ମେଟ୍ରୋ |

ଦକ୍ଷତା ବିକାଶ ପାଇଁ ସହାୟତା ଲୋଡିଲେ ରାଜ୍ୟ ସରକାର

ଦକ୍ଷତା ବିକାଶ ପାଇଁ ସହାୟତା ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୮: ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର କଲିକତାର ବ୍ରିଟିଶ୍ ଡେପୁଟି ହାଇ କମିଶନଙ୍କ ସହାୟତା ଲୋଡିଛନ୍ତି ଏନେଇ କମିଶନ ପକ୍ଷରୁ ୧୦ଟି ୟୁକେ ଶିକ୍ଷା ଓ ଦକ୍ଷତା କମ୍ପାନୀ ମଙ୍ଗଳବାର ରାଜୀବଭନବ ସ୍ଥିତ ଦକ୍ଷତା ବିକାଶ ପରିଷଦରଠାରେ ରାଜ୍ୟ ସରକାରଙ୍କ ସହ ଅାଲୋଚନା କରିଛନ୍ତି ଭାରତର ୧୩ଟି ରାଜ୍ୟରେ ଦକ୍ଷତା ବିକାଶ ଉପରେ କମିଶନ କାଯର୍ୟକରିଥାଏ ଦକ୍ଷତା ବିକାଶରେ ସଫଳତା ପାଇଥିବା କେତୋଟି ରାଜ୍ୟର ଉଦାହରଣକୁ ପରିଷଦ ନିକଟରେ ଉପସ୍ଥାପନ କରିଥିଲେ ଅାଲୋଚନାରେ ପରିଷଦ ଅଧ୍ୟକ୍ଷ ସୁବ୍ରୋତ ବାଚ୍ଚି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସୁବାଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ କମିଶନ ଦେଇଥିବା ପ୍ରସ୍ତାବଗୁଡିକୁ ପରିଷଦ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ଲିଖିତ ଅାକାରରେ ଉକ୍ତ ତଥ୍ୟକୁ ଦେବାକୁ ପରାମର୍ଶ ଦେଇଥିଲେ 

All Right Reserved By

ମେଟ୍ରୋ |

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ: ଏସ୍‌ଆର୍‌ସି

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ସାମ୍ପ୍ରତିକ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ଲଗାଣ ବର୍ଷାରେ ହନ୍ତସନ୍ତ ନନ୍ଦନକାନନ ଜୀବଜନ୍ତୁ, ଏନ୍‌କ୍ଲୋଜରରେ ପଶିଲା ପାଣି

ଲଗାଣ ବର୍ଷାରେ ହନ୍ତସନ୍ତ ନନ୍ଦନକାନନ ଜୀବଜନ୍ତୁ, ଏନ୍‌କ୍ଲୋଜରରେ ପଶିଲା ପାଣି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରି ସ୍ଥିତିରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଜୀବଜନ୍ତୁ ବି ବାଦ ପଡ଼ୁନାହାନ୍ତି। ଏହି କ୍ରମରେ ନନ୍ଦନକାନନର ହାଲ ବେହାଲ୍‌ ହୋଇଛି। ବଟାନିକାଲ୍‌ ଗାର୍ଡେନ୍‌କୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ବେଳେ ବିଭିନ୍ନ ଏନ୍‌କ୍ଲୋଜର ମଧ୍ୟରେ ପାଣି ପଶିଛି। ଏଣୁ ଜନ୍ତୁମାନେ ହନ୍ତସନ୍ତ ହେଉଛନ୍ତି।

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ପୁରୀ ଅଫିସ,୨୨।୭: ସିଂହଦ୍ୱାରରେ ପହଞ୍ଚିଛି ବଡ଼ଠାକୁର ବଳଭଦ୍ରଙ୍କ ରଥ। ମାଉସୀ ମା’ ମନ୍ଦିରଠାରେ ପୋଡ଼ପିଠା ଖାଇ ଯାତ୍ରା ଆରମ୍ଭ କରିବା ପରେ ଅପରାହ୍ନ ୩.୩୦ରେ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି।

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ବେଳଙ୍ଗ-କେଉଟଜଙ୍ଗା ଲୁଣାବନ୍ଧର ବିଭିନ୍ନ ସ୍ଥାନ ଦବିଯାଇଥିଲା। ଫଳରେ ନଦୀ ତଟବର୍ତ୍ତୀ ଗ୍ରାମର ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ।

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଏହାର ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, କାକଟପୁର ବିଡିଓ ସୁଧିର କୁମାର ନାୟକ ପ୍ରମୁଖ ଜଳବନ୍ଦି ହୋଇଥିବା ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ।

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ପୁରୀ ଅଫିସ,୨୨।୭: ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ରଥଟଣା। ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ସଅଳ ରଥଟଣା ହୋଇଛି। ଛେରାପହଁରା ନୀତି ବଢ଼ିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡାଗୁଡ଼ିଙ୍କୁ ଲଗାଯାଇଥିଲା।

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଟକ ରୋଡ,୨୨।୭(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ଭାଙ୍ଗିଲା ସ୍କୁଲ ପାଚେରୀ

ଭାଙ୍ଗିଲା ସ୍କୁଲ ପାଚେରୀ

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ସରକାରୀ ପଞ୍ଚାୟତ ସରପାରୀ ଗ୍ରାମରେ ଥିବା ଏକ ସ୍କୁଲର ପାଚେରୀ ଭାଙ୍ଗିଛି।

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଶୁକ୍ରବାରଠାରୁ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖୋର୍ଦ୍ଧା ଜିଳା ଟାଙ୍ଗି ବ୍ଲକ ଲେଣ୍ଡୋ ପଞ୍ଚାୟତର ପ୍ରାୟ ସମସ୍ତ ଗାଁ ପାଣି ଘେରରେ ରହିଛି।

ଶେଷ ହେଲା ଛେରାପହଁରା: ଗଡ଼ିଲା ତାଳଧ୍ୱଜ

ଶେଷ ହେଲା ଛେରାପହଁରା: ଗଡ଼ିଲା ତାଳଧ୍ୱଜ

ପୁରୀ ଅଫିସ,୨୨।୭: ଶେଷ ହେଲା ଛେରାପହଁରା। ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ କରିଛନ୍ତି ଗଜପତି ମହାରାଜ। ରବିବାର ଅପରାହ୍ନ ୧.୧୨ରେ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ ହେବା ପରେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ଅପରାହ୍ନ ୪ଟାରେ ରଥଟଣା ହେବା ନିର୍ଦ୍ଧାରିତ ହୋଇଥିବା ବେଳେ ସମୟ ପୂର୍ବରୁ ଅର୍ଥାତ ୧.୨୨ରେ ରଥଟଣା ଆରମ୍ଭ ହୋଇଛି।

ସରିଲା ବାହୁଡ଼ା ପହଣ୍ଡି: ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ଆରମ୍ଭ

ସରିଲା ବାହୁଡ଼ା ପହଣ୍ଡି: ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ଆରମ୍ଭ

ପୁରୀ ଅଫିସ,୨୨।୭: ଶେଷ ହୋଇଛି ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ମଣ୍ଡପ ଲୀଳା। ଜନ୍ମବେଦିରେ ୬ ଦିନର ରହଣୀ ପରେ ରବିବାର ଭଉଣୀଭାଇଙ୍କୁ ସାଙ୍ଗରେ ଧରି ବାହୁଡ଼ୁଛନ୍ତି କାଳିଆ ସାଆନ୍ତ। ପୂର୍ବାହ୍ନ ୧୧.୨୦ରେ ଶ୍ରୀଜଗନ୍ନାଥ ନନ୍ଦିଘୋଷକୁ ବିଜେ କରିବା ପରେ ୧୧.୩୦ରେ ବାହୁଡ଼ା ପହଣ୍ଡି ଶେଷ ହୋଇଛି। ଏହାପରେ ଗଜପତି ମହାରାଜ ୧୨.୨୫ରେ ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ନୀତି ଆରମ୍ଭ କରିଛନ୍ତି। ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ଛେରାପହଁରା କାର୍ଯ୍ୟ କରାଯିବ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ