ଦୂରକରନ୍ତୁ ରୁପି


ଆସିଗଲା ଶୀତଦିନ। ରୁପି ସମସ୍ୟା ପାଲଟିବ ଅନେକଙ୍କ ଲାଗି ଚିନ୍ତାର କାରଣ। ଆଉ ଏଥିପାଇଁ ସେମାନେ ଆପଣାଇବେ ବିଭିନ୍ନ ଉପାୟ। ହେଲେ ଏଭଳି କିଛି ଖାଦ୍ୟ ରହିଛି ଯାହାକି ରୁପି ସମସ୍ୟା ଦୂର କରିବାରେ ବେଶ୍‌ ଉପକାରୀ। ଜାଣି ରଖନ୍ତୁ ସେ ସମ୍ପର୍କରେ...

- ରସୁଣରେ ଥିବା ଆଲିସିନ୍‌ ନାମକ ଆଣ୍ଟିଫଙ୍ଗାଲ୍‌ ଉପାଦାନ କେଶ ମୂଳରୁ ରୁପି ନଷ୍ଟ କରିଥାଏ। ଏହାକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ମଧ୍ୟ ଫଳପ୍ରଦ ହୋଇ ପାରିବେ।

- ଠିକ୍‌ ଭାବେ ହଜମ ନ ହେବା ମଧ୍ୟ ଅନେକଙ୍କ ମୁଣ୍ଡରେ ରୁପି ହେବାର ଏକ କାରଣ। ତେଣୁ ପ୍ରତିଦିନ ଖାଦ୍ୟରେ ଅଦା ସାମିଲ କଲେ ଏହା ନା କେବଳ ହଜମଶକ୍ତି ବଢାଇବ ବରଂ ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଫଙ୍ଗାଲ୍‌ ଉପାଦାନ ମଧ୍ୟ ରୁପି ଦୂର କରିବ।

-କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି୬, ଏ, ସି, ଇ ସହିତ ଜିଙ୍କ, ପୋଟାସିୟମ୍‌ ଏବଂ ଆଇରନ୍‌ ଭଳି ମିନେରାଲ୍ସ ସହିତ ଆମିନୋଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହାକି ମୁଣ୍ଡରେ ରୁପି ହେବାକୁ ଦିଏନାହିଁ। - ମାଛ ତେଲ ଖାଇବା ଦ୍ବାରା ଶୀତଦିନେ ତ୍ବଚା ଶୁଷ୍କ ହେବା ପରିବର୍ତ୍ତେ ନରମ ରହିଥାଏ। ଫଳରେ ରୁପି ସମସ୍ୟା ହ୍ରାସ ହୋଇଥାଏ।

- ବୁଟକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ରୁପି ଦୂରହୋଇଥାଏ। କାରଣ ଏଥିରେ ଅଧିକ ପରିମାଣରେ ଭିଟାମିନ ବି୬ ଏବଂ ଜିଙ୍କ୍‌ ରହିଛି, ଯାହାକି ରୁପି ଦୂର କରିବାର ମୁଖ୍ୟ ଉପାଦାନ। ସେହିପରି ଗହମ ଖାଇବା ମଧ୍ୟ ଉପକାରୀ।

- ପ୍ରତିଦିନ ଖାଦ୍ୟ ତାଲିକାରେ ସିଜନାଲ୍‌ ଫଳଗୁଡିକୁ ସାମିଲ କରିବା ଦ୍ବାରା ଏଥିରେ ଥିବା ଏନ୍‌ଜାଇମ୍‌ ଆପଣଙ୍କ ହଜମଶକ୍ତି ବଢାଇବା ସହ ରୁପି କମାଇବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri