ଜଳଖିଆରେ ଆଇସକ୍ରିମ୍‌


ବମ୍ବେ: ଜଳଖିଆରେ ପିଲାମାନଙ୍କୁ ଆଇସ୍‌କ୍ରିମ୍‌ ଦେଲେ ସେମାନଙ୍କର ମାନସିକ ଦକ୍ଷତା ବୃଦ୍ଧି ପାଇଥାଏ ବୋଲି ଗବେଷକ ଜାଣିବାକୁ ପାଇଛନ୍ତି। ମାତ୍ର ପ୍ରାୟତଃ ମାତାପିତା ପିଲାମାନଙ୍କୁ ସକାଳ ଜଳଖିଆରେ ଥଣ୍ଡାଜାତୀୟ ପଦାର୍ଥ ଦେବାକୁ ଚାହଁ ନ ଥାନ୍ତି। ସକାଳ ଖାଦ୍ୟରେ ଶର୍କରା ମାତ୍ରା ଅଧିକ ରହିଲେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି କିଛି ଲୋକ ଚିନ୍ତା କରିଥାନ୍ତି। ମାତ୍ର ଗବେଷକ କହିଛନ୍ତି ଯେ, ସକାଳ ଖାଦ୍ୟରେ ଆଇସକ୍ରିମ୍‌ ଗ୍ରହଣ ଦ୍ୱାରା ଶିଶୁଙ୍କ ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ଏହାଯୋଗୁ ମସ୍ତିଷ୍କର ଚଞ୍ଚଳତା ମଧ୍ୟ ବୃଦ୍ଧି ପାଇଥାଏ ବୋଲି କାୟୋରିନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ୟୋଶିହିକୋ କୋଗା କହିଛନ୍ତି। କେତେକ ଶିଶୁଙ୍କ ଉପରେ ଏହାର ପ୍ରୟୋଗ କରି ଗବେଷକ ଜାଣିପାରିଥିଲେ ଯେ, ଯେଉଁ ଶିଶୁମାନଙ୍କ ବ୍ରେକ୍‌ଫାଷ୍ଟରେ ଆଇସ୍‌କ୍ରିମ୍‌ ଦିଆଯାଇଥିଲା ସେମାନଙ୍କ ମସ୍ତିଷ୍କ ବିକାଶ ଅନ୍ୟ ଶିଶୁଙ୍କ ତୁଳନାରେ ଅଧିକ ରହିଥିଲା। ବ୍ରେକ୍‌ଫାଷ୍ଟରେ ଆଇସ୍‌କ୍ରିମ୍‌ ଗ୍ରହଣ ଦ୍ୱାରା ମସ୍ତିଷ୍କରେ ହାଇ-ଫ୍ରିକ୍ୱେନ୍ସି ଆଲଫା ତରଙ୍ଗ ସୃଷ୍ଟି ହୋଇଥାଏ। ଏହି ତରଙ୍ଗ ମାନସିକ ଦକ୍ଷତା ବୃଦ୍ଧି କରିବା ସହିତ ମସ୍ତିଷ୍କକୁ ଚଳଚଞ୍ଚଳ କରିଥାଏ। ଫଳରେ ଶିଶୁର ମାନସିକ ଚାପ ହ୍ରାସ ପାଇଥାଏ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri