ମୃତ୍ୟୁ ହାର ହ୍ରାସ କରାଏ କୋଲେଷ୍ଟରଲ୍‌ ଔଷଧ


ଓ୍ବାଶିଂଟନ୍‌:ଯେଉଁ ଲୋକଙ୍କର ଉଚ୍ଚମାତ୍ରାର କୋଲେଷ୍ଟରଲ୍‌ ଥିବା ସହିତ ହୃଦ୍‌ରୋଗ ନାହିଁ ସେମାନେ କୋଲେଷ୍ଟରଲ ହ୍ରାସ ଔଷଧ ସେବନ କଲେ ସେମାନଙ୍କ ମୃତ୍ୟୁହାର ୨୮% ହ୍ରାସ ପାଇଥାଏ ବୋଲି ନୂଆ ଗବେଷଣାରେ କୁହାଯାଇଛି। ଇମ୍ପେରିଆଲ୍‌ କଲେଜ୍‌ ଲଣ୍ଡନର ଗବେଷକମାନେ ଦୀର୍ଘ ୨୦ବର୍ଷ ଧରି ଏହା ଉପରେ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ, ଦୈନିକ ୪୦ମିଲିଗ୍ରାମ୍‌ ପରିମିତ ପ୍ରୋଭାଷ୍ଟାଟିନ୍‌ ସେବନ କରିବାରୁ ଏକ ତୃତୀୟାଂଶ ଅଂଶଗ୍ରହଣକାରୀଙ୍କଠାରେ ହୃଦରୋଗ ଜନିତ ମୃତ୍ୟୁଆଶଙ୍କା ହ୍ରାସ ପାଇଥିଲା। ୫,୫୨୯ ପୁରୁଷ ରୋଗୀଙ୍କର ଉଚ୍ଚମାତ୍ରାର କୋଲେଷ୍ଟରଲ୍‌ ଥିଲେ ହେଁ ସେମାନଙ୍କର ହୃଦ୍‌ରୋଗ ନ ଥିଲା। ଇମ୍ପେରିଆଲ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ବରିଷ୍ଠ ଲେଖକ କୌଶିକ୍‌ ରାୟ କହନ୍ତି, ପ୍ରଥମ ଥର ପାଇଁ ଆମେ ଦେଖିବାକୁ ପାଇଲୁ ଯେ, ଏହି ସ୍ବତନ୍ତ୍ର ଗୋଷ୍ଠୀର ଲୋକ ଷ୍ଟାଟିନ୍‌ ସେବନ କରିବାରୁ ସେମାନଙ୍କ ମୃତ୍ୟୁ ଆଶଙ୍କା ହ୍ରାସ ପାଇଥିଲା। ସେମାନଙ୍କଠାରେ ଉଚ୍ଚ ସ୍ତରର ଏଲ୍‌ଡିଏଲ୍‌(ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌) କୋଲେଷ୍ଟରଲ୍‌ ଥିଲେ ହେଁ ସେମାନେ ସୁସ୍ଥ ଦେଖାଯାଉଥିଲେ। ତେଣୁ ଏଭଳି ଲୋକଙ୍କୁ ଷ୍ଟାଟିନ୍‌ ସେବନ କରାଇ ଚିକିତ୍ସା କରାଇବାକୁ ବର୍ତ୍ତମାନ ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି। ଗବେଷକମାନେ ଦେଖିବାକୁ ପାଇଛନ୍ତି ଯେ, ଉଚ୍ଚ ମାତ୍ରାର ଏଲ୍‌ଡିଏଲ୍‌ କୋଲେଷ୍ଟରଲ୍‌ ଥିବା ପୁରୁଷଙ୍କୁ ପ୍ରୋଭାଷ୍ଟାଟିନ୍‌ ସେବନ କରିବାକୁ ଦେଲେ ସାମଗ୍ରିକ ମୃତ୍ୟୁହାର ୧୮% ହ୍ରାସ ପାଇଥାଏ। ଷ୍ଟାଟିନ୍‌ ମଧ୍ୟ କରୋନାରି ହୃଦ୍‌ରୋଗଜନିତ ମୃତ୍ୟୁଆଶଙ୍କା ୨୮% ହ୍ରାସ କରିପାରୁଥିବା ବେଳେ ଅନ୍ୟ ହୃଦ୍‌ରୋଗଜନିତ ମୃତ୍ୟୁଆଶଙ୍କା ୨୫% ହ୍ରାସ କରିଥାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri