ସହକର୍ମୀଙ୍କ ମଧ୍ୟରେ ବନ୍ଧୁତା ଶୀତଋତୁରେ ବୃଦ୍ଧି ପାଏ


ଲଣ୍ଡନ: ପରିବେଶ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ। ଫଳରେ ମନୁଷ୍ୟଠାରେ ଋତୁ ଅନୁସାରେ ବିଭିନ୍ନ ପ୍ରବୃତ୍ତି ଜାଗ୍ରତ ହୋଇଥାଏ। ଅନ୍ୟ ଋତୁ ତୁଳନାରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ମଧ୍ୟରେ ବନ୍ଧୁତା ଶୀତଋତୁରେ ବୃଦ୍ଧି ପାଇଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ସେମାନେ ୨,୦୧୭ ପେଶାଦାରଙ୍କ ଉପରେ ଗଭୀର ଅଧ୍ୟୟନ କରି ସହକର୍ମୀଙ୍କ ମଧ୍ୟରେ ଗଢ଼ି ଉଠୁଥିବା ସମ୍ପର୍କରେ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି। ଏଥିରୁ ଜରାପଡିଛି ଯେ, ୬୬ ପ୍ରତିଶତ ପେଶାଦାରଙ୍କ ମଧ୍ୟରେ ଶୀତଋତୁରେ ହିଁ ସହକର୍ମୀଙ୍କ ସହିତ ବନ୍ଧୁତା ସୃଷ୍ଟି କରିବାର ଭାବନା ଦେଖାଦେଇଥାଏ। ଅଧିକାଂଶ ସହକର୍ମୀ ଏହି ଋତୁରେ ଡେଟିଂ କରିବା ଆରମ୍ଭ କରିଥାନ୍ତି। ସହକର୍ମୀଙ୍କ ସହିତ ବନ୍ଧୁତା କରି ପାରୁ ନ ଥିବା ପେଶାଦାରଙ୍କ ମଧ୍ୟରେ ଶୀତଋତୁରେ ଏକୁଟିଆପଣ ଭାବନା ଦେଖାଦେଇଥାଏ। ଗବେଷକ ଅଧ୍ୟୟନରେ ସାମିଲ୍‌ ହୋଇଥିବା ପେଶାଦାରଙ୍କୁ କିଛି ପ୍ରଶ୍ନ କରିଥିଲେ। ସେମାନେ ଦେଇଥିବା ଉତ୍ତର ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରାଣୀ ଜଗତରେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ପ୍ରଜାତି ମିଳିତ ହୋଇଥାନ୍ତି। ଏହାକୁ ପ୍ରଜନନ ଋତୁ କୁହାଯାଇଥାଏ। ଏହା ପ୍ରାଣୀଙ୍କ ଗଠନ ଆକୃତି ପ୍ରକୃତି ତଥା ସେମାନଙ୍କ ଉପରେ ପଡୁଥିବା ପରିବେଶୀୟ ପ୍ରଭାବ ଉପରେ ନିର୍ଭର କରିଥାଏ। ଶୀତଋତୁରେ ଅଧିକାଂଶ ପ୍ରାଣୀ ଛୁଆ ଜନ୍ମ କରିଥାନ୍ତି। ବାହାରେ ଥଣ୍ଡା ପଡୁଥିବାରୁ ନବଜାତକ ମା’କୋଳ ଛାଡି ବାହାରକୁ ବାହାରି ନ ଥାନ୍ତି। ଫଳରେ ଅନ୍ୟ ବଳଶାଳୀ ପ୍ରାଣୀ ସେମାନଙ୍କୁ ଶିକାର କରି ପାରି ନ ଥାନ୍ତି। ଏଭଳି ପ୍ରାଣୀଙ୍କ ପ୍ରଜନନ ପ୍ରାୟତଃ ବର୍ଷା ଋତୁରେ ହୋଇଥାଏ। ତେବେ ଅଧିକାଂଶ ମନୁଷ୍ୟଙ୍କ ମଧ୍ୟରେ ବର୍ଷାଋତୁ ବିଷାଦ ଭାବନା ସୃଷ୍ଟି କରିଥାଏ ବୋଲି ଗବେଷକ କହିଛନ୍ତି। ସେହିପରି ଗ୍ରୀଷ୍ମଋତୁ ଚିଡିଚିଡାପଣ ବଢ଼ାଇଥାଏ। ମାତ୍ର ଶୀତଋତୁ ମନୁଷ୍ୟଙ୍କ ମଧ୍ୟରେ ସାଥିଟିଏ ଖୋଜିବାର ଭାବନା ସୃଷ୍ଟି କରିଥାଏ। ଫଳରେ ର୍କମକ୍ଷେତ୍ରରେ ପେଶାଦାରଙ୍କ ମଧ୍ୟରେ ବନ୍ଧୁତ୍ୱ ଭାବନା ଦେଖାଦେଇଥାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri