ଦୂରାନ୍ତୁ ନିଦ୍ରାହୀନତା


ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ। ଠିକ୍‌ ସମୟରେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ବିଶେଷ କରି ଖାଦ୍ୟ ତାଲିକାରେ ଭିଟାମିନ୍‌ ବି-12 ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ। ଏହା ଶରୀରରେ ମେଲାଟୋନିନ୍‌ ହର୍ମୋନର କ୍ଷରଣକୁ ବୃଦ୍ଧି କରିବ ଯାହାକି ନିଦକୁ ପୂରା କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଶୋଇବା ଲାଗି ଅତି କମ୍‌ରେ 6 ରୁ 7 ଘଣ୍ଟାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରନ୍ତୁ । ଯଦି ନିଦ ନ ଆସୁଛି ତେବେ ଶୋଇବାକୁ ଯିବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଇବା ଦ୍ବାରା ମଧ୍ୟ ନିଦ ଭଲ ହୋଇଥାଏ। ଅଧିକ ରାତି ପର୍ଯ୍ୟନ୍ତ କାମ କରିବା, ଟିଭି ଦେଖିବା, ବହି ପଢ଼ିବା ଆଦି ଅଭ୍ୟାସ ଥିଲେ ଏହାର ସମୟ ବଦଳାନ୍ତୁ। ଯଦି ନିଶାଦ୍ରବ୍ୟ ସେବନ କରିବା ଅଭ୍ୟାସ ଅଛି ତେବେ ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ। କାରଣ ଏହା ଶରୀର ପାଇଁ ଆଦୌ ହିତକର ନୁହେଁ । ଏହା ବିଭିନ୍ନ ରୋଗ ସୃଷ୍ଟି କରିବା ସହତ ନିଦ୍ରାହୀନତାର ମଧ୍ୟ ମୁଖ୍ୟ କାରଣ। ଅଧିକାଂଶ ମହିଳା ସମ୍ପୂର୍ଣ୍ଣ ନିଦ୍ରା ଲାଗି ନିଦ ଔଷଧ ସେବନ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ଏହାର ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି । ତେଣୁ ଏହାର ସେବନ ପରିବର୍ତ୍ତେ ପ୍ରତିଦିନ କିଛି ଯୋଗ, ଆସନ, ପ୍ରାଣାୟାମ, ବ୍ୟାୟାମ ଆଦିର ଅଭ୍ୟାସ ରଖନ୍ତୁା ଏହା ନିଦ ପୂରା କରିବା ସହ ଶରୀରକୁ ମଧ୍ୟ ଫିଟ୍‌ ରଖିବାରେ ସାହାଯ୍ୟ କରିବ। ଅଧିକ ମାନସିକ ଚାପ ନିଅନ୍ତୁ ନାହିଁ କିମ୍ବା ଅବସାଦଗ୍ରସ୍ତ ରୁହନ୍ତୁ ନାହିଁ। ଯଦି ଏଭଳି କୌଣସି ସମସ୍ୟା ରହିଛି ତେବେ ଏଥିରୁ ମୁକୁଳିବାକୁ ଚେଷ୍ଟା କରନ୍ତୁ ଏବଂ ମନକୁ ହାଲୁକା କରନ୍ତୁ। ଯଦି ଏସବୁ ସତ୍ତ୍ବେ ମଧ୍ୟ ଆପଣଙ୍କର ନିଦ୍ରାହୀନତା ସମସ୍ୟା ରହୁଛି ତେବେ ଏ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ ନେବାରେ ଆଦୌ ଅବହେଳା କରନ୍ତୁ ନାହିଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri