ଓ୍ବାର୍କଆଉଟ ଡାଏଟ: ଅଣ୍ଡା ଠାରୁ ଚିକେନ୍‌ରେ ଅଧିକ ପ୍ରୋଟିନ୍‌


ଅଧିକ ମାଂସପେଶୀ ପାଇଁ ଶରୀରରେ ଅଧିକ ପ୍ରୋଟିନ୍‌ ବା ପୁଷ୍ଟିସାରର ଆବଶ୍ୟକତା ରହିଛି। କୋଷ, ତ୍ୱଚା ଏବଂ ଶରୀରର ବିକାଶ ପାଇଁ ଏହା ନିତ୍ୟାନ୍ତ ଜରୁରୀ। ତେଣୁ ଦୈନିକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ଅଣ୍ଡା, ମାଂସ, ଦୁଗ୍ଧଯାତ ଖାଦ୍ୟ ଏବଂ ଡାଲି ଜାତୀୟ ଖାଦ୍ୟରୁ ଅଧିକ ପ୍ରୋଟିନ୍‌ ମିଳିଥାଏ। କିନ୍ତୁ ଜିମ୍‌ ଯାଉଥିବା ମହିଳା ଓ ପୁରୁଷମାନେ ପ୍ରୋଟିନ୍‌ ପାଇଁ ସାଧାରଣତଃ ଅଣ୍ଡା ଓ ଚିକେନ୍‌ ଉପରେ ନିର୍ଭର କରିଥାନ୍ତି। ତେବେ ଅଣ୍ଡା ଓ ଚିକେନ୍‌ରେ ଥିବା ଖାଦ୍ୟସାର ମଧ୍ୟରେ ଫରକ ଜାଣିବା ନିହାତି ଆବଶ୍ୟକ। ୧୦୦ଗ୍ରାମ ଅଣ୍ଡାରେ ୧୩ଗ୍ରାମ ପ୍ରୋଟିନ୍‌ ଥିବାବେଳେ ୧୧ଗ୍ରାମ ଫ୍ୟାଟ୍‌, ୧୨୪ମିଲିଗ୍ରାମ ସୋଡ଼ିୟମ ଓ ୩୭୩ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ। ମାତ୍ର ୧୦୦ଗ୍ରାମ ଚିକେନ୍‌ରେ ୨୭ଗ୍ରାମ ପ୍ରୋଟିନ୍‌ ଥିବାବେଳେ ୪ଗ୍ରାମ ଫ୍ୟାଟ୍‌, ୫୧ମିଲିଗ୍ରାମ ସୋଡ଼ିୟମ ଓ ୭୫ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ। ତେଣୁ ତୁଳନାତ୍ମକ ଭାବେ ଅଣ୍ଡା ଠାରୁ ଚିକେନ୍‌ ଅଧିକ ଉପଯୋଗୀ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri