ବଡି ଶେପ୍‌ ଅନୁଯାୟୀ ଲେହେଙ୍ଗା


ଦିନଥିଲା କେବଳ ବିବାହ କିମ୍ବା କୌଣସି ସ୍ପେଶାଲ୍‌ ଅକେଜନ୍‌ରେ ହିଁ ଲେହେଙ୍ଗା ଖୋଜା ପଡୁଥିଲା। ହେଲେ ବର୍ତ୍ତମାନ କୌଣସି ପାର୍ଟି, ଫଙ୍କଶନ୍‌ ହେଉ ଅବା ପର୍ବପର୍ବାଣିରେ ଏହା ପାଲଟିଛି ସମସ୍ତଙ୍କର ଫାଷ୍ଟ୍‌ ଚଏସ୍‌। ତେବେ ପସନ୍ଦ ବୋଲି ମନଇଚ୍ଛା କିଣିଦେଲେ ତ ହେବନି, ଆକର୍ଷଣୀୟ ଲୁକ୍‌ ପାଇବାକୁ ହେଲେ ନିଜ ବଡି ଶେପ୍‌କୁ କେଉଁ ଭଳି ଲେହେଙ୍ଗା ସୁଟ୍‌ କରୁଛି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ଜାଣି ରଖନ୍ତୁ ସେ ସମ୍ପର୍କରେ...

ଜ୍ୟାକେଟ୍‌ ଓ୍ବିଥ୍‌ ଲେହେଙ୍ଗା: ଏହା ବର୍ତ୍ତମାନ ଲାଟେଷ୍ଟ ଫ୍ୟାଶନ୍‌ ପାଲଟିଛି। ଏଭଳି ଲେହେଙ୍ଗାରେ ଚୋଲି ଉପରେ ଏକ କଣ୍ଟ୍ରାଷ୍ଟ କଲରର ଲଙ୍ଗ ଜ୍ୟାକେଟ୍‌ ରହୁଛି। ବିଶେଷ କରି ସାଇନିଂ ମ୍ୟାଟେରିଆଲ ଉପରେ ହେଭି ଓ୍ବାର୍କ ଥିବା ଜ୍ୟାକେଟ୍‌ର ଡିମାଣ୍ଡ ବେଶି। ଯଦି ଆପଣଙ୍କ ବଡି ଶେପ୍‌ ଆଓ୍ବାରଗ୍ଲାସ୍‌, ଆପ୍‌ଲ, ଇନ୍‌ଭର୍ଟେଡ ଟ୍ରାଇଏଙ୍ଗୁଲାର୍‌ କିମ୍ବା ଅଧିକ ଲମ୍ବା ତେବେ ଏଭଳି ଲେହେଙ୍ଗା ଆପଣଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେବ।

ମର୍‌ମେଡ୍‌ ବା ଫିସ୍‌ଟେଲ୍‌ ଲେହେଙ୍ଗା: ଅନ୍ୟ ଲେହେଙ୍ଗା ଡିଜାଇନ୍‌ଗୁଡିକ ତୁଳନାରେ ଏହାର ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ। ଏହା ମାଛ ଲାଞ୍ଜ ଭଳି ଆଣ୍ଠୁପର୍ଯ୍ୟନ୍ତ ଟାଇଟ୍‌ ହୋଇ ପାଦ ଆଡକୁ ଅଧିକ ଘେର ହୋଇ ରହିଥାଏ, ଯାହାକି କାହାଣୀରେ ବର୍ଣ୍ଣିତ ଜଳପରୀ ବା ମତ୍ସ୍ୟକନ୍ୟା ପରି ଲୁକ୍‌ ଦେଉଥିବାରୁ ଅନେକେ ଏହାକୁ ଖୁବ୍‌ ପସନ୍ଦ କରିଥାନ୍ତି। ତେବେ ଆଓ୍ବାରଗ୍ଲାସ୍‌ କିମ୍ବା ରେକ୍ଟାଙ୍ଗୁଲାର ଫିଗରକୁ ଏଭଳି ଲେହେଙ୍ଗା ସୁନ୍ଦର ମାନିଥାଏ।

ଫ୍ଲେୟାର୍‌ ଲେହେଙ୍ଗା: ଏହି ଲେହେଙ୍ଗାରେ ସାଧାରଣତଃ ଅଧିକ କୁଞ୍ଚ ଥିବାରୁ ଘେର ଖୁବ୍‌ ଭାରି ହୋଇଥାଏ। ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ପିଅର୍‌, ଷ୍ଟ୍ରେଟ୍‌, ଆଓ୍ବାରଗ୍ଲାସ୍‌, ଆପ୍‌ଲ ଏବଂ ଭି, ଭଳି ବଡି ଶେପ୍‌ ଯୁକ୍ତ ନାରୀଙ୍କୁ ଏହା ଆଟ୍ରାକ୍ଟିଭ ଲୁକ୍‌ ଦେଇଥାଏ।

ପ୍ୟାନେଲ୍ଡ ଲେହେଙ୍ଗା: ଏଭଳି ଲେହେଙ୍ଗାରେ କେବେ କେବେ ଦୁଇ, ତିନି କିମ୍ବା ଅଧିକ ଲେୟାର କପଡା ଡିଜାଇନ୍‌ କରାଯାଇଥାଏ। ଏହାର ବେସ୍‌ ଆକର୍ଷଣୀୟ ଡିଜାଇନ୍‌ ଆଓ୍ବାର୍‌ଗ୍ଲାସ, ପେଟିଟ୍‌ ଏବଂ ପିଅର୍‌ ବଡି ଶେପ୍‌କୁ ଭଲ ଲାଗିଥାଏ।

ଟ୍ରେଲ୍‌ ଲେହେଙ୍ଗା: ବିଶେଷ କରି ମୋଟା ଫିଗରକୁ ପର୍‌ଫେକ୍ଟ ଲୁକ୍‌ଦେବା ଲାଗି ଏଭଳି ଲେହେଙ୍ଗା ସବୁଠୁ ଭଲ ଅପଶନ। ଏଥିରେ ଟ୍ରେଲ୍‌ ପାଇଁ ସାଧାରଣ ଲେହେଙ୍ଗାରେ ଆବଶ୍ୟକ ହେଉଥିବା କପଡାଠାରୁ ଅଧିକ କପଡା ବ୍ୟବହାର କରାଯାଇଥାଏ।

ସରାରା ଲେହେଙ୍ଗା: ଏଭଳି ଲେହେଙ୍ଗାରେ ସାଧାରଣତଃ ସ୍କଟ୍‌ ଡିଜାଇନ୍‌ ବଦଳରେ ଅଧିକ ଘେରଥିବା ପ୍ଲାଜୋ ପ୍ୟାଣ୍ଟ ସାଙ୍ଗକୁ ଶର୍ଟ କୁର୍ତ୍ତି ଡିଜାଇନ୍‌ର ଲଙ୍ଗ୍‌ ବ୍ଲାଉଜ୍‌ ରହିଥାଏ। ଏହା ଦେଖିବାକୁ ଯେତିକି ଆଟ୍ରାକ୍ଟିଭ୍‌ ପିନ୍ଧିବାକୁ ମଧ୍ୟ ସେତିକି କମ୍ଫର୍ଟେବଲ୍‌ ଏବଂ ଆଇକ୍ୟାଚି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri