ପର୍‌ଫେକ୍ଟ ଲାଇଫ୍‌ଷ୍ଟାଇଲ୍‌


ଏପରି କରନ୍ତୁ ଦିନର ଆରମ୍ଭ ସକାଳୁ ଶୀଘ୍ର ଉଠନ୍ତୁ। ନିତ୍ୟକର୍ମ ସାରି କିଛି ସମୟ ଏକ୍ସରସାଇଜ୍‌ କିମ୍ବା ମେଡିଟେଶନ୍‌ କରନ୍ତୁ। କାରଣ ଏହାର ପ୍ରଭାବ ଜୀବନଶୈଳୀ ଉପରେ କ’ଣ ପଡେ ତାହା ଅନୁଭବୀ ହିଁ ଜାଣେ। ଏହାପରେ ବ୍ରେକ୍‌ଫାଷ୍ଟ୍‌ କରିବାକୁ ଭୁଲନ୍ତୁ ନାହିଁ। ରାତିରେ ଅତିକମ୍‌ରେ ୬/୭ ଘଣ୍ଟା ଶୁଅନ୍ତୁ। କାରଣ ପରିଶ୍ରମ ଅନୁସାରେ ଉପଯୁକ୍ତ ବିଶ୍ରାମ ଶରୀରକୁ ଫିଟ୍‌ ରଖିବା ସହ ସକାରାତ୍ମକ ମାନସିକତା ଦିଗରେ ସହାୟକ ହୋଇଥାଏ। ଦିନକୁ ୮ ଗ୍ଲାସ ପାଣି ପିଅନ୍ତୁ। ଲଞ୍ଚ୍‌, ଡିନର ଠିକ୍‌ ସମୟରେ ଶେଷ କରିବା ସହ ତଟକା ଫଳମୂଳ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ବନ୍ଧୁପରିଜନଙ୍କ ସହ ସୁସମ୍ପର୍କ ରଖନ୍ତୁ ବ୍ୟସ୍ତ ଜୀବନ ମଧ୍ୟରୁ ବନ୍ଧୁପରିଜନଙ୍କ ପାଇଁ କିଛି ସମୟ ବାହାର କରନ୍ତୁ। ସେମାନଙ୍କ ସହ ସୁସମ୍ପର୍କ ରଖିଲେ ଆପଣଙ୍କ ଲାଇଫ୍‌ ଷ୍ଟାଇଲ୍‌ରେ ବହୁତ ପରିବର୍ତ୍ତନ ଆସିଥାଏ। ପର୍ବପର୍ବାଣି କିମ୍ବା ଛୁଟିଦିନରେ ଆପଣ ଏହାର ମଜା ଉଠାଇପାରିବେ। କୌଣସି ଅସୁବିଧା ସମୟରେ ମଧ୍ୟ ଆପଣ ଏହାର ପରିଣାମ ଜାଣିପାରିବେ। ନିଜର ସୁଖଦୁଃଖ ବନ୍ଧୁଙ୍କ ସହ ବାଣ୍ଟିପାରିବେ। ଏହାଦ୍ୱାରା ଆପଣଙ୍କ ମନ ହାଲ୍‌କା ହୋଇଯିବ। ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ କରିପାରୁଥିବା ବ୍ୟକ୍ତି ସମସ୍ତ କାମକୁ ଠିକ୍‌ ଭାବେ ଶେଷ କରିଥାଏ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ଟାଇମ୍‌ଟେବୁଲ୍‌ ପ୍ରସ୍ତୁତ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ନିଜ କାମକୁ ଠିକ୍‌ ଏବଂ ସୁଚାରୂ ରୂପେ ଶେଷ କରିପାରିବେ। ରିଲାକ୍ସ ରୁହନ୍ତୁ ରୋଜଗାର ପାଇଁ ପ୍ରତିଦିନ ଘରେ ହେଉ ବା ବାହାରକୁ ଯାଇ କାମ କରିବା ଯେପରି ଜରୁରୀ ସେହିପରି ପ୍ରତିଦିନ କିଛି ମଉଜମସ୍ତି ମଧ୍ୟ ଆବଶ୍ୟକ। ଏପରି କଲେ ମନ ଚିନ୍ତାମୁକ୍ତ ରହିଥାଏ। ଆପଣ ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ ଯେତେ ବ୍ୟସ୍ତ ରହିଲେ ମଧ୍ୟ ପ୍ରତିଦିନ ରିଲାକ୍ସ ରହିବା ପାଇଁ କିଛି ସମୟ ବାହାର କରନ୍ତୁ। ଆପଣ ଚାହିଁଲେ ନିଜ ମନପସନ୍ଦର କୌଣସି କାମ କରିପାରିବେ। ଯେପରି କି ଗୀତ ଶୁଣିବା, ଡ୍ୟାନ୍ସ କରିବା, ହସିବା, କବିତା, ଗପ ଲେଖିବା, ବହି ପଢିବା ଇତ୍ୟାଦି। ଏପରି କରିବା ଦ୍ୱାରା କାର୍ଯ୍ୟ କରିବାର ଆଗ୍ରହ ଓ ଉତ୍ସାହ ବଢିଥାଏ। ନିଜ ଇଚ୍ଛା କମ୍‌ କରନ୍ତୁ ଆପଣଙ୍କ ଇଚ୍ଛା ଓ ଅଭିଳାଷ ଅଧିକ ହେଲେ ସମସ୍ୟାର ମାତ୍ରା ବଢିଥାଏ। କିନ୍ତୁ ଏହାର ବିପରୀତ ଦିଗ ଦେଖିଲେ ସମସ୍ୟା କମ୍‌ ଲାଗିଥାଏ। ଇଚ୍ଛା ଓ ଅଭିଳାଷ ଉପରେ ଆପଣ ଯେତେ ନିୟନ୍ତ୍ରଣ ରଖିବେ ଜୀବନରେ ଟେନ୍‌ସନ୍‌ଠାରୁ ସେତେ ଦୂରରେ ରହିବେ। ଅତୀତକୁ ଭୁଲିଯାଆନ୍ତୁ ଯଦି ଆପଣଙ୍କ ଜୀବନରେ ଅତୀତରେ କେବେ କୌଣସି ଅପ୍ରୀତିକର ବା ଦୁଃଖଦ ଘଟଣା ଘଟିଛି ତେବେ ସେହି ସ୍ମୃତିକୁ ବାରମ୍ବାର ମନେ ପକାନ୍ତୁ ନାହିଁ। ଅତୀତକୁ ଭୁଲି ବର୍ତ୍ତମାନରେ ଚାଲିବାଟା ଠିକ୍‌। ଭବିଷ୍ୟତକୁ ଆଖିଆଗରେ ରଖି ବର୍ତ୍ତମାନରେ ବଞ୍ଚନ୍ତୁ। ଅତୀତକୁ ସବୁବେଳେ ମନେ ପକାଇଲେ ଆପଣ ବର୍ତ୍ତମାନର ମଜା ଉଠାଇପାରିବେ ନାହିଁ। ଟେନ୍‌ସନ୍‌ଠାରୁ ଦୂରରେ ରୁହନ୍ତୁ ଆଜିକାଲି ଘରେ ହେଉ ବା ବାହାରେ ପ୍ରତିଟି ଜାଗାରେ କିଛି ନା କିଛି ଟେନ୍‌ସନ୍‌ ଲାଗି ରହୁଛି। ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ଏଥିପାଇଁ ବ୍ଲଡପ୍ରେସର ଅସନ୍ତୁଳିତ ରହିଥାଏ। ନିଦ ଉପରେ ପ୍ରଭାବ ପଡିଥାଏ। ପର୍ଯ୍ୟାପ୍ତ ନିଦ ନ ହେଲେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ତ୍ୱଚା ଉପରେ ମଧ୍ୟ ଏହାର ଖୁବ୍‌ ପ୍ରଭାବ ପଡିଥାଏ। ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ ନିରର୍ଥକ ଯୁକ୍ତିତର୍କ କରିବା ଠାରୁ ଦୂରରେ ରୁହନ୍ତୁ। ଏହା କେବଳ ସମୟର ଅପଚୟ କରିଥାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri