ବିବାହ ପରେ କ୍ୟାରିୟର

ବିବାହ ପରେ ନାରୀ ଜୀବନରେ ଆସିଥାଏ ଅନେକ କିଛି
ପରିବର୍ତ୍ତନ। ପରିବର୍ତ୍ତିତ ସମୟ ସହ କେତେଜଣ ସାଲିସ କରି ନିଅନ୍ତି ତ ଆଉ କେତେଜଣ ନିଜେ ଗଢିଥିବା କ୍ୟାରିୟରକୁ ବାଛନ୍ତି। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନେ ଜୀବନସାଥୀଙ୍କ ପ୍ରେରଣାରେ ନୂଆ କରି ଆରମ୍ଭ କରନ୍ତି କ୍ୟାରିୟର…

 

ଗୋଟିଏ ପଟେ ଶୈଶବରୁ ଯୌବନ ମଧ୍ୟରେ ଭବିଷ୍ୟତର ଯୋଜନା ତ ଅନ୍ୟ ପଟେ ଭାଗ୍ୟକୁ ଅପେକ୍ଷା। ଅର୍ଥାତ ବିବାହର ପୂର୍ବ ପର ଦୁଇ ଅବସ୍ଥାରେ ବହୁତ କିଛି ପରିବର୍ତ୍ତନ ଆସେ ନାରୀ ଜୀବନରେ। ହେଲେ ଆଧୁନିକ ନାରୀ ଆଜି ବିବାହ ଆଗରୁ ପ୍ରଥମେ ନିଜ ଗୋଡରେ ଛିଡା ହେବାକୁ ପସନ୍ଦ କରୁଛି। କିନ୍ତୁ ଏମିତି ବି କେତେଜଣ ଅଛନ୍ତି ଯେଉଁମାନେ ପରିବର୍ତ୍ତନକୁ ସ୍ବୀକାର କରି ତା’ପରେ ଆରମ୍ଭ କରନ୍ତି କ୍ୟାରିୟର।
ବିଚିତ୍ର ଲକ୍ଷ୍ୟ ନେଇ ଜୀବନ ଆରମ୍ଭ କରେ ନାରୀଟିଏ। ପ୍ରଥମେ ସମସ୍ତଙ୍କ ଭଳି ଧୂଳିଖେଳରୁ ଆରମ୍ଭ କରି ପାଠ ପଢି ନିଜକୁ ଯୋଗ୍ୟ କରି ଗଢି ତୋଳିବାକୁ ଭରପୂର ପ୍ରୟାସ କରେ। ଆଉ ପରିବାରର ସହଯୋଗରେ ସେ ଢେର୍‌ ବାଟ ଆଗେଇ ଯାଏ। କିନ୍ତୁ ଝିଅଟିଏ ଯେ ଦିନେ ବିବାହ କରି ଅନ୍ୟ ଏକ ପରିବାରର ସଦସ୍ୟ ହେବ ଏକଥାକୁ ବାରମ୍ବାର ତାକୁ ମନେ ପକେଇବାକୁ ହୁଏ। ଯୌବନ ଅବସ୍ଥା ଆସିଲେ କ୍ୟାରିୟର ଗଢା ହୋଇଥାଉ କି ନାହିଁ ବିବାହ ଖୋଜା ଆରମ୍ଭ ହୁଏ।
କ୍ୟାରିୟର ପ୍ରାଥମିକତା:ଆଜିକାଲିର ଉଚ୍ଚଶିକ୍ଷିତା ଝିଅମାନେ ପ୍ରଥମେ ଚାକିରି କରି ନିଜ ଗୋଡରେ ନିଜେ ଛିଡା ହେବା ପାଇଁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଚାକିରି ଲକ୍ଷ୍ୟରେ ହିଁ ବିଭିନ୍ନ ପ୍ରକାରର ପାଠ ପଢୁଛନ୍ତି। ବିବାହ ହେଉ କି ନ ହେଉ କିନ୍ତୁ କ୍ୟାରିୟର କରି ଚାକିରି କରିବା ସବୁ ଝିଅଙ୍କ ପ୍ରାଥମିକତା ହେଉଛି। ଅବଶ୍ୟ କେତେଜଣ ବିଭିନ୍ନ କାରଣରୁ ବିବାହ ପୂର୍ବରୁ ଚାକିରି କରି ପାରି ନ ଥାନ୍ତି କିନ୍ତୁ ଚାକିରି କରିବା ନିମନ୍ତେ ଯୋଗ୍ୟତା ନିଶ୍ଚୟ ହାସଲ କରିଥାନ୍ତି।
ସବୁବେଳେ ସମ୍ମତି ମିଳେନି: ଝିଅମାନେ ଏବେ ସବୁକ୍ଷେତ୍ରରେ ନିଜ ପାରଦର୍ଶିତା ଦେଖାଇ ପାରୁଛନ୍ତି। ତେଣୁ କେତେଜଣ ଏମିତି କିଛି କ୍ୟାରିୟର ବାଛୁଛନ୍ତି ଯେଉଁଥିପାଇଁ ସେମାନଙ୍କୁ ଘର ଛାଡି ଦୂରକୁ ଯିବାକୁ ପଡୁଛି। ତେଣୁ ଅନେକ ସମୟରେ ପରିବାର ଲୋକେ ଝିଅମାନଙ୍କୁ ଘର ଠାରୁ ଦୂରକୁ ଛାଡିବା ପାଇଁ ରାଜି ହୁଅନ୍ତି ନାହିଁ। ସେହି କାରଣରୁ କିଛି ଯୁବତୀ ବିବାହ ପୂର୍ବରୁ ଚାକିରି ବି କରି ପାରି ନ ଥାନ୍ତି।
ଊଣା ହୁଏ ସମ୍ମାନ:ବେଳେବେଳେ ଝିଅକୁ ପାଠ ପଢାଇ ସମ୍ପୂର୍ଣ୍ଣ ଯୋଗ୍ୟ କରିବାକୁ ସବୁ ପ୍ରକାରର ସହଯୋଗ କରିଥାନ୍ତି ପରିବାର ଲୋକେ। କିନ୍ତୁ ଚାକିରି କରିବା ସମୟ ଆସିଲେ ସେମାନେ ପ୍ରତିବନ୍ଧକ ସାଜିଥାନ୍ତି। ଝିଅମାନେ ଚାକିରି କରି ରୋଜଗାର କରିବାକୁ ଅନେକେ ସମ୍ମାନରେ ଆଞ୍ଚ ଆସିବା ଭଳି ମନେ କରିଥାନ୍ତି। ଏହି କାରଣରୁ ବି ବିବାହ ପୂର୍ବରୁ ଚାକିରି କରିବାର ସୁଯୋଗ ପାଆନ୍ତି ନାହିଁ କିଛି ଯୁବତୀ।
ଶାଶୁଘର କେଉଁଠି:ବିବାହ ପରେ ଝିଅ ଶାଶୁଘର କେଉଁଠି ହେବ ସେକଥା ଅନେକଙ୍କୁ ଜଣା ନ ଥାଏ। ତେଣୁ ବିବାହ ପରେ ଅନେକ ସମୟରେ ଝିଅମାନଙ୍କୁ ଚାକିରି ଛାଡିବାକୁ ପଡିଥାଏ। କିନ୍ତୁ ବେଳେବେଳେ ଭଲ ଚାକିରି ଛାଡି ହୁଏନି କି ଭଲ ବିବାହ ପ୍ରସ୍ତାବକୁ ବି ଛାଡିହୁଏନି। ତେଣୁ ଏଭଳି ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ କେତେକ ପରିବାରରେ ଝିଅମାନଙ୍କୁ ବିବାହ ପୂର୍ବରୁ ଚାକିରି କରିବା ପାଇଁ ପ୍ରାୟତଃ ମନା କରିଥାନ୍ତି।

 

ଏମାନେ କ’ଣ କହନ୍ତି

ଘରେ ମନା କରିଥିଲେ
ଇକୋନୋମିକ୍ସରେ ପିଜି ସରିବା ପରେ ମତେ ଚାକିରି କରିବାର ବହୁତ ସୁଯୋଗ ମିଳିଥିଲା। କିନ୍ତୁ ସେତେବେଳେ ବିବାହ ହୋଇ ନ ଥିବାରୁ ଘରେ ଚାକିରି କରିବାକୁ ମନା କରିଥିଲେ। ଆଉ ବାପାଙ୍କ କଥା ଅନୁସାରେ ସେତେବେଳେ ମୁଁ ଏମ୍‌. ଫିଲ୍‌ କରିବା ପରେ ବି ଚାକିରି କରି ନ ଥିଲି। କିନ୍ତୁ ବିବାହ ପରେ ଚାକିରି କରିବା ପାଇଁ ମୋ ସ୍ବାମୀ ହିଁ ମତେ ପ୍ରଥମେ ପ୍ରେରଣା ଦେଇଥିଲେ। ତା’ପରେ ସେ ମତେ ଭୁବନେଶ୍ୱରରେ ପିଏଚ.ଡି କରିବାର ସୁଯୋଗ ଦେବା ସହିତ ବିଭିନ୍ନ ଇଣ୍ଟରଭ୍ୟୁ ଦେବା ପାଇଁ ସହଯୋଗ କରିଥିଲେ। ତାଙ୍କ ସମର୍ଥନ ଆଉ ସହଯୋଗରେ ଏବେ ମୁଁ ପିଏଚ୍‌.ଡି ଶେଷ କରିବା ସହ ଅଧ୍ୟାପିକା ହୋଇପାରିଛି।
-ଡକ୍ଟର ଦୀପ୍ତିରେଖା ନାୟକ
ସହକାରୀ ଅଧ୍ୟାପିକା, ବିପିୟୁଟି ଅଧୀନସ୍ଥ ଏନ୍‌ଏମ୍‌ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର

କ୍ୟାରିୟର ଗଢ଼ିପାରିଛି
ଚାକିରି କରିବା ଉଦ୍ଦେଶ୍ୟରେ ମତେ ଘରେ ପାଠ ପଢ଼ିବା ପାଇଁ ସବୁ ପ୍ରକାରର ସୁଯୋଗ ଦେଇଥିଲେ। କିନ୍ତୁ ଶାଶୁଘର ଲୋକେ ଅନୁମତି ଦେଲେ ଚାକିରି କରିବୁ କହି ବିବାହ ଆଗରୁ ଚାକିରି କରିବାକୁ ଦେଇ ନ ଥିଲେ। ଅବଶ୍ୟ ମୋର ଭାଗ୍ୟ ବହୁତ ଭଲ ଯେ ଶାଶୁ ଘରେ ମତେ ଚାକିରି କରିବାକୁ କେହି ବି ବାରଣ କରି ନ ଥିଲେ। ସ୍ବାମୀ ତଥା ଶାଶୁ ଶ୍ୱଶୁରଙ୍କ ସମର୍ଥନରେ ମୁଁ ଏବେ ମୋ କ୍ୟାରିୟର ଗଢ଼ିବାର ସ୍ବପ୍ନ ପୂରଣ କରିପାରିଛି।
-ସାଇପଦ୍ମା ପରିଜା, ଅଧ୍ୟାପିକା, କୋରୁଆ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା

ସମସ୍ତଙ୍କର ସହଯୋଗ ମିଳିଲା
ପାଠ ପଢା ସରିବା ପରେ ପରେ ମୋର ବିବାହ ହୋଇ ଯାଇଥିଲା। ତେଣୁ ଚାକିରି କରିବାର ସୁଯୋଗ ପାଇ ପାରି ନ ଥିଲି। କିନ୍ତୁ ବିବାହ ପରେ ମତେ ଶାଶୁଘରର ସମସ୍ତେ ଚାକିରି କରିବା ପାଇଁ ଉତ୍ସାହିତ କରିଥିଲେ। ମୋର ଶିକ୍ଷାଗତ ଯୋଗ୍ୟତା ଥିବାରୁ ମୋ ସ୍ବାମୀ ମତେ ଚାକିରି କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ସେଥିପାଇଁ ମୁଁ ଆଜି ଆତ୍ମନିର୍ଭରଶୀଳ ହେବା ସହିତ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି।
-ରାଜଶ୍ରୀ ଧଳ,ସେଲ୍‌ସ କନ୍‌ସଲଟାଣ୍ଟ, ଟାଟା ମୋଟର୍ସ


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ କମାଇବ ଏହି ଜୁସ୍‌

ଡାଇବେଟିସ୍‌ ସମସ୍ୟା ଥରେ ଦେଖାଦେଲେ ପ୍ରତିଦିନ ମେଡିସିନ ଖାଇବାକୁ ପଡ଼ିଥାଏ। ହେଲେ କେତେଜ ଜୁସ୍‌କୁ ଖାଦ୍ୟ ତାଲିକାରେ ସାମିଲକଲେ ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖାଯାଇପାରିବ… କଲରା ଜୁସ୍‌:...

ରିଲ୍ସ: କାହା ପାଇଁ କେମିତି

ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିବା ମାତ୍ରେ ଯାହା ସବୁଠୁ ଅଧିକ ଦେଖିବାକୁ ମିଳୁଛି ତାହା ହେଲା ରିଲ୍ସ। ଯାହାର ନିଶା ଏବେ ସର୍ବାଧିକ ଘାରିଛି ମହିଳାଙ୍କୁ।...

ଖଣିଜତୈଳ

ଶକ୍ତି କହିଲେ ବସ୍ତୁର କାର୍ଯ୍ୟ କରିବାର ସାମର୍ଥ୍ୟକୁ ବୁଝାଯାଏ। ତେଣୁ ଆମ ପାଖରେ କିମ୍ବା ଯନ୍ତ୍ର ପାଖରେ ଶକ୍ତି ଥିଲେ କାମ କରିବା ସମ୍ଭବ ହେବ।...

ବାସି ରୁଟି ଓ ସ୍ବାସ୍ଥ୍ୟ

ସକାଳ ଜଳଖିଆକୁ ‘ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ’ ବୋଲି କୁହାଯାଏ। ଏହାର କାରଣ ହେଲା ଯେ, ରାତିରେ ଦୀର୍ଘ ସମୟ ଧରି ଆମେ କିଛି ଖାଇ...

ଏସବୁ କାମ ମା’ ଲକ୍ଷ୍ମୀଙ୍କୁ ନାପସନ୍ଦ, କରିବା ପୂର୍ବରୁ…

ଭଲ ହେଉ କି ମନ୍ଦ, ପ୍ରତ୍ୟେକ କାମର କିଛି ନା କିଛି ପରିଣାମ ରହିଥାଏ। କିଛି କାମ ଘର ପାଇଁ ଉନ୍ନତିର ପଥ ଖୋଲିଥାଏ ତ...

ଅତ୍ୟଧିକ ଚା ପିଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ପୃଥିବୀରେ ଅନେକ ଲୋକେ ଚା ପିଇବାକୁ ଭଲ ପାଆନ୍ତି। ଚା ପିଇଲେ କିଛି ସୁଫଳ ମିଳିଲେ ଅନେକ କୁଫଳ ମଧ୍ୟ ମିଳିଥାଏ। ଯାହା ଲୋକମାନଙ୍କର ସ୍ୱାସ୍ଥ୍ୟକୁ...

ଜାଣନ୍ତୁ କିପରି କରିବେ ଟେନ୍‌ସନ୍‌ ଫ୍ରି ଟ୍ରାଭେଲ୍‌

ଦିନ ଥିଲା, କୌଣସି ଅଜଣା ସ୍ଥାନକୁ ଯିବା ଲାଗି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କେବେ ପଚାରି ପଚାରି ଯିବାରେ ଅଯଥା ସମୟ ସାଙ୍ଗକୁ...

ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ କିଛିଟା ଟିପ୍ସ

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri