ଆୟୁର୍ବେଦରେ ଆଣ୍ଟିବାୟୋଟିକ୍‌


ଆୟୁର୍ବେଦ ଚିକିତ୍ସା ପ୍ରାକୃତିକ, ପାର୍ଶ୍ୱ ପ୍ରତିକ୍ରିୟା ବିହୀନ। ଏଥିରେ ବିଭିନ୍ନ ଧାତୁ, ଉପଧାତୁ, ରତ୍ନ, ଉପରତ୍ନ ପାରଦ ଇତ୍ୟାଦିକୁ ଶୋଧନ କରାଯାଇ ଏହାର ଶାସ୍ତ୍ରୀୟବିଧି ଅନୁସାରେ ଭସ୍ମ ପ୍ରସ୍ତୁତି ହୋଇଥାଏ । ଏହିଗୁଡିକ ଏଣ୍ଟିବାୟୋଟିକ ରୂପେ କାର୍ଯ୍ୟ କରିବା ସହ ବିଭିନ୍ନ ରୋଗକୁ ଆଶୁ ଆରୋଗ୍ୟ କରିଥାଏ । ଏହା ତ୍ରିଦୋଷ (ବାତ, ପିତ୍ତ ଓ କଫ) ଶାମକ, ଜନ୍ତୁଘ୍ନ (ବିଭିନ୍ନ ପ୍ରକାର ଜୀବାଣୁ ଓ ଭୂତାଣୁ ନାଶକ), କୋଷ୍ଠଘ୍ନ (କୋଷ୍ଠ ଶୁଦ୍ଧି କରେ), ଯୋଗବାହୀ(ଔଷଧର ଗୁଣବତ୍ତା ବୃଦ୍ଧି କରେ) ଓ ଶରୀରର ସମସ୍ତ ଅଙ୍ଗକୁ ସୁରକ୍ଷା ପ୍ରଦାନ କରେ । ପ୍ରାକୃତିକ ଆଣ୍ଟିବାୟୋଟିକ ମଧ୍ୟରେ ପ୍ରଥମତଃ ରସଔଷଧୀ ବା ପାରଦ ଘଟିତ ଔଷଧ ଯଥା-ଶୁଦ୍ଧ ପାରଦ ଓ ଶୁଦ୍ଧ ଗନ୍ଧକର ଯୋଗ କଜ୍ଜ୍ୱଳି କଥା ବିବେଚନା କରିବା। ଏହା ଜନ୍ତୁଘ୍ନ, କୋଷ୍ଠଘ୍ନ, ଯୋଗବାହୀ, ତ୍ରିଦୋଷ ନାଶକ, ବାତ ବାହିନୀ (ନର୍ଭସ ସିଷ୍ଟମ)ର ପୀଡା ନାଶକ, ରକ୍ତଶୋଧକ ନାଡୀ (ବ୍ରଣ) ଦୋଷ ସଂଶୋଧକ, ଦୁର୍ଗନ୍ଧ ନାଶକ, ପାଚନ କ୍ରିୟାକୁ ସବଳ କରେ । ସ୍ବର୍ଣ୍ଣ ଭସ୍ମ-ରକ୍ତ ପ୍ରସାଦକ, ବାତ ବାହିନୀ ବଳ ପ୍ରଦାୟକ, ଜୀବାଣୁ ନାଶକ। ରୌପ୍ୟ ଭସ୍ମ-ରକ୍ତବାହିନୀରେ ବାତ ପ୍ରକୋପଜନିତ ଶୂଳ, ରକ୍ତବାହିନୀ ସଂକୋଚ, ପ୍ରମେହ, ଯକୃତ ପ୍ଲିହା ରୋଗ, ଧାତୁ କ୍ଷୀଣତା, ନେତ୍ରରୋଗ, ଅପସ୍ମାର, ହିଷ୍ଟ୍ରିଆ ଏବଂ ବାତ ପିତ୍ତ ଜନିତ ବିକାର ନାଶକ। ରୌପ୍ୟଭସ୍ମକୁ ଅଁଳା, ବଂଶଲୋଚନ, ଅମୃତା ସତ୍ତ୍ୱ, ତୋପଚିନି ଏବଂ ମହୁ ସହ ଦେଲେ ଉତ୍ତମ ଫଳ ମିଳେ। ତାମ୍ର ଭସ୍ମ-ଆମାଶୟରେ ଉତ୍ପନ୍ନ ଘା, ମାଂସାର୍ବୁଦ ପାଇଁ ଫଳପ୍ରଦ। ବଙ୍ଗଭସ୍ମ-ବାରମ୍ବାର ମୂତ୍ର ସ୍ରାବ, ପରିସ୍ରା ନଳୀ ଜ୍ୱଳନ, ଉଦର କର୍କଟ, ନାରୀ ଜନନେନ୍ଦ୍ରିୟ ରୋଗ, ପ୍ରଦର ବିକାର, ସିଫଲିଶନାଶକ। ନାଗ ଭସ୍ମ-ପ୍ରଦର, ରକ୍ତଗୁଳ୍ମ, ଗଣ୍ଡମାଳା, ଧାତୁକ୍ଷୟ ନାଶକ। ରସମାଣିକ୍ୟ-(ଶୁଦ୍ଧ ପାରଦ, ଗନ୍ଧକ, ମନଃଶିଳା ଏବଂ ସୀସା)-ମୁଖପାକ(ପାକସ୍ଥଳିଜନିତ), ପରିସ୍ରା ସାନ୍ଧ୍ରତା କମିଯିବା, ହଳଦିଆ ବର୍ଣ୍ଣ ପରିସ୍ରା, ମୂତ୍ରନଳୀ ଉତ୍ତେଜନା ଦୂର କରେ । ରସପର୍ପଟି-(ଶୁଦ୍ଧ ପାରଦ ଓ ଗନ୍ଧକ)- ସଂଗ୍ରହଣୀ, ଅନ୍ତବ୍ରଣ (ଟ୍ୟୁମର) ଅନ୍ତ୍ରଶୋଥ, ଗୁଦକ୍ଷତ (ଆନାଲାଫିସିଓର)କୁ ଦୂର କରେ । ପଞ୍ଚାମୃତ ପର୍ପଟୀ-(ଶୁଦ୍ଧ ପାରଦ, ଲୌହ, ଅଭ୍ର, ତାମ୍ର ଭସ୍ମ) ଏହା ପଚନେନ୍ଦ୍ରିୟ ଶକ୍ତି ପ୍ରଦାନ କରେ, ଅନ୍ତଃନଳୀ ଦୋଷ ନାଶକ। ତାଳସିନ୍ଦୂର-(ଶୁଦ୍ଧ ହରିତାଳ, ପାରଦ, ଗନ୍ଧକ)-ବାତରକ୍ତ କୁଷ୍ଠ, ଚର୍ମରୋଗ, ଉପଦଂଶ, ରକ୍ତବିକାର, ଉରଃକ୍ଷତ ଭଲ କରେ । ଶିଳା ସିନ୍ଦୂର (ଶୁଦ୍ଧ ମନଃ ଶିଳା, ପାରଦ, ଗନ୍ଧକ)-ଏହା ବିସର୍ପ, କଣ୍ଠମାଳା, ଭେରିକସଭେନ, ତ୍ୱଚା ବିକୃତିରେ ଉପଯୋଗୀ । ରସ ସିନ୍ଦୂର- (ପାରଦ, ଗନ୍ଧକ)-ପ୍ଲୁରିସି, ହୃଦରୋଗ, ବାତରୋଗରେ ବିଭିନ୍ନ ଅନୁପାନ ସହ ଦେଲେ ଭଲ ହୋଇଥାଏ। ମଲ୍ଲସିନ୍ଦୂର-(ଶଙ୍ଖୁଆ, ପାରଦ, ଗନ୍ଧକ, ରସକର୍ପୂର) ଏହା ଉପଦଂଶ, ପକ୍ଷାଘାତ, ସନ୍ନିପାତ, ହ୍ୟୁପିଙ୍ଗ କଫ, ସନ୍ଧିବାତ, ଇସନଫୁଲିଆ ଆଦି ରୋଗ ପାଇଁ ଉପକାରୀ । ଏହି ଔଷଧ ସହ ବିଭିନ୍ନ ବନସ୍ପତି ଔଷଧ ସେବନ କଲେ ଶରୀରରେ ଥିବା ବିଷାକ୍ତ(ଟକ୍‌ସିକ)ପଦାର୍ଥକୁ ଦୂର କରି କୋଷ, ତନ୍ତୁଗୁଡିକୁ ଶୁଦ୍ଧ କରିବା ପାଇଁ ସୋନାମୁଖୀ, ଜଷ୍ଟିମଧୁ, ଶୁଣ୍ଠି, ତ୍ରିକଟୁ ଇତ୍ୟାଦି ଦ୍ରବ୍ୟ ପ୍ରୟୋଗ କରାଯାଏ । ଏହି ଔଷଧଗୁଡିକ ପ୍ରୟୋଗ ଦ୍ୱାରା ପୁରାତନ ବ୍ୟାଧି, ଅମ୍ଳ, ଧାତୁରୋଗ, ପ୍ରମେହ, ପ୍ରଦର ରୋଗ, ଶିରଃଶୂଳ, ଏକଜିମା, ସୋରିଆସିସ, କାମଳା, ଗାଉଟ, ପୁରାତନ ଜ୍ୱର, ଯକୃତରୋଗ, ଏପିଲେପ୍ସି, ଉନ୍ମାଦ, ଲିଙ୍ଗଶିଥିଳତା, ଦନ୍ତଶୂଳ, କଟିବାତ, ଗଣ୍ଠିବାତ ଇତ୍ୟାଦି ବାତବ୍ୟାଧିରେ ନିଜର ସୁନାମ ଅର୍ଜନ କରି ସ୍ଥିତି ବଜାଇ ରଖିପାରିଛି। ତଥାପି କେତେକ ରୋଗ ଯଥା-ଏଡସ, କର୍କଟ (କ୍ୟାନସର), ମଧୁମେହ, ବୃକ୍‌କ ରୋଗ, ଚକ୍ଷୁରୋଗ (ଟେପିନୋପ୍ୟାଥି), ଅସ୍ଥିମଜ୍ଜା ଯକ୍ଷ୍ମା, ଅନ୍ତନଳୀ ଯକ୍ଷ୍ମା ଇତ୍ୟାଦିରେ ଶାସ୍ତ୍ରରେ ଔଷଧ ଚିକିତ୍ସାର ବର୍ଣ୍ଣନା ଥିଲେ ମଧ୍ୟ ଗବେଷଣା ଅଭାବରୁ ସଫଳତା ପାଇ ପାରୁ ନାହିଁ। ଏଥିପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ଓ ପ୍ରୋତ୍ସାହନ ଆବଶ୍ୟକ। ବର୍ତ୍ତମାନ ମଣିଷ ବିଭିନ୍ନ ରାସାୟନିକ ଔଷଧ, ସାରଦିଆ ଖାଦ୍ୟ, ପନିପରିବା, ମସଲା ଓ ଥଣ୍ଡା ପାନୀୟ ସେବନ କରି ତା’ର ଶରୀରରେ ବ୍ୟାଧି ପ୍ରତିରୋଧକ କ୍ଷମତା ହ୍ରାସ ପାଇବାକୁ ବସିଲାଣି ଯଦ୍ଦ୍ବାରା ସାନରୁ ବଡ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ବ୍ୟାଧିରେ କବଳିତ। ପ୍ରାକୃତିକ ଔଷଧ ଓ ଉପଚାର ମାଧ୍ୟମରେ ମଣିଷ ସମାଜ ସୁସ୍ଥ ନୀରୋଗ ଜୀବନଯାପନ କରିପାରିବ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri