ସଫଳତା ଲାଗି କେତୋଟି ଜାଣିବା ବିଷୟ


ସଫଳତା ପାଇବା ଲାଗି ସବୁବେଳେ ପ୍ରକୃତ ଲକ୍ଷ୍ୟ ସ୍ଥିର କରନ୍ତୁ। ଏହାକୁ ହାସଲ କରିବା ଲାଗି ନିଜକୁ ପୂର୍ଣ୍ଣ ମାତ୍ରାରେ ନିୟୋଜିତ କରନ୍ତୁ। ଲକ୍ଷ୍ୟ ନେଇ ସବୁ ବେଳେ ସଚେତନ ରହିଲେ ଲକ୍ଷ୍ୟ ପଥରୁ ହଟିବେ ନାହିଁ।

ସଫଳତା ଲାଗି ଉତ୍ସାହର ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି। ଉତ୍ସାହ ବଜାୟ ରଖିବା ଲାଗି ସବୁବେଳେ ଏମିତି ଏକ ପରିବେଶ ଚୟନ କରନ୍ତୁ ଯେଉଁ ଠାରେ ନିଜକୁ କୌଣସି ସମୟରେ ନିରୁତ୍ସାହିତା ଅନୁଭବ କରିବେ ନାହିଁ।ନିଜ ଚାରିପାଖରେ ଏଭଳି ଲୋକଙ୍କ ପାଖରେ ରହୁନ୍ତୁ ଯେଉଁମାନେ ଆପଣଙ୍କୁ ଉତ୍ସାହିତ କରୁଥିବେ। ବ୍ୟକ୍ତିଗତ ସଫଳତା ସହ ଆନୁଷ୍ଠାନିକ ସଫଳତାର ଏକ ଗଭୀର ସମ୍ବନ୍ଧ ରହିଛି।

ବ୍ୟକ୍ତିଗତ ସଫଳତାକୁ ବୃହତ୍ତର ଆନୁଷ୍ଠାନିକ ସଫଳତା ଦିଗରେ ଲଗାଇ ପାରିବେ। ଉଦାହରଣ ସ୍ବରୂପ ପ୍ରତି ବିଭାଗ ଯଦି ସେମାନଙ୍କ ଲାଗି ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରନ୍ତି ତେବେ ଏହା ଅନୁଷ୍ଠାନର ସଫଳତା ଦିଗରେ କାର୍ଯ୍ୟ କରିବ।

ସଫଳତାକୁ ନେଇ ଉତ୍ସାହିତ ହେବା ସହ ଏହାକୁ ସେଲିବ୍ରେଟ୍‌ କରନ୍ତୁ।

ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ କ୍ଷେତ୍ରରେ ବହୁତ ପ୍ରତିଷ୍ଠିତ। ସମାନ ପ୍ରକାରର କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ କ୍ଷେତ୍ରରେ ସଫଳତା ସମାନ ନ ଥାଏ। ଏପରି କ୍ଷେତ୍ରରେ ଲୋକମାନେ ନିଜକୁ ଅନ୍ୟ ମାନଙ୍କ ସହ ତୁଳନା କରିଥାନ୍ତି। ମାତ୍ର ଏପରି କରିବା ଅନୁଚିତ। ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ନିଜର ଶକ୍ତି ସାମର୍ଥ୍ୟ ଦକ୍ଷତା ଭିନ୍ନ ଭିନ୍ନ। ସବୁବେଳେ ଅନ୍ୟ ସହ ତୁଳନା କରିବା ଦ୍ୱାରା ଏହା ମାନସିକ କ୍ଷେତ୍ରରେ ଚାପ ପକାଇଥାଏ। ଏଣୁ ଅନ୍ୟ ସହ ତୁଳନା କରିବା ଅନୁଚିତ।

ନିଜ ଚିରାଚରିତ ରୁଟିନ ଜୀବନ ମଧ୍ୟରୁ ନିଜ ଲାଗି କିଛି ସମୟ କାଢନ୍ତୁ। ସମୟ ସମୟରେ ନିଜକୁ ଟିକଏ ସମୟ ବିରାମ ଦିଅନ୍ତୁ। କରୁଥିବା କାର୍ଯ୍ୟର ଧାରାକୁ ତର୍ଜମା କରନ୍ତୁ। କଣ ଶିଖୁଛନ୍ତି ଏବଂ ଏହା ସଫଳତା ଦିଗରେ ଆପଣଙ୍କୁ କିଭଳି ଭାବରେ ସହାୟତା କରିବ ତାକୁ ସବୁବେଳେ ଜାଣି ରଖନ୍ତୁ।

ସଫଳତା ଲାଭ ପାଇଁ ସାରା ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଆତ୍ମଜୀବନୀ ପଢନ୍ତୁ। ଏହି ବ୍ୟକ୍ତିମାନେ କିଭଳି ଭାବରେ ଅନେକ ବାଧାବିଘ୍ନ ଦେଇ ସଫଳ ହୋଇଛନ୍ତି ତାହା ସେମାନଙ୍କ ଜୀବନୀରେ ପ୍ରତିଫଳିତ ହୋଇଥାଏ। ଏହା ପଢିଲେ କାର୍ଯ୍ୟ କରିବାକୁ ଉତ୍ସାହ ମିଳିବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri