ଶୀତଦିନେ ଖାଆନ୍ତୁ ଗୁଡ଼


ଶୀତ ଆରମ୍ଭ ହେଲେ ଆମେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ।

ଆପଣ ଯଦି କୌଣସି କାରଖାନା ଅବା ଶିଳ୍ପାଞ୍ଚଳରେ କାମ କରୁଛନ୍ତି ତେବେ ନିୟମିତ ଖାଦ୍ୟରେ ୧୦୦ଗ୍ରାମ ଗୁଡ଼ ସାମିଲ କରନ୍ତୁ। ଏହା ଆପଣଙ୍କୁ ପ୍ରଦୂଷଣଠାରୁ ଦୂରେଇ ରଖିବ।

ଶୀତଦିନେ ଅନେକେ ହାଡ ସମସ୍ୟାରେ ପୀଡିତ ହୋଇଥାନ୍ତି। ଏଭଳି ବ୍ୟକ୍ତି ଗୁଡ଼ ସହ ଅଦା ମିଶାଇ ଖାଇଲେ ଉପଶମ ମିଳିଥାଏ। କାରଣ ଗୁଡ଼ରେ ପ୍ରଚୁର ପରିମାଣର କ୍ୟାଲସିୟମ୍‌ ସହ ଫସ୍‌ଫରସ୍‌ ରହିଛି। ଯାହା ହାଡ ପାଇଁ ଲାଭଦାୟକ।

ଆଇରନ୍‌ରେ ଭରପୁର ଗୁଡ଼। ହେମୋଗ୍ଲୋବିନ୍‌ କମ୍‌ ଥିବା ବ୍ୟକ୍ତି ପ୍ରତିଦିନ ଗୁଡ଼ ଖାଇଲେ ଲାଭ ମିଳିଥାଏ। ସେଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତର ଗୁଡ଼ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏନିମିଆ ବା ରକ୍ତହୀନତାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଗୁଡ଼ ବେଶ ଫଳପ୍ରଦ।

ଯଦି ଆପଣଙ୍କର ପେଟ ସମସ୍ୟା ଯଥା: ଏସିଡିଟି,ଗ୍ୟାସ ଅବା ଖଟା ହାକୁଟି ହେଉଛି ତେବେ ଆପଣ ଗୁଡ଼ ସେବନ କରନ୍ତୁ। ପ୍ରତିଦିନ ଗୁଡ଼ ସହ ସୈନ୍ଧବ ଲୁଣ ଓ କଳା ଲୁଣ ମିଶାଶ ଖାଆନ୍ତୁ ଏହା ପେଟ ସମସ୍ୟା ଦୂର କରିଥାଏ। ଖାଇବା ପରେ ଗୁଡ଼ ଖାଇଲେ ପାଚନ ଶକ୍ତି ବୃଦ୍ଧି ହେବା ସହ ଭଲ ଭୋକ ଲାଗିଥାଏ।

ସର୍ଦ୍ଦି ଓ ଜ୍ୱରରୁ ଉପଶମ ପାଇଁ ଗୁଡ଼ ବ୍ୟବହାର କରନ୍ତୁ। ଗୋଲ ମରିଚ, ଅଦା ଓ ଗୁଡ଼ ଏକାଠି ଖାଇଲେ ଏଥିରୁ ଉପଶମ ମିଳିଥାଏ। କାଶ ହେଉଥିଲେ ଗୁଡ ସହ ଅଦା ମିଶାଇ ଗରମ କରି ଖାଆନ୍ତୁ। ଚିନି ବଦଳରେ ଗୁଡ଼ ବ୍ୟବହାର ସ୍ବାସ୍ଥ୍ୟ ପାଇଁ ହିତକର।

ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଗୁଡ଼ ଏକ ଅମୋଘ ଔଷଧ। ପ୍ରତିଦିନ ଖାଦ୍ୟରେ ଗୁଡ଼ ସେବନ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରୟଣରେ ରହିଥାଏ।

ଶରୀରକୁ ଆକ୍ଟିଭ୍‌ ରଖିବାରେ ଗୁଡ଼ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କ୍ଷୀର ସହ ଗୁଡ଼ ମିଶାଇ ଖାଇଲେ ଶରୀର ଫୁର୍ତ୍ତି ହୋଇଥାଏ। କ୍ଷୀର ସେବନ ନ କରୁଥିବା ବ୍ୟକ୍ତି ଗୋଟିଏ କପ୍‌ ପାଣିରେ ୫ଗ୍ରାମ ଗୁଡ ଅଳ୍ପ ଲେମ୍ବୁ ରସ ଓ କଳା ଲୁଣ ମିଶାଇ ଖାଇଲେ ଲାଭ ମିଳିଥାଏ।

ଆଖି ପାଇଁ ଗୁଡ଼ ବେଶ ଲାଭଦାୟକ। ଯେଉଁ ବ୍ୟକ୍ତିଙ୍କର ଦୃଷ୍ଟି ଶକ୍ତି କମ ଅଛି ଅବା ଆଖି ଜନିତ କୌଣସି ସମସ୍ୟା ଅଛି ସେମାନେ ନିୟମିତ ଗୁଡ଼ ଖାଇବା ଭଲ।

ଗୁଡ଼ ମସ୍ତିଷ୍କକୁ ସକ୍ରିୟ ରଖିବାରେ ବଡ ଭୂମିକା ଗ୍ରହଣ କରିଥାଏ। ମାଇଗ୍ରେନ୍‌ ସମସ୍ୟା ଥିବା ବ୍ୟକ୍ତି ନିୟମିତ ଗୁଡ଼ ସେବନ କରିବା ଭଲ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri