ନାସ୍ତ୍ରେଦମସ୍‌ଙ୍କ ଭବିଷ୍ୟବାଣୀ: ଭୟଙ୍କର ହେବ ୨୦୧୮


ପ୍ୟାରିସ୍‌,୧୪।୧୧: ନାସ୍ତ୍ରେଦମସ୍‌ ୨୦୧୮କୁ ନେଇ କରିଥିବା ଭବିଷ୍ୟବାଣୀ ଯଦି ସତ ହୁଏ ତେବେ ଏହା ସବୁଠାରୁ ଭୟାଳୁ ବର୍ଷ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏବେ ଏସିଆ ମହାଦେଶରେ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି। ଭାରତ-ପାକିସ୍ତାନ, ଉତ୍ତର କୋରିଆ-ଦକ୍ଷିଣକୋରିଆ, ଚାଇନା-ତାଇଓ୍ବାନ ଆଦି ଦେଶ ଛଡା ବର୍ମା, ବାଂଗଲାଦେଶ, ଶ୍ରୀଲଙ୍କା ଭଳି ଛୋଟ ଦେଶ ମଧ୍ୟ ଅଶାନ୍ତି ବାତାବରଣ ଦେଇ ଗତି କରୁଛନ୍ତି। ପୂର୍ବରୁ ଦିନିଆର ବିନାଶକୁ ନେଇ ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ଦେଇଥିବା ଅନେକ ଭବିଷ୍ୟବାଣୀ ସତ ହୋଇଛି। ତେଣୁ ୨୦୧୮କୁ ନେଇ ସେ ଦେଇଥିବା ଭବିଷ୍ୟବାଣୀ ସତ ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ନାସ୍ତ୍ରେଦମସ୍‌ ତାଙ୍କ ପୁସ୍ତକ ‘ଦ ପ୍ରୋଫେସିଜ୍‌’ରେ ଉଲ୍ଲେଖ କରିଛନ୍ତି। ଏହା ପୂର୍ବ ଓ ପଶ୍ଚିମରେ ଥିବା ୨ଟି ଦେଶ ମଧ୍ୟରେ ହେବ। ଅନୁମାନ କରାଯାଉଛି ଏହି କ୍ରମରେ ଆମେରିକା ଓ କୋରିଆ ମଧ୍ୟରେ ଯୁଦ୍ଧ ହୋଇପାରେ। ଯାହା ଅତ୍ୟନ୍ତ ଭୟଙ୍କର ହେବ। ଶେଷକୁ ମାତ୍ର ଅଳ୍ପ କିଛି ଲୋକ ଏଥିରେ ବଞ୍ଚି ରହି ଶାନ୍ତି ଭୋଗ କରିବେ ବୋଲି କୁହାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri