ହାଫିଜ୍‌ଙ୍କ ସହିତ ରାଜନୈତିକ ସନ୍ଧି କରିବାକୁ ମୁଶାରଫ୍‌ ଆଗ୍ରହୀ


ଇସଲାମାବାଦ୍‌‌,୪।୧୨: ଆତଙ୍କବାଦୀ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବା(ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ଦଳ ସହିତ ରାଜନୈତିକ ସନ୍ଧି କରିବାକୁ ଆଗ୍ରହୀ ବୋଲି ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ୍‌ ସୂଚିତ କରିଛନ୍ତି। ହାଫିଜ୍‌ ୨୦୧୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢ଼ିବା ଘୋଷଣା କରିବାର ଗୋଟିଏ ଦିନ ପରେ ମୁଶାରଫ୍‌ ଏହା କହିଛନ୍ତି। ସେ ଜେୟୁଡି ସହିତ ମିଳିତ ହୋଇ ନିର୍ବାଚନ ଲଢ଼ିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୦୮ରେ ୨୬/୧୧ ବମ୍ବେ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜଙ୍କ ଉପରେ ୬୬ କୋଟି ଟଙ୍କାର ପୁରସ୍କାର ରହିଛି। ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯିବା ପାଇଁ ଜାତିସଂଘରେ ଆବେଦନ କରାଯାଇଛି। ହାଫିଜ୍‌ ଏହା ବିରୋଧରେ ଜାତିସଂଘରେ ଆବେଦନ ମଧ୍ୟ ଦାଖଲ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri