ଗୋପାଳପୁର,୨୮।୧୦(ନବୀନ ରାଜ ଆଚାରୀ): ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି । ଆଉ କିଛି ଘଣ୍ଟା ମଧ୍ୟ୍ୟରେ ଆନ୍ଦ୍ରପ୍ରଦେଶ କାକିନାଡ଼ା ପାଖପାଖି ଅତିକ୍ରମ କରି ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣ -ପଶ୍ଚିମ ଦିଗରେ ୫୩୦ କିମି ଦୂରରେ ମୋନ୍ଥା ରହିଛି । ଗତ ୬ ଘଣ୍ଟା ମଧ୍ୟରେ ପ୍ରତି ଘଣ୍ଟା ୧୨ କିମି ବେଗରେ ସ୍ଥଳଭାଗ ଆଡ଼କୁ ମୁହଁା ହୋଉଛି। ମୋନ୍ଥା ବାତ୍ୟାରେ ଗୋପାଳପୁର ଓ ଆଖପାଖ ଅଞ୍ଚଳରେ ଝିପି ଝିପି ବର୍ଷ ହେବାଥିବା ବେଳେ ଆଉ କିଛି ସ୍ଥାନରେ ଲଗାତାର ବର୍ଷା ହୋଉ ନାହିଁ । ସୋମବାର ସକାଳ ୮ଟା ରୁ ମଙ୍ଗଳବାର ୮ଟା ପର୍ଯନ୍ତ ୩୫.୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରଙ୍ଗେଇଲୁଣ୍ଡା ବ୍ଲକର ୭ ଟି ପଂଚାୟତର ୧୦୩ ଜଣକୁ ସ୍ଥାନାନ୍ତର କରାଯାଇଛି ବୋଲି ରଙ୍ଗେଈଲୁଣ୍ଡା ବିଡିଓ ବିଶ୍ୱଜିତ ରାୟ ସୂଚନା ଦେଇଛନ୍ତି । ଶୁଖିଲା ଖାଦ୍ୟ ମଜବୁତ ରଖାଯାଇଛି ଆବଶ୍ୟକ ପଡ଼ିଥିଲେ ସ୍ଥାନାନ୍ତରିତ କରାଯିବା ବୋଲି ଗୋପାଳପୁର ଏନଏସି ଭାରପ୍ରାପ୍ତ ଇଓ ପୁରୁଷୋତ୍ତମ ବେଣିଆ କହିଛନ୍ତି । ସମୁଦ୍ର ଅଶାନ୍ତ ଥିବା ସହ ବଡ଼ ବଡ଼ ଜୁଆର କୂଳକୁ ଆସୁଥିବା ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । ବେଳାଭୂମିରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପଇଁନ୍ତରା ମାରୁଛି। ଗୋପାଳପୁର ବନ୍ଦରକୁ ତିନି ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆଜି ରେଡ୍ ୱାର୍ନିଂ ଜାରି କରାଯାଇଛି । ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପ୍ରଶାସନ ପକ୍ଷରୁ ସଜାଗ ରହିଛି ।
Dharitri – The Largest & Most Trusted Odia Daily
\



