ହ୍ୟାରି-ମେଘାନ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ, ଆସନ୍ତାବର୍ଷ ହେବ ବିବାହ


ଲଣ୍ଡନ: ବ୍ରିଟେନ୍‌ ରାଜକୁମାର ହ୍ୟାରି ଏବଂ ଆମେରିକୀୟ ଅଭିନେତ୍ରୀ ମେଘାନ୍‌ ମର୍କଲେଙ୍କ ସମ୍ପର୍କକୁ ନେଇ ଗତ କିଛିମାସ ହେଲା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋର୍‌ଦାର ଚର୍ଚ୍ଚା ଚାଲିଥିଲା। ଏପରି କି ଆସନ୍ତା ମଙ୍ଗଳବାର ସେମାନଙ୍କ ନିର୍ବନ୍ଧ ସମ୍ପର୍କରେ ଘୋଷଣା ହୋଇପାରେ ବୋଲି କୁହାଯାଉଥିବା ବେଳେ ଇତିମଧ୍ୟରେ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଥିବା ଖବର ସମସ୍ତଙ୍କୁ ଚକିତ କରିଦେଇଛି। ବ୍ରିଟେନ୍‌ ରାଜପରିବାର ପକ୍ଷରୁ ପ୍ରକାଶିତ ବିବୃତି ଅନୁଯାୟୀ ଚଳିତମାସ ଆରମ୍ଭରେ ପ୍ରିନ୍ସ ହ୍ୟାରି ଏବଂ ମେଘାନ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି। ଆସନ୍ତା ବର୍ଷ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବସନ୍ତ ଋତୁରେ ହେବ ବିବାହ କାର୍ଯ୍ୟକ୍ରମ। ବିବାହ ପରେ ସେମାନେ ଲଣ୍ଡନସ୍ଥିତ କେନ୍‌ସିଙ୍ଗ୍‌ଟନ୍‌ ପ୍ୟାଲେସ୍‌ଠାରେ ଥିବାନଟିଙ୍ଗ୍‌ହାମ୍‌ କଟେଜ୍‌ରେ ରହିବେ। କିନ୍ତୁ ବିବାହ ଦିନ ସମ୍ପର୍କରେ ଏଥିରେ କିଛି ସୂଚନା ଦିଆଯାଇନାହିଁ। ଖୁବ୍‌ଶୀଘ୍ର ଏ ନେଇ ମଧ୍ୟ ସୂଚନା ଦିଆଯିବ ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି। ୩୬ ବର୍ଷୀୟା ମେଘାନ୍‌ଙ୍କୁ ବିବାହ କରିବା ଲାଗି ପ୍ରିନ୍ସ ହ୍ୟାରି ଜେଜେମା ତଥା ମହାରାଣୀ ଏଲିଜାବେଥ୍‌ ୨ୟଙ୍କୁ ଜଣାଇଥିଲେ। ମହାରାଣୀଙ୍କ ସହମତି ପରେ କାର୍ଯ୍ୟକ୍ରମ ଆଗେଇଥିଲା। ଭାବୀ ଯୁବରାଣୀଙ୍କ ମାତାପିତାଙ୍କଠାରୁ ପ୍ରିନ୍ସ ହ୍ୟାରି ଆଶୀର୍ବାଦ ଲୋଡ଼ିଥିବା କ୍ଲାରେନ୍ସ ହାଉସ୍‌ ପକ୍ଷରୁ କୁହାଯାଇଛି। ହ୍ୟାରିଙ୍କ ପିତା ପ୍ରିନ୍ସ ଚାଲର୍‌ସଙ୍କ ପକ୍ଷରୁ ଏହି ବିବୃତି ଜାରି କରାଯାଇଥିବା କ୍ଲାରେନ୍ସ ହାଉସ୍‌ ପକ୍ଷରୁ କୁହାଯାଇଛି। କ୍ୟାଟ୍‌ ମିଡଲ୍‌ଟନ୍‌ଙ୍କ ଭଳି ମଘୋନ୍‌ ମଧ୍ୟ ଜଣେ ଅଣ ରାଜବଂଶୀ ଭାବେ ବ୍ରିଟେନ୍‌ ରାଜପରିବାରରେ ସାମିଲ ହେବାକୁ ଯାଉଛନ୍ତି। ଆମେରିକାରେ ଜନ୍ମିତ ମେଘାନ୍‌ କାଲିଫର୍ନିଆରେ ବଢ଼ିଛନ୍ତି। ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇସାରିଛି। ୨୦୧୬ ଜୁଲାଇରୁ ମେଘାନ୍‌ ଏବଂ ପ୍ରିନ୍ସ ହ୍ୟାରିଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ କଥା ଉଠିଥିଲା। କାରଣ କାନାଡାର ଟରଣ୍ଟୋଠାରେ ଥିବା ନିଜ ଘର ଛାଡ଼ି ମେଘାନ୍‌ ୟୁକେ ସ୍ଥାନାନ୍ତର ହେବା ପରେ ନୂଆବର୍ଷ ପୂର୍ବରୁ ସେମାନେ ବିବାହ କରିବାକୁ ଯାଉଥିବା କୁହାଯାଉଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri