ରୋଗ ପ୍ରତିରୋଧ ବ୍ୟବସ୍ଥାର କ୍ଷତି କରିପାରେ ଟାଟୁ


ବର୍ଲିନ୍‌:ଆଜିକାଲି ଦେହରେ ଟାଟୁ କରିବା ଏକ ସଉକ୍‌ରେ ପରିଣତ ହେଲାଣି। ଟାଟୁ କରିବା ପାଇଁ ବ୍ୟବହୃତ କାଳିରେ ବିଭିନ୍ନ ରାସାୟନିକ ପଦାର୍ଥ ରହିଛି। ଏହା ଆମ ରୋଗ ପ୍ରତିରୋଧକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କୁହାଯାଉଥିବା ଲିମ୍ପ୍‌ ନୋଡ୍‌ (ଚର୍ମ ତଳେ ଥିବା ଗ୍ରନ୍ଥି)ର କ୍ଷତି ଘଟାଇପାରେ। ଟାଟୁ କାଳିରେ ଥିବା ରାସାୟନିକ ବିଷାକ୍ତ ଦ୍ରବ୍ୟ କ୍ଷୁଦ୍ରକଣିକା ରୂପରେ ଦେହ ଭିତରକୁ ପ୍ରବେଶ କରି ଲିମ୍ପ୍‌ ନୋଡ୍‌ର କ୍ଷତି ଘଟାଇପାରେ ବୋଲି ଗବେଷକମାନେ କହିଛନ୍ତି। ଟାଟୁ ପାଇଁ ବ୍ୟବହୃତ ବିଭିନ୍ନ ରଙ୍ଗର କାଳିରେ ଯେଉଁ ବିଷାକ୍ତ ଦ୍ରବ୍ୟ ରହିଥାଏ ସେ ସମ୍ପର୍କରେ ଆମେ ଖୁବ୍‌ କମ୍‌ ଜାଣୁ। ଅଧିକାଂଶ ଟାଟୁ କାଳିରେ ଜୈବିକ ରଙ୍ଗ ରହିଥିଲେ ହେଁ ଏଥିରେ ନିକେଲ୍‌, କ୍ରୋମିୟମ୍‌, ମାଙ୍ଗାନିଜ୍‌ ଏବଂ କୋବାଲ୍ଟ ରହିଥାଏ। କାର୍ବନ କଳା ବ୍ୟତୀତ ଦ୍ୱିତୀୟ ଉପାଦାନଟି ହେଲା ଟାଇଟାନିୟମ ଡାଇଅକ୍ସାଇଡ। ଏହା ଏକ ଧଳା ପିଗ୍‌ମେଣ୍ଟ। ଏହାକୁ ଅନ୍ୟ ରଙ୍ଗ ସହିତ ମିଶାଇ ନିର୍ଦ୍ଦିଷ୍ଟ ପ୍ରକାର ଛାୟା ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଏ। ଟାଇଟାନିୟମ ଡାଇଅକ୍ସାଇଡକୁ ସାଧାରଣତଃ ଫୁଡ ଆଡିଟିଭ୍‌, ସନ୍‌ସ୍କ୍ରିନ୍‌ ଏବଂ ରଙ୍ଗରେ ବ୍ୟବହାର କରାଯାଏ। ଟାଟୁ ପାଇଁ ବ୍ୟବହୃତ ଟାଇଟାନିୟମ ଡାଇଅକ୍ସାଇଡ୍‌ ଚର୍ମରେ ଲାଗିଲେ ଚର୍ମ କୁଣ୍ଡାଇହୁଏ ଏବଂ ଫଳିଯାଏ। ଜର୍ମାନୀସ୍ଥିତ ୟୁରୋପିୟାନ୍‌ ସାଇଙ୍କ୍ରୋଟ୍ରନ୍‌ ରାଡିଏଶନ୍‌ ଫ୍ୟାସିଲିଟି (ଇଏସ୍‌ଆରଏଫ୍‌)ର ଗବେଷକମାନେ ଏକ୍ସ-ରେ ଫ୍ଲୋରେସେନ୍ସ ମେଜରମେଣ୍ଟ ଦ୍ୱାରା ଚର୍ମତଳେ ଟାଇଟାନିୟମ ଡାଇଅକ୍‌ସାଇଡ୍‌ ଠାବ କରିବାକୁ ସମର୍ଥ ହୋଇପାରିଛନ୍ତି। ସେମାନେ ମଣିଷ ଚର୍ମରେ ମାଇକ୍ରୋମିଟର ଆକୃତିର ବହୁ କଣିକା ଦେଖିବାକୁ ପାଇଛନ୍ତି। କିନ୍ତୁ ଅଳ୍ପ କେତେକ କ୍ଷୁଦ୍ର ଆକୃତିର କଣିକା ଲିମ୍ପ ନୋଡକୁ ପ୍ରବେଶ କରିଥିବା ଜାଣି ପାରିଛନ୍ତି। ଏହା ଲିମ୍ପ ନୋଡରେ ବୃଦ୍ଧି ପାଇବା ସହିତ ରୋଗ ପ୍ରତିରୋଧ ଶକ୍ତିକୁ ପ୍ରତିହତ କରିଥାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri