କୃତ୍ରିମ ଥ୍ରିଡି ଅସ୍ଥି ତନ୍ତୁ ସୃଷ୍ଟି


ଲଣ୍ଡନ:ବିଶ୍ୱସ୍ତରୀୟ ଗବେଷକମାନେ ପ୍ରଥମକରି ଲାବୋରେଟୋରିରେ ଥ୍ରିଡି ଅସ୍ଥି ତନ୍ତୁ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି। ରୋଗୀଙ୍କ ଶରୀରରେ ଏହାକୁ ପ୍ରୟୋଗ କରାଗଲେ ଏହି ତନ୍ତୁ କ୍ଷତହାଡ଼କୁ ଠିକ୍‌ କରିବାରେ ସଫଳ ହୋଇପାରିବ ବୋଲି ଗବେଷକମାନେ ଆଶାବ୍ୟକ୍ତ କରିଛନ୍ତି। ରକ୍ତ ପରେ ଅସ୍ତି ହେଉଛି ସବୁଠାରୁ ଅଧିକ ଭାବେ ମଣିଷ ଶରୀରକୁ ପ୍ରବେଶ କରାଯାଇ ପାରୁଥିବା ଟିସୁ ଏବଂ ଏହାକୁ ପୁନର୍ନିମାଣ, ମେକ୍‌ଜିଲୋଫେସିଆଲ୍‌, ଅସ୍ଥିଶଲ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ବର୍ତ୍ତମାନ ସମୟରେ ଅସ୍ଥିରୋପଣ କରିବା ବେଳେ କମ୍‌ମାତ୍ରାରେ ଜୀବନ୍ତ ଅସ୍ଥିକୁ ସୃଷ୍ଟି କରିବାରେ ସମର୍ଥ ହୋଇପାରୁଛନ୍ତି। ଅନ୍ୟ ଜଣଙ୍କର ଅସ୍ଥିକୁ ଆଉ ଜଣଙ୍କର ଶରୀରରେ ପ୍ରତିରୋପଣ କରିବାକୁ ସାଧାରଣତଃ ପ୍ରତ୍ୟାଖ୍ୟାନ କରାଯାଇଥାଏ। ତେବେ ଏହି ସମସ୍ୟାର ସମାଧାନ ଲାଗି ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍‌ ଗ୍ଲାସ୍‌ଗୋ ଏବଂ ୟୁକେ ୟୁନିଭର୍ସିଟି ଅଫ୍‌ ଷ୍ଟେଥ୍‌କ୍ଲେଡ୍‌ର ଗବେଷକମାନେ ଅସ୍ଥି ପ୍ରତିରୋପଣ ଲାଗି ଉପଯୋଗୀ ଟିସ୍ୟୁ ସୃଷ୍ଟିକରିବା ଲାଗି ମାଧ୍ୟାକର୍ଷଣ ତରଙ୍ଗର ବ୍ୟବହାର କରିଥିଲେ। ଏହି ପଦ୍ଧତିକୁ ‘ନାନୋକକିଙ୍ଗ୍‌’ ବୋଲି କୁହାଯାଉଛି। ଏଥିଲାଗି ସେମାନେ ଖଗୋଳୀୟ ବସ୍ତୁର ମାଧ୍ୟାକର୍ଷଣ ଶକ୍ତି ଠାବକରିବା ଲାଗି ବ୍ୟବହାର କରାଯାଉଥିବା ଲେଜର୍‌ ଇଣ୍ଟରଫେରୋମିଟର୍‌ ବ୍ୟବସ୍ଥାକୁ ବ୍ୟବହାର କରିଥିଲେ। ଏହାଦ୍ୱାରା ସେମାନେ ଅସ୍ଥିଦାନ କରୁଥିବା ବ୍ୟକ୍ତି (ହ୍ୟୁମାନ୍‌ ଡୋନର୍‌)ଙ୍କ ମେସେନ୍‌ଚିମଲ୍‌ କୋଷକୁ ଥ୍ରିଡି ଉପାୟରେ ଅସ୍ଥିକୋଷରେ ପରିଣତ କରିଥିଲେ। ଏହାକୁ ଭବିଷ୍ୟତରେ ଆବଶ୍ୟକ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ୟୁନିଭର୍ସିଟି ଅଫ୍‌ ଗ୍ଲାସ୍‌ଗୋର ପ୍ରାଧ୍ୟାପକ ମାଥ୍ୟୁ ଡଲ୍‌ବୀ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri