ଅଣ୍ଡରଆର୍ମରୁ ଦୂରହେବ କଳାଦାଗ


ସ୍ଲିଭ୍‌ ଲେସ୍‌ ପୋଷାକ ସ୍ମାର୍ଟ ଲୁକ୍‌ ଦିଏ। ହେଲେ ଅଣ୍ଡରଆର୍ମ ଭଲଭାବେ ସଫା ନ ହୋଇଥିଲେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ। ଏଥିପାଇଁ ବ୍ୟସ୍ତ ନ ହୋଇ ଯଦି କେତୋଟି ଘରୋଇ ଉପାୟ ଆପଣେଇପାରିବେ ଅଣ୍ଡରଆର୍ମରୁ କଳାଦାଗ ଦୂର କରିପାରିବେ। ଜାଣନ୍ତୁ ସେ ସମ୍ପର୍କରେ.... ୨ ଚାମଚ ମହୁ ଏବଂ ୨ ଚାମଚ ଲେମ୍ବୁରସର ମିଶ୍ରଣକୁ କଳା ପଡିଥିବା ଅଣ୍ଡରଆର୍ମରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କରନ୍ତୁ ଦେଖିବେ କଳାଦାଗ ଦୂର ହୋଇଯିବ। କମଳା ଚୋପାକୁ ଖରାରେ ଶୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ। ଏଥିରେ କେଇ ବୁନ୍ଦା ଗୋଲାପଜଳ ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହି ମିଶ୍ରଣକୁ ଅଣ୍ଡରଆର୍ମରେ ଲଗାଇ ୧୦ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଏକ ଚାମଚ ବେସନ, ଦହି, ହଳଦୀ ଏବଂ ଲେମ୍ବୁରସର ମିଶ୍ରଣକୁ ନେଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହାକୁ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅଣ୍ଡରଆର୍ମରେ ଲଗାଇ ପରେ ଧୋଇଦିଅନ୍ତୁ। ଦେଖିବେ କଳା ପଡିଥିବା ଦାଗ ଧୀରେ ଧୀରେ ସଫା ହୋଇଯିବ। ୨ ଚାମଚ ବେକିଂ ସୋଡ଼ାରେ ୨ ଚାମଚ ପାଣି ମିଶାଇ ପେଷ୍ଟ ବନାନ୍ତୁ। ପ୍ରତିଦିନ ଏହାକୁ ଅଣ୍ଡରଆର୍ମରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଦୁଇ ଚାମଚ ଏଲୋଭେରା ଜେଲ୍‌ ଅଣ୍ଡରଆର୍ମରେ ଲଗାଇ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ। ଶୁଖିଯିବା ପରେ ଏହାକୁ ଧୋଇଦିଅନ୍ତୁ। କିଛିଦିନ ଏପରି କଲେ କଳାଦାଗ ଦୂରହୋଇଯିବ। ୨ ଚାମଚ ଚନ୍ଦନ ପାଉଡର, ୨ ଚାମଚ ଗୋଲାପ ଜଳ ଏବଂ ଗ୍ଲିସେରିନ୍‌ର ମିଶ୍ରଣକୁ କଳା ପଡ଼ିଥିବା ଅଣ୍ଡରଆର୍ମସରେ ଲଗାନ୍ତୁ। ୧୦ ମିନିଟ୍‌ ପରେ ପାଣିରେ ଧୋଇ ଦିଅନ୍ତୁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri