ଡ୍ରୋନ ଆକ୍ରମଣରେ ୪ଆଇଏସ୍‌ ଆତଙ୍କବାଦୀ ମୃତ


ଆଫଗାନିସ୍ତାନ,୨।୧୨: ଆଫଗାନିସ୍ତାନର ପୂର୍ବ ନଙ୍ଗେହାର ଅଞ୍ଚଳରେ ବିମାନ ଆକ୍ରମଣରେ ଅତି କମରେ ୪ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିବା ସହ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଟୋଲୋ ସମ୍ବାଦ ଅନୁଯାୟୀ, ଗୁରୁବାର ଅଭେଦ୍ୟ ଖୋଗଓ୍ବାନି ଜିଲାର ଆଖପାଖ ଅଞ୍ଚଳରେ ବିମାନ ଆକ୍ରମଣ କରାଯାଇଥିଲା। ସଂଯୁକ୍ତ ରାଷ୍ଟ୍ର ଆମେରିକାର ଏକ ଚାଳକ ବିହୀନ ବିମାନ ବାଜିରତଙ୍ଗି ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଥିଲା। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ବିମାନ ଆକ୍ରମଣ ଉପରେ ଟିପ୍ପଣୀ ଦେଇ ନାହାନ୍ତି। ନିକଟରେ ଏମିତି ଡ୍ରୋନ୍‌ ଆକ୍ରମଣରେ ଅତିକମରେ ୭ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri