କ୍ୟାନ୍‌ସରକୁ ଚିହ୍ନଟ କରିପାରୁଛି ନୂଆ ଡିଭାଇସ୍‌


ହ୍ୟୁଷ୍ଟନ୍‌:ବୈଜ୍ଞାନିକମାନେ ପେନ୍‌ ଭଳି ଏକ ଯନ୍ତ୍ର ବିକାଶ କରିଛନ୍ତି। ଏହା ଅସ୍ତ୍ରୋପଚାର ବେଳେ ୧୦ସେକେଣ୍ଡ ମଧ୍ୟରେ ଅବିକଳ କ୍ୟାନ୍‌ସର ତନ୍ତୁକୁ ଚିହ୍ନଟ କରିପାରୁଛି। ଏହାଦ୍ୱାରା କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଉନ୍ନତି ଘଟିବା ସହିତ କର୍କଟ ବ୍ୟାପିବା ଆଶଙ୍କାକୁ ଦୂର କରାଯାଇପାରିବ। ଆମେରିକାର ଅଷ୍ଟିନ୍‌ସ୍ଥିତ ଟେକ୍ସାସ୍‌ ୟୁନିଭର୍ସିଟି ଗବେଷକଙ୍କ ଦ୍ୱାରା ବିକଶିତ ମାସସ୍ପେକ୍‌ ପେନ୍‌କୁ ହାତରେ ଧରି ବ୍ୟବହାର କରାଯିବ। ଅସ୍ତ୍ରୋପଚାର ବେଳେ କେଉଁ ଟିସୁକୁ କଟାଯିବ ଏବଂ କେଉଁ ଟିସୁକୁ ସେମିତି ଛାଡ଼ିଦିଆଯିବ ସେ ସମ୍ପର୍କରେ ଉକ୍ତ ପେନ୍‌ ସ୍ପଷ୍ଟ ସୂଚନା ଦେଇପାରିବ। ବର୍ତ୍ତମାନ କର୍କଟ ରୋଗର ଲକ୍ଷଣ ଏବଂ କର୍କଟ ରୋଗାକ୍ରାନ୍ତ ତନ୍ତୁ ଚିହ୍ନଟ ପାଇଁ ଯେଉଁ ପଦ୍ଧତି ବ୍ୟବହାର କରାଯାଉଛି ତାହା ଅଧିକ ସମୟ ନେଉଛି ଏବଂ ବେଳେବେଳେ ଭୁଲ୍‌ ବି ହୋଇଥାଏ। ବର୍ତ୍ତମାନର ମାସସ୍ପେକ୍‌ ପେନ୍‌ ଦ୍ୱାରା ୨୫୩ ଲୋକଙ୍କ କର୍କଟରୋଗର ତନ୍ତୁକୁ ନଷ୍ଟ କରାଯିବା ସହିତ ୧୦ସେକେଣ୍ଡ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥିଲା। ଏହା ୯୬% ଠିକ୍‌ ଥିବା ଜାଣିବାକୁ ମିଳିଛି। ଜୀବନ୍ତ କୋଷ, ତାହା ସୁସ୍ଥ ହୋଇଥାଉ କି କର୍କଟ ରୋଗାକ୍ରାନ୍ତ ଛୋଟ ଛୋଟ ମଲିକ୍ୟୁଲ୍‌ ସୃଷ୍ଟି କରନ୍ତି। ଏଗୁଡିକୁ ମେଟାବୋଲାଇଟ୍ସ କୁହାଯାଏ। ଏହି ମଲିକ୍ୟୁଲ୍‌ଗୁଡିକ ଜୀବନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସହ ସମ୍ପୃକ୍ତ। ଏହିସବୁ ପ୍ରକ୍ରିୟା ହେଲା-ଶକ୍ତି ସୃଷ୍ଟି, ଶାରୀରିକ ଅଭିବୃଦ୍ଧି ଓ ପ୍ରଜନନ ଏବଂ ଶରୀରରୁ ବିଷାକ୍ତ ଦ୍ରବ୍ୟ ନିଷ୍କାସନ ଇତ୍ୟାଦି। ପ୍ରତ୍ୟେକ ପ୍ରକାର କର୍କଟ ଏକ ସ୍ବତନ୍ତ୍ର ପ୍ରକାର ମେଟାବୋଲାଇଟ୍ସ ଓ ଅନ୍ୟ ବାୟୋମାର୍କର ସୃଷ୍ଟି କରନ୍ତି ଯାହା ଫିଙ୍ଗରପ୍ରିଣ୍ଟ ଭଳି କାର୍ଯ୍ୟ କରେ। ଏ ସମ୍ପର୍କରେ ଟେକ୍ସାସ୍‌ ୟୁନିଭର୍ସିଟି ଆସିଷ୍ଟାଣ୍ଟ ପ୍ରଫେସର ଲିଭିଆ ସ୍କିଆଭିନାଟୋ ଏବରଲିନ୍‌ କହନ୍ତି, କର୍କଟ କୋଷିକା ଏବଂ ସ୍ବାଭାବିକ କୋଷିକାରେ ମେଟାବୋଲାଇଟ୍‌ସ ସମ୍ପୂର୍ଣ୍ଣ ପୃଥକ୍‌ ହୋଇଥିବାରୁ ଆମେ ସେହି କୋଷିକାରୁ ମଲିକ୍ୟୁଲାର ଫିଙ୍ଗରପ୍ରିଣ୍ଟ ପାଇବା ଲାଗି ତାହାକୁ ମାସସ୍ପେକ୍‌ ପେନ୍‌ ଦ୍ୱାରା ବିଶ୍ଳେଷଣ କଲୁ। ଏହି ସରଳ, ରାସାୟନିକ ପ୍ରକ୍ରିୟା ଦ୍ୱାରା ମାସ୍‌ସ୍ପେକ୍‌ ପେନ୍‌ କୋଷିକାର କୌଣସି କ୍ଷତି ନ ଘଟାଇ ତୁରନ୍ତ କର୍କଟ ଆକ୍ରାନ୍ତ କୋଷିକା ସମ୍ପର୍କରେ ସୂଚନା ଦେଇପାରିଲା ବୋଲି ଏବରଲିନ୍‌ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri