ଅଧିକ ସମୟ ବସିରହିଲେ ମୃତ୍ୟୁ ଆଶଙ୍କା ବୃଦ୍ଧି


ନ୍ୟୁୟର୍କ: ଯେଉଁ ଲୋକମାନେ ୧ରୁ ୨ଘଣ୍ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ବସିରହନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ପ୍ରତି ଘଣ୍ଟାଏ ଅନ୍ତରରେ ଚାଲିବୁଲି ଯାଉଥିବା ଲୋକଙ୍କ ତୁଳନାରେ ବୃଦ୍ଧି ପାଇଥାଏ ବୋଲି ଏକ ଅଧ୍ୟୟନରେ ସତର୍କ କରିଦିଆଯାଇଛି। ଏଥିରେ ଦେଖାଯାଇଛି ଯେ, ବସିବା ପାଇଁ କେତେ ସମୟ ବିନିଯୋଗ ହେଉଛି ତାହା ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ ବରଂ ଦିନବେଳା ନିରନ୍ତର ବସି ରହିବାର ସମୟ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଯାହା କି ଖୁବ୍‌ଶୀଘ୍ର ମୃତ୍ୟୁ ଆଶଙ୍କା ବୃଦ୍ଧି କରିଥାଏ। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଯେଉଁ ବ୍ୟକ୍ତି ଆଦୌ ଚଳପ୍ରଚଳ ନ ହୋଇ ଏକକାଳୀନ ୧ରୁ ୨ଘଣ୍ଟା କେବଳ ବସି ରହନ୍ତି, ସେମାନଙ୍କ ମୃତ୍ୟୁହାର ପ୍ରତି ଘଣ୍ଟାଏ ଅନ୍ତରରେ ସାମାନ୍ୟ ଚଳପ୍ରଚଳ ହେଉଥିବା ଲୋକଙ୍କ ତୁଳନାରେ ଅଧିକ। ଏ ସମ୍ପର୍କରେ କଲମ୍ବିଆ ୟୁନିଭର୍ସିଟି ମେଡିକାଲ ସେଣ୍ଟର(ସିୟୁଏମ୍‌ସି)ର ସହଯୋଗୀ ବୈଜ୍ଞାନିକ କେଥ୍‌ ଡିଆଜ୍‌ କହନ୍ତି, ପ୍ରତ୍ୟେକ ଦିନ ଆମେ କେତେ ସମୟ ନିରବଚ୍ଛିନ୍ନ ଭାବରେ ବସିରହୁ ତାହା ଉପରେ ମୃତ୍ୟୁହାର କମ୍‌/ବେଶି ନିର୍ଭର କରେ। କିନ୍ତୁ ପୂର୍ବରୁ ଯେଉଁ ଅଧ୍ୟୟନ କରାଯାଇଥିଲା, ସେଥିରେ କୁହାଯାଇଛି ଯେ, ଅଧିକ ସମୟ ବସିବା ମଧ୍ୟରେ ମଝିରେ ମଝିରେ ବିରତି ସ୍ବାସ୍ଥ୍ୟ ପାଇଁ ହିତକର। ଗବେଷକମାନେ ୪୫ବର୍ଷରୁ ଊର୍ଦ୍ଧ୍ୱ ୭,୯୮୫ଜଣ କୃଷ୍ଣକାୟ ଏବ ଶ୍ୱେତାଙ୍ଗ ବ୍ୟକ୍ତିଙ୍କୁ ନେଇ ସେମାନଙ୍କ ଚାଲିବା ପଦ୍ଧତି ଅନୁସରଣ କରିଥିଲେ। ଏଥିପାଇଁ ୭ଦିନ ସମୟ ନିଆଯାଇଥିଲା। ହାରାହାରି ଭାବେ ଦେଖାଗଲା ଯେ, ଅଂଶଗ୍ରହଣକାରୀ ସେମାନଙ୍କ ଚାଲିବା ସମୟର ୭୭% କେବଳ ବସିବସି ବିତାଇ ଦେଇଥିଲେ। ଏହା ଦୈନିକ ହାରାହାରି ୧୨ଘଣ୍ଟା ସହିତ ସମାନ। ଏହି ଗବେଷଣାର ୪ବର୍ଷ ପରେ ୩୪୦ ଅଂଶଗ୍ରହଣକାରୀ ମୃତ୍ୟୁବରଣ କରିଥିଲେ। ଯେଉଁ ଲୋକମାନେ ଦୈନିକ ୧୩ଘଣ୍ଟାରୁ ଅଧିକ ସମୟ ବସିବା କାମ କରନ୍ତି ସେମାନଙ୍କ ମୃତ୍ୟୁ ଆଶଙ୍କା ଖୁବ୍‌ କମ୍‌ ସମୟ ବସି କାମ କରୁଥିବା ଲୋକଙ୍କ ତୁଳନାରେ ଅଧିକ। ଯେଉଁ ଲୋକମାନେ ପ୍ରତି ୩୦ମିନିଟ୍‌ ବସିବା ପରେ ଟିକେ ଚଲାବୁଲା କରନ୍ତି ସେମାନଙ୍କ ମୃତ୍ୟୁ ଆଶଙ୍କା କମ୍‌ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri