ପୁଣି ଖୋଲିବ ନାଥୁଲା ପାସ୍‌


ବେଜିଂ,୧୩।୯(ପି.ଟି.):ଜୁନ୍‌ ମଧ୍ୟଭାଗରେ ଡୋକ୍‌ଲାମ ବିବାଦ ପରିପ୍ରେକ୍ଷୀରେ କୈଳାସ ମାନସରୋବର ଯାତ୍ରା ପାଇଁ ନାଥୁଲା ପାସ୍‌କୁ ବନ୍ଦ କରିଦେଇଥିଲା ଚାଇନା। ଏବେ ଡୋକ୍‌ଲାମ ବିବାଦ ନରମିଯାଇଥିବାରୁ ଏହି ପ୍ରବେଶଦ୍ୱାର ଖୋଲିବା ପାଇଁ ଆଲୋଚନା ଲାଗି ମଙ୍ଗଳବାର ବେଜିଂ ପ୍ରସ୍ତାବ ଦେଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ୍‌ କହିଛନ୍ତି, ଭାରତୀୟ ତୀର୍ଥଯାତ୍ରୀଙ୍କ ସମସ୍ୟା ଓ ନାଥୁଲା ପାସ୍‌ ଖୋଲିବା ପାଇଁ ଭାରତ ସହ ଆଲୋଚନା ଲାଗି ବେଜିଂ ପ୍ରସ୍ତୁତ। ଦୀର୍ଘଦିନ ଧରି ଭାରତୀୟ ଶ୍ରଦ୍ଧାଳୁଙ୍କ ତୀର୍ଥଯାତ୍ରା ସୁଗମ କରିବା ପାଇଁ ଚାଇନା ସବୁ ପ୍ରକାର ଉଦ୍ୟମ କରିଆସୁଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଦ୍ୱିତୀୟ ପ୍ରବେଶପଥ ନାଥୁଲା ପାସ୍‌କୁ ଚାଇନା ୨୦୧୫ରେ ଖୋଲିଥିଲା। ପ୍ରଥମ ପ୍ରବେଶପଥ ଲିପୁଲେଖ୍‌ ଅପେକ୍ଷା ଏହି ପଥ ଦେଇ ଯାତ୍ରା କଲେ କୈଳାସ ମାନସରୋବରର ଦୂରତା ହ୍ରାସ ପାଇଥାଏ। ତେବେ ଗତ ଜୁନରେ ଭାରତୀୟ ସେନା ବେଆଇନ ଭାବେ ଚାଇନା ସୀମା ଅତିକ୍ରମ କରିଥିଲା। ଫଳରେ ସୀମାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ସିକିମ ସୀମାର ନାଥୁଲା ପାସ୍‌କୁ ବନ୍ଦ କରାଯାଇଥିବା ଶୁଆଙ୍ଗ୍‌ ଅଭିଯୋଗ କରିଛନ୍ତି। ସେହିପରି ଭାରତକୁ ଚାଇନା ବ୍ରହ୍ମପୁତ୍ର ନଦୀର ଜଳବିଜ୍ଞାନ ସମ୍ପର୍କିତ ତଥ୍ୟ ପ୍ରଦାନ କରିପାରିବନାହିଁ। କେତେକ ପ୍ରକଳ୍ପର ନବୀକରଣ ଓ ପୁନଃ ବିକାଶ କାର୍ଯ୍ୟ ଚାଲିଥିବାରୁ ନଦୀର ପ୍ରାସଙ୍ଗିକ ପରିସଂଖ୍ୟାନ ସଂଗ୍ରହ କରିବା ଅବସ୍ଥାରେ ଚାଇନା ନାହିଁ। ଡୋକ୍‌ଲାମ ବିବାଦକୁ ନେଇ ଏହି ତଥ୍ୟ ପ୍ରଦାନ କରାଯାଇନାହିଁ। ଆଗକୁ ଚାଇନା ଏସମ୍ପର୍କରେ ବିଚାର କରିବ ବୋଲି ସେ କହିଛନ୍ତି। ଭାରତ-ଚାଇନା-ଭୁଟାନର ତ୍ରିକୋଣୀୟ ସଙ୍ଗମସ୍ଥଳ ଡୋକ୍‌ଲାମରେ ଚାଇନାର ରାସ୍ତା ନିର୍ମାଣକୁ ଜୁନ୍‌ ୧୬ରେ ଭାରତୀୟ ସେନା ବିରୋଧ କରିଥିଲା। ଏହାକୁ ନେଇ ଭାରତୀୟ ଯବାନ ଓ ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟ ମୁହଁ।ମୁହିଁ ହୋଇଥିଲେ। ସେବେଠୁ ୩ ମାସ ଧରି ଲାଗିରିହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ନାଥୁଲା ପାସ୍‌କୁ ଚାଇନା ବନ୍ଦ କରିଦେଇଥିଲା। ଫଳରେ ଭାରତୀୟ ତୀର୍ଥଯାତ୍ରୀମାନେ ତିବ୍ବତ ଦେଇ ମାନସରୋବର ଯାତ୍ରା କରିପାରି ନ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri