ନ୍ୟୁୟର୍କରେ ଆତଙ୍କବାଦୀ ଆକ୍ରମଣ: ୮ମୃତ


ନ୍ୟୁୟର୍କ,୧।୧୧: ଆମେରିକାରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। । ନ୍ୟୁୟର୍କରେ ସାଇକେଲ ଓ ପାଦରେ ଚାଲି ଚାଲି ଯାଉଥିବା କିଛି ଲୋକଙ୍କ ଉପରେ ଟ୍ରକ ଚଢାଇ ଏହି ଆକ୍ରମଣ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ନକଲି ବନ୍ଧୁକ ଜବତ କରିଛି। ଦୁର୍ଘଟଣା ସ୍ଥଳକୁ ପୋଲିସ ଘେରାବନ୍ଦୀ କରି ରଖିଥିବା ବେଳେ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି। ଓ୍ବାର୍ଲଡ ଟ୍ରେଡ୍‌ ସେଣ୍ଟର ନିକଟରେ ଘଟିଥିବା ଏହି ଆକ୍ରମଣକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିନ୍ଦା କରିବା ସହ ଆଇଏସ୍‌କୁ ଆମେରିକାରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri