ଭଞ୍ଜନଗର,୩୦/୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବକ୍ତାମାନେ ଯୋଗଦେଇ ସର୍ବଦା ଷ୍ଟ୍ରଙ୍ଗ ପାସ ୱାର୍ଡ ବ୍ୟବହାର କରିବା, ଓଟିପି କାହାକୁ ନଦେବା ପାଇଁ କହିଥିଲେ। ଏଥିସହ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ସତର୍କତା ଲୋଡା। ଏଥିପାଇଁ ଅଧିକରୁ ଅଧିକ ସଚେତନତା ଲୋଡା ବୋଲି ବକ୍ତାମାନେ କହିଥିଲେ।
ଭଞ୍ଜନଗର ଥାନା ଏବଂ କଲେଜ ଜାତୀୟ ସେବା ଯୋଜନା ଶାଖା ୧ ଓ ୨, ଏନସିସି ଆର୍ମି ୱିଂଙ୍ଗ, ନାଭାଲ ୱିଂଙ୍ଗ ଏବଂ ଯୁବ ରେଡକ୍ରସ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ଏଏସପି ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏସଡିପିଓ ଡ. ଦୀପକ ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶାଳ, ଡ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ଶୁଳପାଣି ଶତପଥି, ଜଗବନ୍ଧୁ ଜେନା , ସନ୍ତୋଷ ଜେନା,ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ପାତ୍ର, ଏଚ ଡି ଏଫ ସି ଡେପୁଟି ପରିଚାଳକ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ପ୍ରଶାସନିକ ଅଧିକାରୀ ବିଭାସ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଜୟକୃଷ୍ଠ ପଟ୍ଟନାୟକ ସଭାକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଅଧିକାରୀ ବିକେ ପ୍ରଧାନ, ସସ୍ମିତା ଦାସ, ଯୁବ ରେଡକ୍ରସ ଅଧିକାରୀ
ବିଦେଶୀ ରାଉତ, ଏନସିସିସିଟିଓ ଅର୍ପଣ ପ୍ରଧାନ, ବିଭୂତି ଭୂଷଣ ଗୌଡ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଦାସକାଠିଆ ନୃତ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଥିଲା। ସଭା ପୁର୍ବରୁ ଛାତ୍ରୀଛାତ୍ରମାନେ ସ୍ଥାନୀୟ ଚକରା ବିଷୋୟୀ ଛକରୁ ଏକ ରାଲିରେ ଆସି କଲେଜରେ ପହଞ୍ଚିଥିଲେ।
Dharitri – Odisha’s No.1 Odia Daily



