ଛୁଟି ଦିନରେ ଅଧିକ ବିଶ୍ରାମ ନିଅନ୍ତି ପୁରୁଷ


ଓ୍ବାଶିଂଟନ୍‌ ଆଧୁନିକ ସମାଜରେ ଏବେ ବି ଲିଙ୍ଗଗତ ବିଭେଦ ରହିଛି। ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍‌ ସୁଯୋଗ ପାଉଥିବା ଦେଖାଯାଉଛି। କର୍ମକ୍ଷେତ୍ରରେ ଉଭୟ ସମାନ ସୁବିଧା ପାଉଥିଲେ ସୁଦ୍ଧା ପରିବାରରେ ଏହି ପାର୍ଥକ୍ୟ ବିଶେଷମାତ୍ରାରେ ଦେଖିବାକୁ ମିଳିଥାଏ। ପରିବାରର ଯେଉଁଠି ଉଭୟେ ସ୍ତ୍ରୀସ୍ବାମୀ ଚାକିରି କରିଥାନ୍ତି ସେ କ୍ଷେତ୍ରରେ ଛୁଟିରେ ପୁରୁଷମାନେ ବିଶ୍ରାମ କରିବାକୁ ପସନ୍ଦ କରୁଥିବାବେଳେ ମହିଳାମାନେ ଘରକାମ ସହ ପିଲାଙ୍କ ଯତ୍ନ ନେବାରେ ସମୟ କାଟିଥାନ୍ତି। ଏପରି କି ଛୁଟିରେ ଯେତେବେଳେ ପୁରୁଷମାନେ ପିଲାଙ୍କ ଯତ୍ନ ନେଇଥାନ୍ତି ସେତେବେଳେ ମହିଳାମାନେ ମଧ୍ୟ ସ୍ବାମୀଙ୍କୁ ସହଯୋଗ କରିଥାନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ମହିଳାମାନେ ଛୁଟି ଦିନରେ ଘରେ ଯଦି ୪୬ ରୁ ୪୯ ମିନିଟ ବିଶ୍ରାମ ନେଉଛନ୍ତି ସେଠି ପୁରୁଷମାନେ ମହିଳାଙ୍କ ଅପେକ୍ଷା ୨ଗୁଣାରୁ ଅଧିକ ସମୟ ଅର୍ଥାତ ୧୦୧ ମିନିଟ ବିଶ୍ରାମ ନେଇଥାନ୍ତି। ଦମ୍ପତି ଉଭୟ ଚାକିରି କରିଥିଲେ ସୁଦ୍ଧା ଘର କାମ ଓ ପିଲାଙ୍କ ଯତ୍ନ ନେବାରେ ଏବେବି ସମାଜରେ ଅସାମାନତା ଦେଖା ଦେଉଛି ବୋଲି ଆମେରିକାର ଓହିଓ ଷ୍ଟେଟ ଯୁନିଭର୍ସିଟିର ଆସୋସିଏଟ ପ୍ରଫେସର କ୍ଲାରେ କାମ୍ପ ଡସ୍‌ କହିଛନ୍ତି। ପ୍ରଥମ ଗର୍ଭଧାରଣର ଶେଷ ପର୍ଯ୍ୟାୟ ଏବଂ ସନ୍ତାନ ଜନ୍ମର ୩ମାସ ପରେ ୫୨ ଦମ୍ପତିଙ୍କୁ ନେଇ କ୍ଲାରେ ଏକ ସର୍ଭେ କରିଥିଲେ। ଏଥିରେ ସେ ସପ୍ତାହର କାର୍ଯ୍ୟ ଦିବସ ଏବଂ ଛୁଟିଦିନର କାର୍ଯ୍ୟସୂଚୀ ସମ୍ପର୍କରେ ଡାଏରୀରେ ଉଲ୍ଲେଖ କରିବାକୁ ଦମ୍ପତିଙ୍କୁ କହିଥିଲେ। ଦେଖାଯାଇଥିଲା ଯେ, ସନ୍ତାନ ଜନ୍ମର ୩ମାସ ମଧ୍ୟରେ କାର୍ଯ୍ୟଦିବସ ଗୁଡ଼ିକରେ ସ୍ତ୍ରୀ ଓ ସ୍ବାମୀ ସମାନ ସମୟ ଘର କାମ କରନ୍ତି। ଏପରି କି ଛୁଟି ଦିନରେ ମଧ୍ୟ ପିଲାଙ୍କ ଯତ୍ନ ନେବାରେ ଉଭୟେ ସମାନ ସମୟ ଦେଇଥାନ୍ତି। ମାତ୍ର ଯେତେବେଳେ ସନ୍ତାନଙ୍କୁ ୩ମାସରୁ ଅଧିକ ହୋଇଯାଏ ସେତେବେଳେ ସ୍ତ୍ରୀଙ୍କ ଅପେକ୍ଷା ସ୍ବାମୀ ଅଧିକ ସମୟ ବିଶ୍ରାମରେ କଟାଇ ଥାନ୍ତି ବୋଲି ସର୍ଭେରୁ ଜଣାପଡ଼ିିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri