ମୋଟା ଲୋକଙ୍କୁ ସ୍ବାଇନ୍‌ ଫ୍ଲୁ ଆଶଙ୍କା ୩ଗୁଣା


ନୂଆଦିଲ୍ଲୀ:ସମ୍ପ୍ରତି ଦେଶରେ ସ୍ବାଇନ୍‌ ଫ୍ଲ ବ୍ୟାପିଛି। ପ୍ରତିଦିନ ଲୋକଙ୍କର ଏଥିରେ ମୃତ୍ୟୁ ଘଟୁଛି। ଓଡ଼ିଶାରେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ୩୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣଗଲାଣି। ହେଲେ ଯେଉଁମାନେ ମୋଟା ସେମାନେ ସାବଧାନ ହୋଇଯିବା ଉଚିତ। ନଚେତ ସେମାନେ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ହେବା ଆଶଙ୍କା ଅଧିକ। ଏପରି କି ସାଧାରଣ ଲୋକଙ୍କ ଅପେକ୍ଷା ମୋଟା ଲୋକଙ୍କୁ ସ୍ବାଇନ୍‌ ଫ୍ଲୁ ଆଶଙ୍କା ୩ଗୁଣା ଅଧିକ ବୋଲି କାଲିଫର୍ନିଆର ପବ୍ଲିକ୍‌ ହେଲ୍‌ଥ ବିଭାଗ ପକ୍ଷରୁ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ସାଧାରଣ ଲୋକଙ୍କ ତୁଳନାରେ ମୋଟା ବ୍ୟକ୍ତି ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେଲେ ୨ଥର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ। ଏହାର ଏକାଧିକ କାରଣ ରହିଛି। ସାଧାରଣତଃ ମୋଟା ବ୍ୟକ୍ତିଙ୍କୁ ଉଚ୍ଚ ରକ୍ତଚାପ, ମଧୁମେହ ଓ ଫୁସ୍‌ଫୁସ୍‌ ରୋଗ ଆକ୍ରାନ୍ତ କରିଥାଏ। ବିଶେଷ କରି ଶରୀର ମୋଟା ହେବାଦ୍ୱାରା ଫୁସ୍‌ଫୁସର୍‌ କାର୍ଯ୍ୟରେ କ୍ଷତି ଘଟାଇଥାଏ। ଏଭଳି ସ୍ଥଳେ ଏଚ୍‌୧ଏନ୍‌୧ ଭଳି ଭାଇରସରେ ସଂକ୍ରମଣ ହେବା ସେମାନଙ୍କୁ ଦୁର୍ବଳ କରିଦିଏ। ଫୁସ୍‌ଫୁସ୍‌ ଉପରେ ଅଧିକ ଚାପ ପଡ଼ିବା କାରଣରୁ ଏନ୍‌‌ଫ୍ଲୁଏଞ୍ଜା ସଂକ୍ରମଣ ରୋଗ ସହ ଲଢ଼େଇ କରିବା ସେମାନଙ୍କ ପକ୍ଷେ କଷ୍ଟ ହୋଇଥାଏ ବୋଲି କୁହନ୍ତି ଗବେଷକ ଡ.ଜାନିସ୍‌ କେ. ଲୁଇ। ସ୍ବାଇନ ଫ୍ଲୁ ଆକ୍ରାନ୍ତ ମୋଟା ବ୍ୟକ୍ତି ଏତେ ଦୁର୍ବଳ ହୋଇପଡ଼ନ୍ତି ଯେ, ଶ୍ୱାସପ୍ରଶ୍ୱାସ ପାଇଁ ତାଙ୍କୁ ଯନ୍ତ୍ରର ସହାୟତା ନେବାକୁ ପଡ଼େ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏଭଳି ଲୋକମାନଙ୍କୁ ଦୀର୍ଘଦିନ ଯାଏ ଭେଣ୍ଟିଲେଟର ବା ଆଇସିୟୁରେ ରଖିବାକୁ ପଡ଼ିଥାଏ ବୋଲି ଡ. ଲୁଇ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri