ଭାରତରେ ସଫଳ ହେଉନି ଇସ୍‌ଲାମିକ୍‌ ଷ୍ଟେଟ୍‌


ନୂଆଦିଲ୍ଲୀ,୨୮।୧୧: ବିଭିନ୍ନ ଦେଶରୁ ଯୁବକମାନେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ସଙ୍ଗଠନରେ ଯୋଗ ଦେବାକୁ ଆଗଭର ହେଉଥିବା ଖବର ଅନେକ ସମୟରେ ନଜରକୁ ଆସିଛି। ହେଲେ ଏ ଦିଗରେ ଭାରତ ପଛରେ ପଡିଛି। ସୁରକ୍ଷା ଏଜେନ୍ସି ଦ୍ୱାରା ଜାରି ଏକ ରିପୋର୍ଟ ଅନୁଯାୟୀ ୨୦୧୪ରୁ ଏପର୍ଯ୍ୟନ୍ତ ମାତ୍ର ୧୦୦ଜଣ ଭାରତରୁ ଇରାକ୍‌ ଓ ସିରିୟା ଯାଇ ଇସ୍‌ଲାମିକ୍‌ ଷ୍ଟେଟ୍‌ରେ ଯୋଗ ଦେଇଛନ୍ତି, ଯାହା ଅନ୍ୟ ଦେଶ ତୁଳନାରେ ଅପେକ୍ଷାକୃତ କମ୍‌। ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଭାରତରୁ ୫୦ ଜଣ ଇସ୍‌ଲାମିକ୍‌ ଷ୍ଟେଟରେ ସାମିଲ ହୋଇଥିବା ବେଳେ ଅବଶିଷ୍ଟ ୫୦ ଜଣ ଅନ୍ୟ ଦେଶରେ ରହୁଥିବା ଭାରତର ମୂଳ ବାସିନ୍ଦା। ତେବେ ଏମାନଙ୍କ ମଧ୍ୟରେ କେରଳରୁ ସର୍ବାଧିକ ୨୧ଜଣ ଯୁବକ ଇସ୍‌ଲାମିକ୍‌ ଷ୍ଟେଟରେ ସାମିଲ ହୋଇଛନ୍ତି। ସେହିପରି ଜମ୍ମୁ-କଶ୍ମୀରର ସର୍ବାଧିକ ଯୁବକ ଏହି ସଙ୍ଗଠନକୁ ଅନ୍‌ ଲାଇନରେ ଫଲୋ କରିଛନ୍ତି ବୋଲି କୁହାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri