ରାଜ୍ୟ | ଉପକୂଳ ଓଡିଶା

ନିର୍ବାଚନ ପ୍ରଶିକ୍ଷଣ ପାଇଁ ଗଲେ ଶିକ୍ଷକ:କାର୍ଯ୍ୟଦିବସରେ ବନ୍ଦ ରହିଲା ସ୍କୁଲ

ନିର୍ବାଚନ ପ୍ରଶିକ୍ଷଣ ପାଇଁ ଗଲେ ଶିକ୍ଷକ:କାର୍ଯ୍ୟଦିବସରେ ବନ୍ଦ ରହିଲା ସ୍କୁଲ

ନୂଆଗାଁ,୨୧।୨(ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତରେ ଥିବା ସାନତାମନାଡୁ ସେବାଶ୍ରମ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ଫଳରେ ବିଭିନ୍ନ ସମସ୍ୟା ମଧ୍ୟରେ ସ୍କୁଲ ରହିଥିବାବେଳେ ଏହାର ସମାଧାନ ପାଇଁ କାହାରି ଆନ୍ତରିକତା ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଶିକ୍ଷକ ନ ଥିବାରୁ ପ୍ରଶାସନର ଇଙ୍ଗିତରେ ବୁଧବାର କାର୍ଯ୍ୟଦିବସରେ ମଧ୍ୟ ସ୍କୁଲ ବନ୍ଦ ଥିବା ଦେଖିବାକୁ ମିଳିଥିଲା ।  

  ବ୍ଲକର ଆଦିବାସୀ ଅଧ୍ୟୁଷିତ କାପ୍ତାପଲ୍ଲୀ ପଞ୍ଚାୟତର ବଡ଼ତାମନାଡୁ , ସାନତାମନାଡୁ, କୋରାଗାଜୁ ଓ କଣ୍ଟିଆମ୍ବା ଚାରିଗୋଟି ଗ୍ରାମର ପିଲାମାନଙ୍କୁ ଶିକ୍ଷିତ କରାଇବା ପାଇଁ  ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୧୯୫୧ ମସିହାରେ ସାନତାମନାଡୁ ସେବାଶ୍ରମ ସ୍ଥାପନ କରାଯାଇଥିଲା । ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୭ ଜଣ ପିଲା ପାଠ ପଢୁଛନ୍ତି। ପିଲାମାନଙ୍କୁ ପଢ଼ାଇବା ପାଇଁ ଗତବର୍ଷ ଜଣେ ଶିକ୍ଷୟିତ୍ରୀ ଓ ଦୁଇଜଣ ଶିକ୍ଷକ ଥିବା ବେଳେ ଚଳିତ ବର୍ଷ ସେଠାରୁ ଦୁଇଜଣଙ୍କୁ ବଦଳି କରି ଦିଆଯାଇଛି । କେବଳ ଜଣେ ଶିକ୍ଷକଙ୍କୁ ନେଇ ଚାଲିଛି ପାଠପଢା। ସ୍କୁଲରେ ଜଣେ ଶିକ୍ଷକ ନିଯୁକ୍ତି ଥିବା ଜାଣି ମଧ୍ୟ ସେହି ଶିକ୍ଷକଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ନିର୍ବାଚନ ପାଇଁ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବାରୁ ପ୍ରଶାସନର ନିର୍ଦ୍ଦେଶ ଫଳରେ ତାଙ୍କୁ ସ୍କୁଲରେ ତାଲା ପକାଇ ଯିବାକୁ ପଡିଥିଲା। ଫଳରେ ବୁଧବାର ସ୍କୁଲ ବନ୍ଦ ରହିଥିଲା। ପାଞ୍ଚ ଗୋଟି ଶ୍ରେଣୀକକ୍ଷ ଓ ଅଫିସ୍‌ ଗୃହ ପାଇଁ ରହିଛି ଆଜବେଷ୍ଟସ ଛପର ହୋଇଥିବା ମାତ୍ର ଦୁଇଗୋଟି ଗୃହ, ଯେଉଁଠି କିି ବର୍ଷାଦିନେ ପିଲାମାନଙ୍କୁ ବସାଇ ପାଠ ପଢାଇବା ସମ୍ଭବ ନୁହେଁ । ସ୍କୁଲକୁ ଯିବା ପାଇଁ ସବୁଦିନିଆ ରାସ୍ତାଟିଏ ନ ଥିବାରୁ ଅନ୍ୟ ଲୋକର ଫସଲ ଜମି ମଧ୍ୟ ଦେଇ ଯିବାକୁ ପଡିଥାଏ। ପିଇବା ପାଣି ପାଇଁ ଅଛି ଗୋଟିଏ ନଳକୂଅ, ଯେଉଁଥିରୁ ପାଣି ପିଇବା ଦ୍ୱାରା ପିଲାମାନଙ୍କର ସ୍ବାସ୍ଥ୍ୟ ଖରାପ ହେଉଛି ।  ନଳକୂଅରେ ପ୍ଲାଟ୍‌ଫର୍ମଟିଏ ବି ନାହିଁ । ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଥିଲେ ମଧ୍ୟ ରୋଷେଇ କରିବା ପାଇଁ ଘରଟିଏ ନାହିଁ । ଫଳରେ ଝାଟିମାଟି ଘର ଉପରେ ଟିଣ ପକାଇ ରୋଷେଇ କରି ପିଲାମାନଙ୍କୁ ଖାଇବାକୁ ଦିଆଯାଉଛି । ସ୍କୁଲରେ ପାଇଖାନାଟିଏ ନାହିଁ କି ସ୍କୁଲର ନିରାପତ୍ତା ଦୃଷ୍ଟିରୁ ପାଚେରିର ଆବଶ୍ୟକତା ଥିଲେ ମଧ୍ୟ ତାହା କରାଯାଉନାହିଁ । ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ସ୍ଥାପିତ ସ୍କୁଲଟି ଏପରି ଅବ୍ୟବସ୍ଥା ମଧ୍ୟରେ ରହିଥିବା ନେଇ ବାରମ୍ବାର ଅଭିଭାବକ, ସ୍ଥାନୀୟ ବାସିନ୍ଦାଙ୍କ ସହ ଶିକ୍ଷକମାନେ ଅଭିଯୋଗ କରିଥିଲେ। ଫଳରେ ଗତ ଡିସେମ୍ବର ମାସରେ ହୋଇଥିବା ମାତାପିତା ଓ ଶିକ୍ଷକ ସଂଘର ବୈଠକରେ ନୂଆଗାଁ ବ୍ଲକ ସମ୍ପ୍ରସାରଣ ଅଧିକାରୀ ମଳୟ ରଞ୍ଜନ ଚିନ୍ନରା ଯୋଗଦେଇଥିଲେ। ସ୍କୁଲର ସମସ୍ତ ସମସ୍ୟା ଖୁବ୍‌ଶୀଘ୍ର ପୂରଣ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ଗୋଟିଏ ସମସ୍ୟା ବି ସୁଧୁରି ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଏ ନେଇ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଗ୍ରାମବାସୀଙ୍କୁ ନେଇ ଜିଲାପାଳଙ୍କୁ ଆପତ୍ତି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କୁହନ୍ତି  ସ୍କୁଲ ପରିଚାଳନା କମିଟିର ସଭାପତି ବିଭୀଷଣ ପ୍ରଧାନ। କୌଣସି ରାଜନେତା କିମ୍ବା ସରକାରୀ ଅଧିକାରୀଙ୍କ ଆନ୍ତରିକତା ନ ଥିବାରୁ ବହୁ ପୁରାତନ ବିଦ୍ୟାଳୟଟି ନିଜର ସତ୍ତା ହରାଇବାକୁ ବସିଲାଣି ବୋଲି ଅଭିଭାବକ ପାଣୁ ପ୍ରଧାନ କହିଛନ୍ତି।  ଶିକ୍ଷାକ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଆଦିବାସୀ ଛାତ୍ରୀଛାତ୍ରଙ୍କ ପ୍ରତି କିପରି ରହିଛି ତାହା ଏହି ସେବାଶ୍ରମରୁ ହିଁ ଜଣାପଡୁଛି ବୋଲି କଣ୍ଟିଆମ୍ବାର ଅଭିଭାବକ ବଳରାମ ଜାନୀ କହିଛନ୍ତି।  ଜିଲା ସମ୍ପ୍ରସାରଣ ଅଧିକାରୀ ଜୟଶ୍ରୀ ଦେବୀଙ୍କୁ ପଚାରିବାରେ ସ୍କୁଲର ଉନ୍ନତି ପାଇଁ ଅନେକ ଅନୁଦାନ ଥିଲେ ମଧ୍ୟ କିଛି ଅଧିକାରୀଙ୍କ ଅସହଯୋଗ ଯୋଗଁୁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । କାର୍ଯ୍ୟଦିବସରେ ସ୍କୁଲ ବନ୍ଦ ନ କରିବା ଦାୟିତ୍ୱ ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କର । ତେଣୁ ତାଙ୍କ ଅବହେଳାରୁ ଏହା ହୋଇଛି । ସ୍କୁଲର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବି ବୋଲି ସେ କହିଥିଲେ।  

 

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡର ରାଜସ୍ବ ନିରୀକ୍ଷକ (ଆର୍‌. ଆଇ) ଚିନ୍ତାମଣି ପାଣିଗ୍ରାହୀ ବୁଧବାର ୧ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା