Dharitri News
ମେଟ୍ରୋ |

ଜଳିଗଲା ସ୍ପୋର୍ଟ୍ସ ଏମ୍ପୋରିୟମ

ଜଳିଗଲା ସ୍ପୋର୍ଟ୍ସ ଏମ୍ପୋରିୟମ ଭୁବନେଶ୍ବର, ୨୭।୭: ଜୟଦେବ ବିହାର ନିକଟ ପାଲ୍‌ ହାଇଟ୍ସ ସାମ୍ନାରେ ଥିବା ସ୍ପୋର୍ଟ୍ସ ଏମ୍ପୋରିୟମରେ ବୁଧବାର ରାତିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୪ ମହଲା ବିଶିଷ୍ଟ ଏହି କ୍ରୀଡା ଉପକରଣ ଶୋ’ରୁମ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ୯ ଦମକଳ ଗାଡ଼ି ସହ ୨୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ନିୟୋଜିତ ରହି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଶର୍ଟସର୍କିଟରୁ ଏହା ଘଟିଥିବା ସନ୍ଦେହ କରାଯାଉଛି।

ମେଟ୍ରୋ |

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ନିର୍ଝର ହତ୍ୟାକାଣ୍ଡ: ଭାବୀପତ୍ନୀଙ୍କୁ ପଚରାଉଚରା କରିବ ପୋଲିସ

କଟକ ଅଫିସ, ୨୦।୧- ଚୌଦ୍ୱାର କପାଳେଶ୍ୱରର ଲିଟିଲ ଓରଫ ନିର୍ଝର ବେହେରା ହତ୍ୟା ମାମଲାରେ ପୋଲିସ ନିର୍ଝରଙ୍କ ଭାବୀପତ୍ନୀଙ୍କୁ ପଚରାଉଚରା କରିବ। ଅନ୍ୟପକ୍ଷରେ ଅଭିଯୁକ୍ତ ସମ୍ବିତ କୁମାର ସେନାପତିଙ୍କୁ ଶନିବାର ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସହରାଞ୍ଚଳ ବସ୍‌ ସେବା: ଗଠନ ହେବ ସିଆରୟୁଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ)-ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ(ବିପିଟିଏସଏଲ) ସହିତ କଟକ ଟ୍ରାନ୍ସପୋର୍ଟ ସର୍ଭିସ୍‌ର ବିଲୟ ହେବ। ଉଭୟ ସଂସ୍ଥାର ବିଲୟ ହୋଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି) ନାମରେ ନୂତନ ପରିବହନ ସଂସ୍ଥା ଗଠନ ହେବ। ଏହି ସଂସ୍ଥା କଟକ, ଭୁବନେଶ୍ୱର, ପୁରୀ ଓ କୋଣାର୍କ ଅଞ୍ଚଳରେ ଜନସାଧାରଣଙ୍କୁ ବସ ସେବା ଯୋଗାଇ ଦେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁମୋଦନ କରିଛନ୍ତି।

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)।

ବୈଧ ହେବ ସମୁଦ୍ରକୂଳର ବେଆଇନ କୋଠା

ବୈଧ ହେବ ସମୁଦ୍ରକୂଳର ବେଆଇନ କୋଠା

ପୁରୀ ଅଫିସ, ୨୦।୧: ଅନୁମୋଦିତ ଗୃହ ନିର୍ମାଣ ନକ୍ସା ଉଲ୍ଲଂଘନ କରି ସମୁଦ୍ରକୂଳରେ ତିଆରି ହୋଇଥିବା କୋଠାଗୁଡିକ ସମ୍ପର୍କରେ ଓଡ଼ିଶା ପୌର ଆଇନ ଅନୁଯାୟୀ ପୁନଃର୍ବିଚାର କରିବାକୁ ପିକେଡିଏ ନିଷ୍ପତ୍ତି ନେଇଛି।

ଶ୍ରୀକ୍ଷେତ୍ର ଯୁବ ମହୋତ୍ସବ

ଶ୍ରୀକ୍ଷେତ୍ର ଯୁବ ମହୋତ୍ସବ

ପୁରୀ ଅଫିସ, ୨୦।୧: ଯୁବ ଶକ୍ତି ହେଉଛି ରାଷ୍ଟ୍ରଶକ୍ତି। ଯୁବକମାନେ ଜାଗ୍ରତ ହେଲେ ସମାଜର ବିକାଶ ହେବ। ନିଷ୍ଠା ଓ ଏକାଗ୍ରତା ସଫଳତା ଆଣିଦିଏ ବୋଲି ଦି ସିନର୍ଜି ଟ୍ରଷ୍ଟ ଆନୁକୂଲ୍ୟରେ ଶନିବାର ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଆୟୋଜିତ ୫ମ ଶ୍ରୀକ୍ଷେତ୍ର ଯୁବ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଲ ଇଣ୍ଡିଆର ନିର୍ଦ୍ଦେଶକ ବିଷ୍ଣୁ ଦାଶ କହିଛନ୍ତି।

ମଞ୍ଚରେ ସ୍ବାଭିମାନୀ ଶିକ୍ଷକଙ୍କ କଥା

ମଞ୍ଚରେ ସ୍ବାଭିମାନୀ ଶିକ୍ଷକଙ୍କ କଥା

ପୁରୀ ଅଫିସ, ୨୦।୧: ସାମ୍ପ୍ରତିକ ସମାଜରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି। ତଥାପି ଏମିତି କେତେଜଣ ଶିକ୍ଷକ ଅଛନ୍ତି ଯେଉଁମାନେ ଶିକ୍ଷାଦାନକୁ ନିଜ ବ୍ରତ ବୋଲି ଭାବିଛନ୍ତି। ସେମାନଙ୍କର ଗୋଟିଏ ଲକ୍ଷ୍ୟ ତାଙ୍କ ପରିଶ୍ରମର ଫଳ ରହୁ।

ମହାପ୍ରଭୁଙ୍କ ପଦ୍ମବେଶ

ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ ଅଫିସ, ୨୦।୧: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କ ଅତୀବ ରମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଛି। ବଡ଼ସିଂହାର ନୀତିରେ ଠାକୁରଙ୍କ ଏହି ବେଶ କରାଯାଇଥିଲା।

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

ନିରାକାରପୁର, ୨୦।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ ତାଳପଡ଼ା ଗୋଠ ପଡ଼ିଆରେ ଶନିବାର ଅପରାହ୍ନରେ ଜନୈକ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧: ୨୪ ପୋଲିସ ଅଧିକାରୀଙ୍କୁ ଶନିବାର କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ପୋଲିସ ଡିଜି ଆର୍‌. ପି ଶର୍ମା ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଉନ୍ନତମାନର ତଦନ୍ତ ପାଇଁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।

ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ପ୍ରମିଳା

ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ପ୍ରମିଳା

ଭୁବନେଶ୍ୱର, ୨୦।୧(ବ୍ୟୁରୋ): କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କର୍ମୀମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଶିଘ୍ର ହେବ ସମାଧାନ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ।