Posted inଖେଳ

ଭାରତ ବିଶ୍ୱ ଚାମ୍ପିୟନ: ଦକ୍ଷିଣ ଆଫ୍ରିକାକୁ ହରାଇ ରଚିଲା ଇତିହାସ

ନଭି ମୁମ୍ବାଇ, ୨।୧୧: ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ଡିୱାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ପ୍ରଥମ ଥର ପାଇଁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଟ୍ରଫି ଉଠାଇଛି। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଅସାଧାରଣ ପ୍ରଦର୍ଶନ ସହ ଏହି ବିଜୟ ହାସଲ କରିଛି ଭାରତ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଓପନର୍‌ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମାଙ୍କ ଶତକୀୟ ଭାଗୀଦାରି ବଳରେ ୫୦ ଓଭରରେ ୭ ଉଇକେଟ ହରାଇ ୨୯୮ ରନ୍‌ର ବିଶାଳ ଟାର୍ଗେଟ ରଖିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୪୬ ରନ୍‌ରେ ଅଲ୍‌ଆଉଟ୍ ହୋଇ ପରାଜିତ ହୋଇଛି।

ଅନ୍ତିମ ମୁହୂର୍ତ୍ତରେ ଡିପ୍ଟି ଶର୍ମାଙ୍କ ଯର୍କର ବଲ୍‌ରେ ଡି କ୍ଲର୍କଙ୍କ ଉଇକେଟ ନେଇ ଅଧିନାୟିକା ହରମନପ୍ରୀତ କୌର କ୍ୟାଚ୍ ଧରିଥିଲେ। ଏହାପରେ ଖେଳାଳିମାନେ ଆନନ୍ଦରେ ଅଧିନାୟିକାଙ୍କ ନିକଟରେ ଧାଇଁଆସିଥିଲେ। ଷ୍ଟାଣ୍ଡରେ ରୋହିତ ଶର୍ମା ମଧ୍ୟ ଆବେଗପ୍ରବଣ ହୋଇଥିବା ଦେଖାଯାଇଥିଲା। ଦର୍ଶକମାନେ ଏକଜୁଟ୍ ହୋଇ ‘ବନ୍ଦେ ମାତରମ୍‌’ ଧ୍ୱନିରେ ଷ୍ଟାଡିୟମ୍‌କୁ ଗଞ୍ଜାଇ ତୋଳିଥିଲେ। ବର୍ଷ ବର୍ଷର କଠିନ ପରିଶ୍ରମ ଓ ବିଶ୍ୱାସର ଫଳ ଏହି ବିଜୟ ବୋଲି ଖେଳାଳିମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୮ ବଲ୍‌ରେ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌: କ୍ରିକେଟ୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ହଂକଂ ସିକ୍ସେସ ଟୁର୍ନାମେଣ୍ଟକୁ ବିଜୟ ସହିତ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ମାତ୍ର ୧୮ ବଲ୍‌ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚକୁ...

ହଠାତ୍‌ ନୂଆପଡାରେ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ ଯାଞ୍ଚ, ଜାଣନ୍ତୁ କାହିଁକି…

ନୂଆପଡା,୭।୧୧: ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଯାଞ୍ଚ କରାଯାଇଛି। ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ  ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଛି।...

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଏସବୁ ସ୍ଥାନରୁ ବୁଲା କୁକୁର ହଟାଅ

ନୂଆଦିଲ୍ଲୀ,୭ା୧୧: ଦେଶରେ ବୁଲା କୁକୁରଙ୍କ ଉପଦ୍ରବ ବଢ଼ୁଥିବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ...

ମୁଁ ୬ଟି ବିୟର୍‌ ପିଇଦେବି କହି ଫସିଲେ ଏହି କ୍ରିକେଟର୍‌: ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଳୀ,୭।୧୧: ଇଂଲଣ୍ଡ ବିପକ୍ଷ ଆସେସ ସିରିଜର ପ୍ରଥମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ନଭେମ୍ବର ୨୧ ତାରିଖରେ ପର୍ଥରେ ଖେଳାଯିବ।...

ଓଡ଼ିଶା ପାଳୁଛି ଛାଡ଼ଖାଇ: ଆମିଷ ବଜାରରେ ଭିଡ଼, ଦର ଆକାଶଛୁଆଁ

ଭୁବନେଶ୍ୱର,୭ା୧୧: ପବିତ୍ର କାର୍ତ୍ତିକ ମାସର ମାସବ୍ୟାପୀ ନିରାମିଷ ଭୋଜନ ପରେ ମାର୍ଗଶିର ମାସର ପ୍ରଥମ ଗୁରୁବାର ଯିବା ପରେ ଶୁକ୍ରବାର ଛାଡ଼ଖାଇ ପାଳନ କରୁଥିବା ଓଡ଼ିଶାବାସୀଙ୍କ...

ଆଜି ହେଉଛି ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୭।୧୧: ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ...

ଏସିଆ କପ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ଦ୍ୱୈତ ଭୂମିକା ଉପରେ ବିସିସିଆଇର ଆପତ୍ତି, ମାମଲାକୁ ICC କୁ ନିଆଯିବ

ନୂଆଦିଲ୍ଲୀ,୭।୧୧: ଏସିଆ କପ ୨୦୨୫ ଶେଷ ହେବାର ପ୍ରାୟ ଛଅ ସପ୍ତାହ ବିତିଗଲାଣି, କିନ୍ତୁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ...

ବିସିସିଆଇ, ଅଗରକରଙ୍କ ଉପରେ ବର୍ଷିଲେ ମହମ୍ମଦ ଶାମିଙ୍କ କୋଚ୍‌, କହୁ କହୁ କହିଦେଲେ…

ନୂଆଦିଲ୍ଲୀ, ୭।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ମହମ୍ମଦ ଶାମିଙ୍କୁ ଟିମ ଇଣ୍ଡିଆରୁ ବାଦ ଦିଆଯିବା ପ୍ରସଙ୍ଗ ଜୋର ଧରିଛି। ୨୦୨୫/୨୬ ରଣଜୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri