ଫଟା ଓଠର ଘରୋଇ ଉପଚାର


ଓଠ ବାରମ୍ବାର ଫାଟୁଥିଲେ ଏହାର ମୁଖ୍ୟ କାରଣ ଭିଟାମିନ୍‌ର ଅଭାବ । ଯଦି ଏଥିରୁ ରକ୍ଷା ପାଇବାକୁ ଚାହାନ୍ତି ତେବେ ଆପଣ ଭିଟାମିନ୍‌ ବି’ଯୁକ୍ତ ଖାଦ୍ୟ ଖାଆନ୍ତୁ। ଉଦାହରଣ ସ୍ବରୂପ ଖାଦ୍ୟରେ ବ୍ରାଉନ୍‌ ରାଇସ୍‌ ଏବଂ ଅଣ୍ଡାକୁ ସାମିଲ କରିପାରିବେ। ଏଥିସହ କିଛି ଘରୋଇ ଉପଚାରକୁ ଆପଣାଇ ପାରିବେ... ଶୋଇବା ପୂର୍ବରୁ ମଲାଇରେ ଅଳ୍ପ ହଳଦୀ ମିଶାଇ ଓଠକୁ ପ୍ରତିଦିନ ମାଲିଶ୍‌ କରନ୍ତୁ। ଏହା ବ୍ୟତୀତ ଶୋଇବା ପୂର୍ବରୁ ଓଠରେ କାକୁଡିରସକୁ ୨୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ପରେ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଓଠ ଫାଟିବନି। ଗୋଲାପଫୁଲର ପାଖୁଡାକୁ ଭଲଭାବେ ଧୋଇ କ୍ଷୀରରେ ଦୁଇଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ଏହାପରେ ତା’ର ଏକ ପେଷ୍ଟ ପ୍ରସ୍ତୁତ କରି ଓଠରେ ଲଗାନ୍ତୁ। ୧୫ରୁ ୨୦ମିନିଟ୍‌ ପରେ ଓଠକୁ ଭଲଭାବେ ଧୋଇ ଦିଅନ୍ତୁ। ଶୀତଦିନରେ ଯଦି ଓଠ ଆପଣଙ୍କର ଅଧିକ ଶୁଖିଲା ହୋଇଯାଉଛି ତେବେ ପ୍ରତିଦିନ ଏହି ପେଷ୍ଟକୁ ଲଗାନ୍ତୁ। ଶୀତଦିନରେ ଅନେକେ କମ୍‌ ପାଣି ପିଅନ୍ତି। ଏହାଦ୍ୱାରା ଡିହାଇଡ୍ରେଶନ୍‌ ହେବାର ଆଶଙ୍କା ଥାଏ, ଯାହା ଓଠ ଫାଟିବାର କାରଣ ସାଜେ। ଏହି ସମସ୍ୟାକୁ ଏଡାଇବା ପାଇଁ ଦିନକୁ ୨ରୁ ୩ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ। ଏଥିସହ ସବୁଜ ପନିପରିବା ଖାଆନ୍ତୁ। ଗାଜର, ଟମାଟୋ ଖାଇବା ଦ୍ୱାରା ଓଠ ଫାଟି ନ ଥାଏ। ଆଲୋଭେରା ଗଛରୁ ବାହାରୁଥିବା ସେମିଲିକୁଇଡ୍‌ ଜେଲ୍‌ କେବଳ ତ୍ୱଚା ନୁହେଁ ଓଠ ପାଇଁ ବି ବେଶ୍‌ ଲାଭଦାୟକ। ଏହା ଉପଲବ୍ଧ ନ ଥିଲେ ବଜାରରେ ମିଳୁଥିବା ଆଲୋଭେରା ଜେଲ୍‌କୁ ବି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠ ଉପରେ ମସାଜ୍‌ କରିପାରିବେ। ଏହାଦ୍ୱାରା ଓଠ ମୁଲାୟମ ରହିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri