ସେନାକୁ ଡାକିଲେ ପାକିସ୍ତାନ ସରକାର


ଇସ୍‌ଲାମାବାଦ, ୨୬।୧୧ : ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଶାନ୍ତ ହୋଇପଡିଥିବା ପାକିସ୍ତାନରେ ଜୀବନଯାତ୍ରା ସ୍ୱାଭାବିକ କରିବା ପାଇଁ ପାକିସ୍ତାନ ସରକାର ସେନାକୁ ଡାକିଛନ୍ତି । ସେନା ଇସଲାମାବାଦ ସହ ଅନ୍ୟ ସହରରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଅପରପକ୍ଷରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଏହସାନ ଇକବାଲ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ପାକିସ୍ତାନ ସରକାରଙ୍କୁ ଦୁର୍ବଳ କରିବା ସହ ଅରାଜକତା ସୃଷ୍ଟି କରିବା ପାଇଁ ଏଭଳି ଷଡଯନ୍ତ୍ର ହୋଇଛି ବୋଲି ସେ ଟୁଇଟ୍‌ କରିଛନ୍ତି । ଇସ୍‌ଲାମୀୟ ରାଜନୈତିକ ଦଳ ତେହରିକ୍‌-ଇ-ତାଲିବାନର ବିକ୍ଷୋଭକାରୀଙ୍କ ଉପରେ ଶନିବାର ସୁରକ୍ଷାକର୍ମୀଙ୍କ ବ୍ୟାପକ କାର୍ଯ୍ୟାନୁଷ୍ଠାନ ପରେ ବିକ୍ଷୋଭକାରୀ ହିଂସାକାଣ୍ଡ କରିଥିଲେ । ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେହିପରି ପାକିସ୍ତାନର ଅଗ୍ରଣୀ ଖବରକାଗଜ ଡନର ରିପୋର୍ଟ ଅନୁସାରେ ୧୦୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିବାବେଳେ ଇସଲାମାବାଦ ଏବଂ ରାୱଲପିଣ୍ଡି ମଧ୍ୟରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri