ସୁପର ଫୁଡ୍ସ


ଜୀବନର ମୂଳମନ୍ତ୍ର- ଖାଅ, ପିଅ, ସୁସ୍ଥରେ ରୁହ। ଆଉ ସୁସ୍ଥ ଶରୀର ପାଇଁ ନ୍ୟୁଟ୍ରିଶନାଲ୍‌ ଖାଦ୍ୟ ଖାଇବା ବି ଜରୁରୀ। ମାର୍କେଟ୍‌ରେ ବିଭିନ୍ନ ପ୍ରକାରର ନ୍ୟୁଟ୍ରିଶନାଲ୍‌ ଖାଦ୍ୟ ମିଳୁଛି ସତ କିନ୍ତୁ ଜାଣନ୍ତି କି ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ ପାଇଁ ଏଗୁଡିକୁ ସୁପର ଫୁଡ୍ସ ବୋଲି ବି କୁହାଯାଇଥାଏ...... ଅଁଳା: ଅଁଳାରେ ଭିଟାମିନ୍‌ ସି, ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍ସ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ବ୍ରଣ ସମସ୍ୟାରୁ ମୁକ୍ତି, କ୍ୟାନ୍‌ସର ସହ ଲଢିବା ତଥା କେଶରେ ପ୍ରାକୃତିକ ଚମକ୍‌ ଆଣିଥାଏ। ଡାଲ୍‌ଚିନି: ଏହା କୋଲେଷ୍ଟରଲ୍‌ ଓ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣରେ ରଖିବା ସହ ଓଜନ କମାଇଥାଏ। ମହୁ ସହିତ ଡାଲ୍‌ଚିନି ଗୁଣ୍ଡ ଖାଇଲେ ଆର୍ଥ୍ରାଇଟିସ୍‌ ରୋଗୀଙ୍କୁ ଆରାମ ମିଳେ। ଖଜରା: ଭିଟାମିନ୍‌ ଏ, ବି, ଆଇରନ୍‌, ପୋଟାସିୟମ୍‌ରେ ଭରପୂର ଥିବା ଏହି ଲୋ-ଫ୍ୟାଟ୍‌ଯୁକ୍ତ ଖଜରାରେ ଫାଇବର୍‌ ବି ଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ କୋଲେଷ୍ଟରଲ୍‌କୁ ନିୟନ୍ତ୍ରଣରେ ରଖିଥାଏ। ଅଦା-ରସୁଣ: ସ୍ମରଣଶକ୍ତି ଓ ଭୋକ ବୃଦ୍ଧି କରାଇବା, ଗ୍ୟାସ୍‌, ଆର୍ଥ୍ରାଇଟିସ୍‌, ସ୍ପଣ୍ଡିଲାଇଟ୍ସି, ଥଣ୍ଡା କାଶ ସମସ୍ୟାରୁ ଅଦା ମୁକ୍ତି ଦିଏ। ରସୁଣ କୋଲେଷ୍ଟରଲ୍‌, ବ୍ଲଡ୍‌ ପ୍ରେସର୍‌କୁ ନିୟନ୍ତ୍ରଣରେ ରଖେ ଓ ଥଣ୍ଡାଜନିତ ରୋଗରୁ ରକ୍ଷା ଦେଇଥାଏ। ମହୁ: ମହୁ ଓ ଅଦା ରସ ଖାଇଲେ ଥଣ୍ଡାକାଶରୁ ମୁକ୍ତି ମିଳେ। ଏହା ହିମୋଗ୍ଲୋବିନ୍‌ ବି ବଢାଏ। ଖଣ୍ଡିଆ କିମ୍ବା ପୋଡାଜଳା ସ୍ଥାନରେ ମହୁ ଲଗାଇଲେ ଆରାମ ମିଳେ। ଗୁଡ: ଥଣ୍ଡା ସମସ୍ୟା ସହିତ ଗଳା ଓ ପେଟ ସମ୍ବନ୍ଧୀୟ ନାନାଦି ରୋଗରୁ ଏହା ଉପଶମ ଦେଇଥାଏ। ଥକ୍କାପଣରୁ ବି ମୁକ୍ତି ଦିଏ। କିଶୋରାବସ୍ଥାରେ ନିୟମିତ ଗୁଡର ସେବନ ଲାଭଦାୟକ ଅଟେ। ଲେମ୍ବୁ: ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ, ଫ୍ରେଶ୍‌ ଅନୁଭବ ହୁଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା, କୋଲେଷ୍ଟରଲ୍‌କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଭଲ। ଗୋଲମରିଚ: ଏହା ପାଚନ କ୍ରିୟାକୁ ଠିକ୍‌ କରିଥାଏ। ଥଣ୍ଡା, କାଶ, ଜ୍ୱର ହେଉଥିଲେ ଗୋଲମରିଚର ଚା’ ପିଅନ୍ତୁ, ଆରାମ ଲାଗିବ। ଶ୍ୱାସନଳୀ ଜନିତ ରୋଗ ତଥା ଇଟିଙ୍ଗ୍‌ ଡିଜ୍‌ଅର୍ଡର ସମସ୍ୟା ଥିଲେ, ଏହାର ସେବନ ଲାଭଦାୟକ ଅଟେ। ଖିସ୍‌ମିସ୍‌: ଏହା ପିତ ଦୋଷ ଦୂର କରିବା ସହିତ ଅସ୍ଥିକୁ ମଜଭୁତ୍‌ ରଖିଥାଏ। ମୋତିଆବିନ୍ଦୁ ରୋଗୀ ଏହାକୁ ସେବନ କଲେ କିଛିଟା ଉପଶମ ମଧ୍ୟ ମିଳେ। ଆଖିର ମସଲ୍ସକୁ ବି ମଜ୍‌ଭୁତ ରଖିବାରେ ବିଶେଷ ସହାୟକ ହୋଇଥାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri