ଇଏ ବି ଜଣେ ନାରୀ, ବିବିଧବର୍ଣ୍ଣା ରଞ୍ଜିତା


ଏକାଧାରରେ ସେ ଜଣେ ଗୃହିଣୀ, ଲେଖିକା, ବ୍ୟୁଟିସିଆନ୍‌, ଆଙ୍କର୍‌। ଏସବୁ ଦାୟିତ୍ୱକୁ ସମାନ୍ତରାଳ ଭାବରେ ତୁଲାଇବାରେ ସକ୍ଷମ ହୋଇଥିବା ମହିଳା ହେଲେ ରଞ୍ଜିତା ଶତପଥୀ। ଏହାବ୍ୟତୀତ ପିଲାମାନଙ୍କୁ ଟ୍ୟୁଶନ କରିବା ତାଙ୍କର ଆଉ ଏକ କାମ। ଟେଲରିଂ ଓ ଏମ୍ରୋଡୋରୀ କରିବା ସହ ବିୟୁଟି ପାର୍ଲର ମଧ୍ୟ ଖୋଲିଛନ୍ତି। ଏ ସମ୍ପର୍କରେ ରଞ୍ଜିତା କୁହନ୍ତି ”ଏସବୁ କାମକୁ ଆଜି ମୁଁ ସଠିକ୍‌ ଭାବରେ ତୁଲାଉଛି-ଏହା ପଛରେ ରହିଛି ମୋର ଯୋଜନାବଦ୍ଧ ଉଦ୍ୟମ। ଜଣେ ମହିଳାକୁ ଘରର ଚାରିକାନ୍ଥ ଭିତରେ ସୀମିତ ରଖିବା ଠିକ୍‌ ନୁହେଁ। ଅନେକଙ୍କଠାରେ ବିଭିନ୍ନ ପ୍ରତିଭା ଲୁଚି ରହିଛି। ଏହାକୁ ପରିପ୍ରକାଶ କରି ସେମାନେ ନିଜର ପାଦ ଆଗକୁ ବଢ଼ାଇ ପାରିବେ“। ସାମ୍ପ୍ରତିକ ଘଟଣାବଳୀକୁ ନେଇ ତାଙ୍କର ରଚନାବଳୀ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଛି। ଅନ୍ୟପକ୍ଷରେ ଦୀର୍ଘ ୬ ବର୍ଷ ହେବ ଏକ ଏନ୍‌ଜିଓରେ କୋଅର୍ଡିନେଟର ଭାବରେ ସେ କାର୍ଯ୍ୟରତା। ରଞ୍ଜିତାଙ୍କ ସ୍ବାମୀ ଶରତ ଚନ୍ଦ୍ର ଶତପଥୀ ରେଲଓ୍ବେ ଅଫିସର ଅଛନ୍ତି। ୨ଟି ଝିଅ (ଜଣେ ମେଡିକାଲ ପଢୁଥିବାବେଳେ ଆଉ ଜଣେ ଯୁକ୍ତ ଦୁଇ ପଢୁଛନ୍ତି)ଙ୍କୁ ନେଇ ତାଙ୍କର ପରିବାର। ଇତିହାସରେ ଏମ୍‌ଏ ଓ ବିଇଡି ଡିଗ୍ରୀ ହାସଲ କରିଛନ୍ତି ରଞ୍ଜିତା। ତା’ସହ କମ୍ପ୍ୟୁଟର କୋର୍ସ ମଧ୍ୟ କରିଛନ୍ତି। ପ୍ରଥମେ କଟକର ସିଡିଏ ସ୍ଥିତ ଡିଏଭି ସ୍କୁଲ ଏବଂ ପରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକତା କଲେ। ୨୦୧୩ରେ ଶାରୀରିକ ଅସୁସ୍ଥତା ଯୋଗୁ ତାଙ୍କୁ ଚାକିରି ଛାଡିବାକୁ ପଡିଲା। ଏବେ ଘରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଇଂଲିଶ ମିଡିୟମ୍‌ ପିଲାଙ୍କୁ ଟ୍ୟୁସନ୍‌ କରୁଛନ୍ତି। ପ୍ରଥମେ ନିଜ ପିଲାମାନଙ୍କୁ ମଣିଷ କରିବି ପରେ ପ୍ରଡକ୍ସନ ହାଉସ୍‌ ଏବଂ ଲେଖାଲେଖିକୁ ଗୁରୁତ୍ୱ ଦେବି ବୋଲି କୁହନ୍ତି ସେ। ଗତ ତିନି ବର୍ଷ ଧରି ସେ ସଙ୍ଗୀତ ଗୁୁରୁ ସରୋଜ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ ଶିଖୁଛନ୍ତି। ଭୋରୁ ଉଠି ସ୍ବାମୀଙ୍କ ସହ ମର୍ଣ୍ଣିଂ ଓ୍ବାକ୍‌ କରି ଫେରିବା ପରେ ସକାଳ ୧୦.୩୦ ସୁଦ୍ଧା ରୋଷେଇଠାରୁ ଆରମ୍ଭ କରି ଘରର ସମସ୍ତ କାମ ଶେଷ କରନ୍ତି। ବିଭିନ୍ନ କୁକିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି ସେ। ପ୍ରେମାନନ୍ଦଙ୍କ ସ୍ବର ସଂଯୋଜନାରେ କ୍ୟାସେଟ୍‌ ‘କଳାମୂରତି’ର ପ୍ରଯୋଜନା ମଧ୍ୟ କରିଛନ୍ତି ସେ। ୟୁ ଟ୍ୟୁବ୍‌ରେ ଶୁୁଭମ୍‌ ମ୍ୟୁଜିକ୍‌ର ତୋତେ ଯେମିତି ଭାବରେ ଡାକିଲେ ତୁ ତ ହେବୁ ତାହାର ....ରେ ସେ ଅଭିନୟ କରିଥିଲେ। ବିଭିନ୍ନ ରିଏଲିଟି ଶୋ’ରେ ସେ ଆଙ୍କର ଭାବରେ କାମ କରିବା ସହ ସାଉଁଟିଛନ୍ତି ଅନେକ ପ୍ରଶଂସା। ୟା ଭିତରେ ତାଙ୍କୁ ଧାରାବାହିକରେ ଅଭିନୟ କରିବାକୁ ଅଫର ମିଳିଥିଲା, ହେଲେ ସ୍ବାସ୍ଥ୍ୟଗତ କାରଣରୁ ସେ ଏହାକୁ ହାତଛଡା କରିଥିଲେ ବୋଲି କହନ୍ତି। ଭବିଷ୍ୟତରେ ଓଡିଆ ଚଳଚ୍ଚିତ୍ର ପ୍ରଯୋଜନା କରିବାକୁ ଯୋଜନା ରଖିଛନ୍ତି। ଯେତେ ବ୍ୟସ୍ତ ରହିଲେ ମଧ୍ୟ ସମାଜସେବା କେବେ ଛାଡିବେ ନାହିଁ ବୋଲି କହନ୍ତି ରଞ୍ଜିତା। - ଦେବସ୍ମିତା ମହାନ୍ତି

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri