ଇଜିପ୍ଟ ମସ୍‌ଜିଦ୍‌ରେ ବିସ୍ଫୋରଣ: ୨୩୫ ନିହତ


କାଏରୋ,୨୪।୧୧(ପି.ଟି.)ଇଜିପ୍ଟର ଉତ୍ତର ସିନାଇ ଅଞ୍ଚଳର ଏକ ମସ୍‌ଜିଦ୍‌ରେ ଶୁକ୍ରବାର ଆତଙ୍କବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ୨୩୫ ନିହତ ଓ ଶତାଧିକ ଆହତ ହୋଇଛନ୍ତି। ଅଲ୍‌-ଆରିଶ୍‌ ସହରର ଅଲ୍‌-ରୋଓ୍ବଡା ମସ୍‌ଜିଦ୍‌ରେ ଶୁକ୍ରବାର ସକାଳେ ପ୍ରାର୍ଥନା ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଛି। ଶ୍ରଦ୍ଧାଳୁମାନେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଧାଉଁଥିବାବେଳେ ବନ୍ଧୁକଧାରୀମାନେ ସେମାନଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିଲେ। ଚାହୁଁ ଚାହୁଁ ୨୩୫ ଜଣ ପ୍ରାଣ ହରାଇଥିଲେ। ଏଥିରେ ଶତାଧିକ ଆହତ ହୋଇଛନ୍ତି। ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ୍‌ ଫତାହ ଏଲ୍‌-ସିସି ସ୍ଥିତି ସମୀକ୍ଷା କରିଛନ୍ତି।କାଏରୋ,୨୪।୧୧(ପି.ଟି.)ଆତଙ୍କବାଦୀ ଆକ୍ରମଣରେ ଥରିଉଠିଛି ଇଜିପ୍ଟ। ଉତ୍ତର ସିନାଇ ଅଞ୍ଚଳର ଏକ ମସ୍‌ଜିଦ୍‌ରେ ଶୁକ୍ରବାର ଆତଙ୍କବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ଅନୂ୍ୟନ ୨୩୫ ଶ୍ରଦ୍ଧାଳୁ ନିହତ ହୋଇଛନ୍ତି। ଏଥିସହ ୧୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଇଜିପ୍ଟରେ ଏହାକୁ ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି। ଅଲ୍‌-ଆରିଶ୍‌ ସହରର ଅଲ୍‌-ରୋଓ୍ବଡା ମସ୍‌ଜିଦ୍‌ରେ ଶୁକ୍ରବାର ସକାଳେ ପ୍ରାର୍ଥନା ଚାଲିଥିବାବେଳେ ଆତଙ୍କବାଦୀମାନେ ଏହି ସଂହାରଲୀଳା ରଚିଛନ୍ତି। ଆତଙ୍କବାଦୀମାନେ ପ୍ରଥମେ ବୋମାମାଡ଼ କରି ମସ୍‌ଜିଦ୍‌କୁ ଉଡାଇଦେବାକୁ ଉଦ୍ୟମ କରିଥିଲେ। ବିସ୍ପୋରଣରେ ଥରିଉଠିଥିଲା ସହର। ଚାହୁଁ ଚାହୁଁ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା। ଶ୍ରଦ୍ଧାଳୁମାନେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଧାଇଁବାରେ ଲାଗିଥିଲେ। ହେଲେ ସେମାନଙ୍କୁ ମାରିବା ପାଇଁ ଆତଙ୍କବାଦୀ ଛକି ବସିଥିଲେ। ଆତଙ୍କବାଦୀମାନେ କେତେକ ଗାଡ଼ିରେ ଆସି ଶ୍ରଦ୍ଧାଳୁଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିଲେ। ଗୁଳିମାଡ଼ରେ ୨୩୫ ଜଣ ପ୍ରାଣ ହରାଇଲେ। ଏଥିରେ ୧୨୫ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ୫୦ଟି ଆମ୍ବୁଲାନ୍ସରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ବିକଶିତ ବିସ୍ଫୋରକ ଉପକରଣ (ଆଇଇଡି) ବ୍ୟବହାର କରିଥିବାରୁ ମସ୍‌ଜିଦ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ପ୍ରାର୍ଥନା ସଭାରେ ସେନାର ଅନେକ ଯବାନ ଭାଗନେଇଥିବାରୁ ସେମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏଥିପାଇଁ ଅଦ୍ୟାବଧି କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ପାରିପାଶ୍ୱିକ ସ୍ଥିତିରୁ ଏହା ପଛରେ ଇସ୍‌ଲାମିକ୍‌ ଷ୍ଟେଟ (ଆଇଏସ୍‌) ହାତ ଥିବା ସନ୍ଦେହ କରାଯାଉଛି। ଆକ୍ରମଣ ପରେ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ୍‌ ଫତାହ ଏଲ୍‌-ସିସି ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ଦେଶରେ ୩ ଦିନିଆ ଶୋକଦିବସ ଘୋଷଣା କରିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଚାଲିଛି। ପୂର୍ବତନ ରାଷ୍ଟ୍ରପତି ହୋସ୍‌ନି ମୁବାରକ୍‌ କ୍ଷମତାଚ୍ୟୁତ ହେବା ପରେ ୨୦୧୧ ଜାନୁୟାରୀ ପରଠୁ ଇଜିପ୍ଟର ଉତ୍ତର ସିନାଇ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି। ୨୦୧୩ରୁ ଅଦ୍ୟାବଧି ଆତଙ୍କବାଦୀ ଆକ୍ରମଣରେ ୭୦୦ରୁ ଊର୍ଦ୍ଧ୍ୱ ନିହତ ହେଲେଣି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri