ମୋଟର୍‌ ନ୍ୟୁଟ୍ରନ୍‌ରେ ପରିଣତ ହେଲା ଚର୍ମକୋଷ


ଓ୍ବାଶିଂଟନ୍‌:ବୈଜ୍ଞାନିକମାନେ ମଣିଷର ଚର୍ମକୋଷକୁ ସିଧାସଳଖ ମୋଟର ନ୍ୟୁଟ୍ରନ୍‌ରେ ପରିଣତ କରିବାରେ ସମର୍ଥ ହୋଇଛନ୍ତି, ତାହା ପୁଣି ଷ୍ଟିମ୍‌ ସେଲ୍‌ ପ୍ରକ୍ରିୟାର ବିନା ସହାୟତାରେ। ଆମେରିକାର ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂଆ ଉପାୟ ଜରିଆରେ ଲାବୋରେଟୋରିରେ ମଣିଷର ସେଣ୍ଟ୍ରାଲ୍‌ ନର୍ଭସ୍‌ ସିଷ୍ଟମ୍‌ରେ ଥିବା ମୋଟର ନ୍ୟୁଟ୍ରନ୍ସକୁ ଅଧ୍ୟୟନ କରି ଏହି ସଫଳତା ପାଇବାରେ ସମର୍ଥ ହୋଇଛନ୍ତି। ନ୍ୟୁରୋଜେନେରେଟିଭ୍‌ ରୋଗର ନୂଆ ଚିକିତ୍ସା ଉପାୟ ଉପରେ ଗବେଷଣା ଚଳାଇଥିବା ଗବେଷକମାନେ ପ୍ରଥମେ ଲ୍ୟାବ୍‌ରେ ମଣିଷ ମୋଟର ନ୍ୟୁଟ୍ରନ୍‌ ପ୍ରସ୍ତୁତ କରିବାରେ ବିଫଳ ରହିଥିଲେ। ମୋଟର ନ୍ୟୁଟ୍ରନ୍‌ ସାଧାରଣତଃ ମାଂସପେଶୀରେ ସଙ୍କୋଚନ ଏବଂ ଏହା କ୍ଷତିଗ୍ରସ୍ତ ହୋଇ ଆମିଟ୍ରୋଫିକ୍‌ ଲାଟେରାଲ ସ୍କେଲୋରିସ୍‌ ଏବଂ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରୋଫି ଭଳି ରୋଗକୁ ଡାକି ଆଣିଥାଏ। ଉଭୟ ରୋଗ ଯୋଗୁ ମଣିଷ ପାରାଲିସିସ୍‌ କିମ୍ବା ଅପମୃତ୍ୟୁର ଶିକାର ହେବାର ସମ୍ଭାବନା ରହିଥାଏ। ତେବେ ଷ୍ଟିମ୍‌ ସେଲ୍‌ ବାଏପାସ୍‌ ପ୍ରକ୍ରିୟା ପ୍ରସ୍ତୁତ ହୋଇଥିବା ମୋଟର ନ୍ୟୁଟ୍ରନ୍‌କୁ ପ୍ରକୃତ ଚର୍ମର କୋଷର ବୟସ ଏବଂ ରୋଗୀଙ୍କ ବୟସକୁ ନିୟନ୍ତ୍ରଣରେ ରଖିଥାଏ। ନ୍ୟୁରୋଜେନେରେଟିଭ୍‌ ରୋଗ ବିଷୟରେ ଅଧ୍ୟୟନ କରିବା ବେଳେ କାଳାନୁକ୍ରମିକ ବୟସ ଉପରେ ବେଶି ଗୁରୁତ୍ୱ ଦିଆଯାଇଥାଏ। ତେବେ ଏହି ଗବେଷଣା ସମୟରେ କେବଳ ୨୦ରୁ ୬୦ ବର୍ଷ ବୟସ୍କ ସୁସ୍ଥ ତଥା ପରିପକ୍ୱ ବ୍ୟକ୍ତିଙ୍କ ଚର୍ମକୁ ଅଧ୍ୟୟନ ପରିସରଭୁକ୍ତ କରାଯାଇଥିଲା। ଚର୍ମକୋଷର ସୂକ୍ଷ୍ମ ଆର୍‌ଏନ୍‌ଏ ଅଣୁ (ମଲିକ୍ୟୁଲ୍ସ) ଅନ୍ୟ କୋଷର ସଙ୍କେତରେ କିଭଳି ଭାବେ କାର୍ଯ୍ୟ କରିଥାଏ, ତାହା ଏହି ପଦ୍ଧତିରେ ଦର୍ଶାଯାଇଛି ବୋଲି ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଆଣ୍ଡ୍ର୍ୟୁ ଏସ୍‌. ୟୋ ପ୍ରକାଶ କରିଛନ୍ତି। ଚର୍ମକୋଷକୁ ମୋଟର ନ୍ୟୁଟ୍ରନ୍‌ରେ ରୂପାନ୍ତରିତ କରିବା ଲାଗି ଗବେଷକମାନେ ଚର୍ମକୋଷକୁ ମେଲିକ୍ୟୁଲାର ସିଗ୍‌ନାଲ୍‌ ଭାବେ ଅଧ୍ୟୟନ ଆରମ୍ଭ କରିଥିଲେ। ଏହି ସିଗ୍‌ନାଲ୍‌ ମସ୍ତିଷ୍କରେ ବିଶେଷଭାବେ ଉପସ୍ଥିତ ରହିଥାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri