ବିଦ୍ୟୁତ୍‌ ମିଟର ନାମରେ ବେଆଇନ ଟଙ୍କା ଆଦାୟ ଅଭିଯୋଗ

ଲାଠୋର,୧ା୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ସଦର ଗ୍ରାମର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ୍‌ ମିଟର ଲଗାଇବା ନାମରେ ବେଆଇନ ଭାବେ ହଜାର ହଜାର ଟଙ୍କା ଆଦାୟ କରିଥିବା ନେଇ ଗୁରୁବାର ସ୍ଥାନୀୟ ଡାଇଜ ଯୁବ ଅନୁଷ୍ଠାନ ସଭାପତି ତନ୍ତ୍ର ଧରୁଆଙ୍କ ସହ ଗ୍ରାମବାସୀ ଅଭିଯୋଗ କରି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି l

ସୂଚନାନୁସାରେ, ମାଲପଡ଼ା ଏକ ଆଦିବାସୀ ଦଳିତ ବହୁଳ ଗ୍ରାମ। ଗ୍ରାମର ଅଧିକାଂଶ ପରିବାର ଦାଦନ ଖଟି ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ଗତ ୪ ଦିନ ହେବ ମିଥିଲା ଏଜେନ୍ସି ନାମକ ଏକ ଠିକାସଂସ୍ଥା ଗ୍ରାମର ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କ ଘରୁ ପୁରୁଣା ମିଟର ହଟାଇ ନୂଆ ବିଦ୍ୟୁତ୍‌ ମିଟର ଲଗାଇବା କାମ କରୁଛି। ସଂସ୍ଥାର କର୍ମଚାରୀମାନେ ଟଙ୍କା ନ ଦେଲେ ମିଟର ଲଗାଯିବ ନାହିଁ ବୋଲି କହୁଥିବା ହେତୁ ଲୋକ ବାଧ୍ୟ ହୋଇ ଧାର କରଜ କରି ଟଙ୍କା ଦେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଗୋପବନ୍ଧୁ ପାଥର ୩୫୦୦ ଶହ ଟଙ୍କା, ବଳରାମ ମାଝୀ ୩୫୦୦ ଶହ ଟଙ୍କା, ଲୋଚନ ରଣା ୩୫୦୦ ଶହ ଟଙ୍କା, ଗର୍ଜନ ମାଝୀ ୩୫୦୦ ଶହ ଟଙ୍କା, ମଦନ ମାଝୀ ୩୫୦୦ ଶହ ଟଙ୍କା, ଲମ୍ବୋଧର ମାଝୀ ୩୫୦୦ ଶହ ଟଙ୍କା,ବିଦ୍ୟାଧର ଧରୁଆ ୩୦୦୦ ହଜାର ଟଙ୍କା, ଶାନ୍ତିରାମ ମାଝୀ ୩୦୦୦ ହଜାର ଟଙ୍କା, ମଦନ ମାଝୀ ୩୦୦୦ ହଜାର ଟଙ୍କା, ମଧୁ ନିଆଲ ୩୫୦୦ ଶହ ଟଙ୍କା, ଦୁର୍ଯ୍ୟ ମାଝୀ ୩୫୦୦ ଶହ ଟଙ୍କା,ବାଦଲ ସିଂ ଧରୁଆ ୪୦୦୦ ଟଙ୍କା,ଆକଲୁ ବେହେରା ୩୫୦୦ ଶହ ଟଙ୍କା,ବାଲମତି ଛତ୍ରିଆ ୧୦୦୦ ଟଙ୍କା ଦେଇଥିବା ଅଭଯୋଗ କରିଛନ୍ତି। ଆହୁରି ମଧ୍ୟ ଅନେକ ବିଦ୍ୟୁତ ଉପଭୋକ୍ତାମାନଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିଥିବା କୁହାଯାଉଛି। ଏନେଇ ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ଖପ୍ରାଖୋଲ ସେକ୍ସସନ ଅଫିସର ଅମିତ କୁମାର ମିଶ୍ରଙ୍କୁ ପଚାରିବାରୁ ଠିକାସଂସ୍ଥା ଏପରି କାମ କରିବା କଥା ନୁହେଁ। ଘଟଣାର ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରିବୁ ବୋଲି କହୁଛନ୍ତି। ତେବେ କେତେ ଜଣ ଉପଭୋକ୍ତାଙ୍କଠାରୁ ଟଙ୍କା ନିଆଯାଇଛି ତାର ତଦନ୍ତ କରି ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି। ଅନ୍ୟଥା ଜୋରଦାର ଆନ୍ଦୋଳନ ହେବ ବୋଲି କଡ଼ା ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ନିର୍ବାଚନରେ ବିଜୟ ପୂର୍ବରୁ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି, କହିଲେ ଏହା ସୁଶାସନ ସହ ବିକାଶର ହୋଇଛି ବିଜୟ

ପାଟନା,୧୪।୧୧: ପ୍ରଧାନମନ୍ତ୍ରୀ ମୋଦି ବିହାର ନିର୍ବାଚନ ଫଳାଫଳ ବିଷୟରେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ସୁଶାସନ ଜିତିଛି। ବିକାଶ ଜିତିଛି। ଜନ କଲ୍ୟାଣର ଆତ୍ମା ଜିତିଛି। ସାମାଜିକ...

Chirag Paswan : ଚିରାଗଙ୍କ ବିଜୟରେ ଝଲସି ଉଠିଲା NDA, କେମିତି ହେଲେ ବିହାର ପଲିଟିକ୍ସର ପାଓ୍ବାର ଷ୍ଟାର ଜାଣନ୍ତୁ…

ପାଟନା,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ଭୂସ୍ଖଳନ ଏବଂ ଆଶା କରାଯାଇଥିବା ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ସବୁଠାରୁ ବଡ଼ ରାଜନୈତିକ...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକ ଆଣିବା ଲକ୍ଷ୍ୟ

ଦାରିଙ୍ଗବାଡି, ୧୪/୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରାପଡାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ...

ପାକିସ୍ତାନର ସାଂଘାତିକ ଧମକ, ଭାରତକୁ ଦୁଇଆଡୁ କରିବ ଆକ୍ରମଣ!

ଇସଲାମବାଦ,୧୪।୧୧: ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ପୂର୍ବ...

ଦୀର୍ଘ ବର୍ଷ ହେବ ଯାହା ହୋଇ ନ ଥିଲା, ଗୋଟିଏ ମାସରେ କରିଦେଖାଇଲେ ବିଡ଼ିଓ: ହସୁଛି କଫି ବଗିଚା

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି ।...

ବିଜେଡି ହାତରୁ ଗଲା ନୂଆପଡ଼ା: ବିଧାୟକ ହେଲେ ଜୟ ଢୋଲକିଆ, ସନ୍ଧ୍ୟାରେ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ପ୍ରକାଶ ପାଇଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ଜୟ ଢୋଲକିଆ। ତାଙ୍କ ପିତା ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ...

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ...

ବିହାର ଟ୍ରେଣ୍ଡକୁ ଦେଖି ନୀତିନ ଗଡକରୀ କଲେ ବଡ଼ ଘୋଷଣା, କହିଲେ ଭାଜପାରୁ ହେବ…

ପାଟନା,୧୪।୧୧: ବିହାରରେ NDA ଏକ ବଡ଼ ବିଜୟ ଆଡ଼କୁ ଗତି କରୁଛି। ବିହାରର 243 ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ NDA 206...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri