟୀ କରି ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୨୫କୋଟି ଟଙ୍କା ଜମା କରିବାକୁ  ନିର୍ଦ୍ଦେଶ ଦେଇଛନ୍ତିି। ପ୍ରଶାସନ ଏଥିରୁ କିପରି ମୁକୁଳି ପାରିବ ସେ ନେଇ ଯାଜପୁର ଅତିରିକ୍ତ ଜିଲାପାଳ ଓ ଧର୍ମଶାଳା ତହସିଲଦାର ଗତ ୧୮ତାରିଖରୁ ଦିଲ୍ଲୀରେ ଡେରା ପକାଇଛନ୍ତି। ସାଧାରଣ ଲୋକଙ୍କ ଟିକସ ଅର୍ଥରୁ କୋର୍ଟ କଚେରି ବାବଦକୁ ଖର୍ଚ୍ଚ କରି ପଥର ମାଫିଆ ଓ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଦିଲ୍ଲୀ ଗସ୍ତ ହୋଇଥିବା ଏବେ ଆଲୋଚନା ହେଉଛି। 

୪ା୧ା୨୦୧୯ରେ ଏନଜିଟିରେ ୬୦୪/୨୦୧୮ ନମ୍ବରରେ ହୋଇଥିବା ମାମଲାର ଶୁଣାଣି କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପାଖରେ ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୧ମାସ ମଧ୍ୟରେ ୨୫କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରୀ କିମ୍ବା ବେଆଇନ ଖାଦାନ ବ୍ୟବସାୟୀଙ୍କଠାରୁ 

ଅଧିକାରୀଙ୍କ ପାଇଁ ...

ଉପରୋକ୍ତ ଅର୍ଥ ଆଦାୟ କରିବେ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଥିଲା ା ଆଉ ଏହି ଅର୍ଥ ପରିବେଶ ସୁରକ୍ଷା, ଲଘୁ ଖଣିଜ ଶ୍ରମିକ ଓ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ହିତରେ ଖର୍ଚ୍ଚ ହେବ। ବେଆଇନ ଖାଦାନ ଯୋଗୁ ରୋଗଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ଏହି ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇପାରିବ। ସିପିସିବି ପ୍ରତିନିଧି, ଧାନବାଦ ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ, ଡେରାଡୁନ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଏବଂ ଷ୍ଟେଟ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ କମିଟିର ଅଧ୍ୟକ୍ଷଙ୍କୁ ନେଇ ଗଠିତ ଏକ କମିଟି  କ୍ଷତିପୂରଣ ଅର୍ଥକୁ କେଉଁ ବାଟରେ ଖର୍ଚ୍ଚ ହେବ ସେ ନେଇ ନୀତି ନିର୍ଦ୍ଧାରଣ କରିବେ ବୋଲି ନିର୍ଦ୍ଦେଶ ହୋଇଛି। କିନ୍ତୁ ଇତିମଧ୍ୟରେ ଦେଢ ମାସ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ରାଜ୍ୟ ସରକାର ଏନ୍‌ଜିଟିର ନିର୍ଦ୍ଦେଶ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି ବେଆଇନ କାର୍ଯ୍ୟକୁ ସହଯୋଗ କରିଥିବା ଡଙ୍କାରୀ ସର୍କଲର ୧୦ଜଣ ରାଜସ୍ବ ନିରୀକ୍ଷକଙ୍କ ସମେତ ଧର୍ମଶାଳା ତହସିଲର ୧୦ଜଣ ତହସିଲଦାର ଓ ୬ଜଣ ଯାଜପୁର ଉପଜିଲାପାଳଙ୍କ ନାମରେ  ଗତ ୨୩ା୮ା୨୦୧୬ରେ  ଓଡିଶା ସିଭିଲ ସର୍ଭିସ ଧାରା-୧୫ ଅନୁଯାୟୀ ତଦନ୍ତ କରିବାକୁ ତକତ୍ାଳୀନ ଜିଲାପାଳ ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ରାଜସ୍ବ ନିରୀକ୍ଷକ ଭାବେ ଶଙ୍କର୍ଷଣ ଶତପଥୀ, ମହେଶ୍ୱର ପଣ୍ଡା, ଦାଶରଥି ରାଉତ, ପଦ୍ମନାଭ ପଣ୍ଡା, ଉତ୍ସବ ଚରଣ ଜେନା, ସୁଶାନ୍ତ କୁମାର ସ୍ବାଇଁ, ସୁନୀଲ କୁମାର ନାୟକ, ବୀରକିଶୋର ମହାପାତ୍ର, ନୀଳଲୋହିତ ନାଥ ଓ ବସନ୍ତ ଦେହୁରୀଙ୍କ ନାମ ଉଲ୍ଲେଖ ଥିଲା। ସେହିପରି ତହସିଲଦାର ପଦବୀରେ ଥିବା ଶରତଚନ୍ଦ୍ର ପଣ୍ଡା, ନିରାକାର ସାମଲ, ବ୍ରଜକିଶୋର ପଟ୍ଟନାୟକ, ହରିଶଚନ୍ଦ୍ର ନାୟକ, ଅଜୟ କୁମାର ଦାସ, ଅଶୋକ କୁମାର ବେହୁରା, ଦିଲୀପ କୁମାର ବଳ, ରବୀନ୍ଦ୍ର କୁମାର ସାବତ, ଅରୁଣ କୁମାର ବେହେରା ଓ ରଞ୍ଜନ କୁମାର ଜେନା ରହିଥିଲେ। ୨ା୯ା୨୦୧୬ରୁ ୩୧ା୮ା୨୦୧୮ ତାରିଖ ପର୍ଯ୍ୟନ୍ତ ରହିଥିବା ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରାଙ୍କ ନାମରେ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ଯାଜପୁର ଉପଜିଲାପାଳ ଭାବେ ଗୌତମ ଚନ୍ଦ୍ର ନାୟକ, ଅମରେନ୍ଦ୍ର କୁମାର ରଥ, ସୁଶାନ୍ତ କୁମାର ମହାନ୍ତି, ବିନୋଦ ଚନ୍ଦ୍ର ମିଶ୍ର, ଧନଞ୍ଜୟ ସ୍ବାଇଁ ଓ  ମହେଶ୍ୱର ପାଣିଗ୍ରାହୀଙ୍କ ନାମ ରହିଥିଲା। ୩୦ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ସେତେବେଳେ ଏହି ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଥିଲା ା ତେବେ ଏହି ବିଜ୍ଞପ୍ତିର ୩ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ ା ତେବେ ଏନଜିଟି ନିର୍ଦ୍ଦେଶ ପରେ ଉପରୋକ୍ତ ଅଧିକାରୀମାନେ ଉତ୍ତରଦାୟୀ ରହିବା କଥା। ମାତ୍ର ତାହାକୁ ମଧ୍ୟ ଏବେ ଫାଙ୍କିବାକୁ ଚେଷ୍ଟା କରାଯାଉଛି। ଏହି ବେଆଇନ ଉତ୍ତୋଳନରେ ପ୍ରାୟ ୬ଜଣ ପଥର ବ୍ୟବସାୟୀ ସମ୍ପୃକ୍ତ ଥିବା କୁହାଯାଉଛି। ଏନଜିଟିର ନିର୍ଦ୍ଦେଶ ଅନୁସାରେ ସେମାନଙ୍କଠାରୁ ୨୫କୋଟି ଅର୍ଥ ଆଦାୟ କରି ଜମା କରିବା କଥା। କିନ୍ତୁ ରାଜ୍ୟ ସରକାର ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ପଥର ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ଅଯଥା କୋର୍ଟ କଚେରିର ଦ୍ୱାରସ୍ଥ ହେଉଥିବା ମତପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, କୋର୍ଟ କାର୍ଯ୍ୟରେ ସୁପ୍ରିମକୋର୍ଟ ସଂକ୍ରାନ୍ତରେ  ସେ ଦିଲ୍ଲୀ ଯାଇଛନ୍ତି, ତେଣୁ ଏବେ କୌଣସି ମତାମତ ଦେଇ ପାରିବେ ନାହିଁ। ଜିଲାପାଳଙ୍କୁ ପଚାରିଲେ ସେ ମତ ଦେଇପାରିବେ ବୋଲି ମହାନ୍ତି କହିଛନ୍ତି। ଅପରପକ୍ଷରେ ଏନେଇ ଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ। 

ହର୍ଷବର୍ଦ୍ଧନ ବେହେରା

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡର ରାଜସ୍ବ ନିରୀକ୍ଷକ (ଆର୍‌. ଆଇ) ଚିନ୍ତାମଣି ପାଣିଗ୍ରାହୀ ବୁଧବାର ୧ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା