ହାଇଦ୍ରାବାଦ,୧ା୧୧: ଜେଦାହରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବମାନରେ ମାନବ ବୋମା ରହିଥିବା ଧମକପୂର୍ଣ୍ଣ ଇମେଲ୍ ଶନିବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ମିଳିବା ପରେ ଉକ୍ତ ବିମାନକୁ ମୁମ୍ବାଇ ନିଆଯାଇ ସୁରକ୍ଷିତ ଅବତରଣ କରାଯାଇଛି।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ସକାଳ ୫ଟା ୩୦ରେ ସେମାନେ ଏକ ଧମକପୂର୍ଣ୍ଣ ଇମେଲ୍ ପାଇଥିଲେ। ହାଇଦ୍ରାବାଦ ବିମାନବନ୍ଦରରେ ଇଣ୍ଡିଗୋର ୬ଇ୬୮ ନମ୍ବର ବିମାନ ଅବତରଣକୁ ରୋକିବା ପାଇଁ ସେଥିରେ ସତର୍କ କରିଦିଆଯାଇଥିଲା।
ବିମାନରେ ଏଲ୍ଟିଟିଇ-ଆଇଏସ୍ଆଇର କେତେଜଣ ଅପରେଟିଭ୍ ରହିଛନ୍ତି। ସେମାନେ ୧୯୮୪ର ମାଡ୍ରାସ ଏୟାରପୋର୍ଟ ବିସ୍ଫୋରଣ ଭଳି ଅନୁରୂପ ଆକ୍ରମଣ କରିବାକୁ ଯୋଜନା କରିଥିବା ଇମେଲ୍ରେ କୁହାଯାଇଥିଲା। ଏନେଇ ସମସ୍ତଙ୍କୁ ସତର୍କ କରିଦିଆଯିବା ସହ ବିମାନକୁ ମୁମ୍ବାଇ ଏୟାରପୋର୍ଟ ନିଆଯାଇଥିଲା। ସେଠାରେ ସମସ୍ତ ସୁରକ୍ଷାଗତ ଯାଞ୍ଚ କରାଯାଇଥିବା ବେଳେ ମାନବବୋମା ଥିବାର କୌଣସି ସୂଚନା ମିଳି ନ ଥିଲା।